ସକାଳୁ ଖାଲି ପାଦରେ  ଘାସ ଉପରେ ଚାଲିଲେ କ’ଣ ଲାଭ ହୁଏ? ଜାଣନ୍ତୁ 

କଥାରେ ଅଛି ଯେ  ଜୀବନର ଆନନ୍ଦ ପ୍ରକୃତିରୁ ହିଁ ମିଳିଥାଏ । ଯେତେ ଭଲ ଘରେ ରହିଲେ ବି  ସେଥିରୁ ସେତିକି ଆନନ୍ଦ ମିଳି ନ ଥାଏ, ଯେତିକି ମିଳେ ପ୍ରକୃତି କୋଳରୁ ।  ଆସନ୍ତୁ ଜାଣିବା ପ୍ରକୃତିରୁ ଆମକୁ କ’ଣ ଫାଇବା ମିଳୁଛି । ପ୍ରଥମରେ ଆସନ୍ତୁ ପରଖିବା  ଘାସ ଉପରେଖାଲି ପାଦରେ ଚାଲିବା ଫଳରେ  କ’ଣ  ଲାଭ ମିଳିଥାଏ ।

ସକାଳୁ ଉଠି ଘାସ ଉପରେ ଚାଲିଲେ ଆମର ଦୃଷ୍ଟିଶକ୍ତି ବଢିଥାଏ ।  ଯାହାର  ଆଖିକୁ ଭଲରେ ଦେଖାଯାଉନି , ସେମାନେ ଏମିତି କଲେ ଭଲ ଫାଇଦା ହେବ ।

ସକାଳୁ ଘାସରେ ଚାଲିବା ଦ୍ୱାରା  ମନକୁ ଶାନ୍ତି ମିଳିଥାଏ ।  ସକାଳୁ ଘାସ ଉପରେ ଚାଲିଲେ  ମନକୁ ଶାନ୍ତି ମିଳିବା ସହିତ ଦିନଯାକ  ସତେଜ ଓ ସକ୍ରିୟ ଲାଗେ।

ଥଣ୍ଡା ଘାସ ଆପଣଙ୍କ ପାଦକୁ ଆରାମ ଦେଇଥାଏ ।  ଯଦି ପାଦରେ କୌଣସି ପ୍ରକାରର ଯନ୍ତ୍ରଣା ହେଉଥାଏ, ତା’ହେଲେ ଏହା କମ୍‌ କରିବାରେ ସାହାଯ୍ୟ  କରିଥାଏ ।

ସକାଳୁ  ବାହାରେ ବୁଲିବା ଦ୍ୱାରା ଫ୍ରେସ୍‌ ଅକ୍ସିଜେନ୍‌ ମଧ୍ୟ ମିଳିଥାଏ । ସକାଳ କିରଣରେ  ଭିଟାମିନ୍‌ -ଡି  ଥାଏ  ।    ପୃଥିବୀର  ଏକ ଚୁମ୍ବକୀୟ  ଶକ୍ତି ରହିଥାଏ ।  ଯଦି ଆମେ ଖାଲି ପାଦରେ ଚାଲିବା, ତା’ହେଲେ ଏହି ଚୁମ୍ବକୀୟ ଶକ୍ତି  ସଂପର୍କରେ ଆସିବା ।  ଯାହା ଆମ ଶରୀରରେ ଥିବା ମ୍ୟାଗ୍ନେଟିକ୍‌ ପିଲ୍ଡ ବା ଚୁମ୍ବକୀୟ କ୍ଷେତ୍ରକୁ ପୋଷଣ ଦେଇଥାଏ । ଏହି ଚୁମ୍ବକୀୟ ଶକ୍ତିରୁ ଆମକୁ ଅନେକ ପ୍ରକାରର ଲାଭ ମିଳିଥାଏ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ  ହେବେ ଯେ  ଚୁମ୍ବକୀୟ  ଶକ୍ତି ସଂପର୍କରେ  ଆସିଲେ  ଆମର କେତେକ  ଶାରୀରିକ ସମସ୍ୟା ମଧ୍ୟ ଭଲ   ହୋଇଯାଏ ।

ସମ୍ବନ୍ଧିତ ଖବର