ରାତିରେ  ଓଦା ମୋଜା ପିନ୍ଧି ଶୋଇଲେ ଦୂର ହୋଇଥାଏ ଏସବୁ ରୋଗ

ବର୍ଷା ଋତୁରେ ମୋଜା ଓଦା ହୋଇଗଲେ ଆମେ ଭୀଷଣ ବିରକ୍ତ ହୋଇଯାଉ। କିନ୍ତୁ ରାତିରେ ଯଦି ଓଦା ମୋଜା ପିନ୍ଧି ଶୋଇବେ, ତେବେ ଏହାର ଫାଇଦା ଜାଣିଲେ, ଆପଣ ପ୍ରତିଦିନ ତାହା କରିବେ। ଆସନ୍ତୁ ଜାଣିବା ରାତିରେ ଓଦା ମୋଜା ପିନ୍ଧି ଶୋଇଲେ କି ଫାଇଦା ମିଳିବ।

(୧) ଯଦି ଆପଣଙ୍କୁ ଜ୍ୱର ବା ସର୍ଦ୍ଦିକାଶ ହେଉଥିବ, ତେବେ ସେଥିରୁ ତୁରନ୍ତ ମୁକ୍ତି ଦେବ।

(୨) ଯଦି ଆପଣ ନିଜ ପେଟର ସମସ୍ୟା ପାଇଁ ଚିନ୍ତିତ ଥିବେ ତେବେ ତାହାର ସମାଧାନ ବି ତାହା କରିବ। ଜଳରେ କଳା ଜିରା ଓ ପାନମହୁରି ମିଶାଇ ୧୦ ମିନିଟ୍‌ ଫୁଟାଇ ଦିଅନ୍ତୁ। ସେହି ପାଣିରେ ମୋଜାକୁ ଭିଜାଇ ପିନ୍ଧନ୍ତୁ। ଏହା ଫଳରେ ଆପଣଙ୍କର ପେଟ ଖରାପ ସମସ୍ୟା ଛୁ ମନ୍ତର୍‌ ହୋଇଯିବ।

(୩) ଯଦି ଆପଣଙ୍କର ଭୀଷଣ ଜ୍ୱର ହୋଇଛି ତେବେ ମୋଦାକୁ ଓଦା କରି ଭଲଭାବେ ଚିପୁଡି ଦେଇ ପିନ୍ଧନ୍ତୁ। ଜ୍ୱର ଶୀଘ୍ର ଭଲ ହୋଇଯିବ।

(୪) ଯଦି ଥଣ୍ଡା ସର୍ଦ୍ଦି କାଶର ଶିକାର ହୋଇଥିବେ, ତେବେ ଦୁଧରେ ଏକ ଚାମଚ ମହୁ ଓ ପିଆଜ ରସ ମିଶାଇ ସେଥିରେ ମୋଜା ଭିଜାଇ ରଖନ୍ତୁ। ତା’ପରେ ତାକୁ ଚିପୁଡି ପାଦରେ ପିନ୍ଧନ୍ତୁ। ଏହାଫଳରେ ଖୁବ୍‌ ଆଶ୍ୱସ୍ତି ମିଳିବ।

ସମ୍ବନ୍ଧିତ ଖବର