ଜାଣନ୍ତୁ , ଗ୍ରିନ୍‌ ମଟର ଖାଇଲେ କି ଫାଇଦା ମିଳେ

ଏବେ ଶୀତ ଋତୁ । ଏଥିପାଇଁ ବଜାରରେ ଶସ୍ତାରେ ବେଶି ପରିମାଣରେ ଗ୍ରିନ୍‌ ମଟର ମିଳୁଛି। ଏହା ଖାଦ୍ୟରେ ପଡ଼ିଲେ ତାର ସ୍ୱାଦ ବି ବଢ଼ିଯାଏ। କେତେକ ଲୋକ ଭାବନ୍ତି ଯେ ଗ୍ରୀନ୍‌ ମଟର କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ । ଏଥିରେ ପ୍ରୋଟିନ୍‌ ବା ଭିଟାମିନ୍‌ ନଥାଏ । ଯଦି ଆପଣ ଏଭଳି ଭାବୁଥାନ୍ତି, ତେବେ ମନେ ରଖନ୍ତୁ, ତାହା ଠିକ୍‌ ନୁହେଁ । କାରଣ ମଟରରେ ଭିଟାମିନ୍‌ ଓ ମିନେରାଲ୍‌ ପ୍ରଚୁର ପରିମାଣରେ ରହିଛି । ତା’ଛଡ଼ା ଏହା ତ୍ୱଚାରେ ଉଜ୍ଜ୍ୱଳତା ଆଣିବା ଲାଗି ମଧ୍ୟ ଉଦ୍ଦିଷ୍ଟ ।

ଗ୍ରୀନ୍‌ ମଟରରେ ପ୍ରଚୁର ପରିମାଣରେ ପ୍ରୋଟିନ୍‌ ଓ ଫାଇବର ଥାଏ । ଏଥିରେ ଆଇରନ୍‌ ,ଜିଙ୍କ୍‌, ମାଙ୍ଗାନିଜ୍‌, ଓ କପର ଅଛି । ଯାହା ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ । ଏତଦ୍‌ବ୍ୟତୀତ ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ମଧ୍ୟ ମିଳିଥାଏ, ଯାହା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ ।
ଖାଲି ସେତିକି ନୁହେଁ ମଟର ଶରୀରରେ ସୁଗାର୍‌ର ମାତ୍ରାକୁ ମଧ୍ୟ ନିୟନ୍ତ୍ରିତ କରିଥାଏ । ନିୟମିତ ମଟର ଖାଇଲେ ମଧୁମେହ ରୋଗର ଆଶଙ୍କା କମ୍‌ ହୋଇଥାଏ । ତା’ଛଡା ଏହା ହାଡ଼କୁ ମଜଭୁତ୍‌ ମଧ୍ୟ କରିଥାଏ ।

ମନେ ରଖନ୍ତୁ ମଟରର ଚୋପା ଛଡାଇ ତାକୁ ଖାଇଲେ ଏସବୁ ଉପକାର ମିଳେ । ତା’କୁ ରାନ୍ଧି ଖାଇଲେ ସେଭଳି ଉପକାର ମିଳି ନ ଥାଏ ।

ସମ୍ବନ୍ଧିତ ଖବର