ଜାଣନ୍ତି କି ! ମେହେନ୍ଦୀ ଏସବୁ ଶାରୀରିକ ସମସ୍ୟା ଦୂର କରିଥାଏ

ମେହେନ୍ଦୀ ଆମର ଦୈନନ୍ଦିନ ଜୀବନରେ ଏକ କାମରେ ଲାଗୁଥିବା ଏକ ସାମଗ୍ରୀ। ବିଶେଷ କରି କୌଣସି ପାରିବାରିକ ଉତ୍ସବ ଆସିଲେ ଝିଅ ଓ ମହିଳାମାନେ ନିଜ ହାତରେ ମେହେନ୍ଦୀ ଲଗାଇ ଥାଆନ୍ତି । ତା’ଛଡା କେଶର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ବି ମେହେନ୍ଦୀର ପ୍ରୟୋଗ କରା ଯାଇଥାଏ । ତେବେ ମେହେନ୍ଦୀ ଶରୀର ପାଇଁ ଉପକାରୀ । ଆସନ୍ତୁ ସେ ସଂପର୍କରେ ଜାଣିବା ।

ଯଦି ଆପଣ ତ୍ୱଚା ଜନିତ କୌଣସି ରୋଗରେ ପୀଡିତ , ତେବେ ମେହେନ୍ଦୀ ଆପଣଙ୍କ ପାଇଁ ଲାଭପ୍ରଦ ହୋଇପାରେ । ଆପଣ ମେହେନ୍ଦୀ ଗଛର ଛାଲକୁ କୁଟି ଗୁଣ୍ଡ କରି ରଖନ୍ତୁ । ଏହାକୁ ଜଳରେ ମିଶାଇ ନିୟମିତ ଭାବେ ଏକ ମାସ ଯାଏଁ ପାନ କରନ୍ତୁ । ମନେ ରଖନ୍ତୁ ଏହାକୁ ସେବନ କରିବା ସମୟରେ ମାସକ ପର୍ଯ୍ୟନ୍ତ ଦେହରେ ସାବୁନ ଲଗାଇବେ ନାହିଁ । ତା’ନହେଲେ ଏହାର କୌଣସି ଲାଭ ମିଳିବ ନାହିଁ ।

photo–homeremediess.com

ମେହେନ୍ଦିର ପତ୍ର ଉଚ୍ଚ ରକ୍ତ ଚାପକୁ କମ୍‌ କରିବାରେ ସହାୟକ ହୋଇଥାଏ । ମେହେନ୍ଦୀ ପତ୍ରକୁ ବାଟି ନିଜ ହାତର ପାପୁଲିରେ ଲଗାଇଲେ ଉଚ୍ଚ ରକ୍ତଚାପ ଜନିତ ସମସ୍ୟାରୁ ରକ୍ଷା ପାଇପାରିବେ ।
ମେହେନ୍ଦୀ ଗଣ୍ଠିରେ ହେଉଥିବା କଷ୍ଟକୁ ମଧ୍ୟ ଲାଘବ କରିଥାଏ । ଆପଣ ମେହେନ୍ଦୀ ପତ୍ରକୁ ବାଟି ତାହାକୁ ଯନ୍ତ୍ରଣାର ହେଉଥିବା ଜାଗାରେ ଲଗାନ୍ତୁ । ସାଧାରଣ ଉଷୁମ ପ୍ରଲେପ ଦେଲେ ଶୀଘ୍ର ଆରାମ ମିଳିଥାଏ ।

ସମ୍ବନ୍ଧିତ ଖବର