ଏହି ଗରମ ଆପଣଙ୍କ ବାଇକକୁ କରିଦେଇପାରେ ଖରାପ

ମୋଟରସାଇକେଲ ଯାହାର ବି ହେଉ ସମସ୍ତେ ଚାହାଁନ୍ତି କିଭଳି ଅଧିକ ମାଇଲେଜ ମିଳିବ | ତେବେ ଚାଳକର ଚଳାଇବା ଉପରେ ଏହା ନିର୍ଭର କରିଥାଏ | ତଥାପି ପରିବେଶରେ ହେଉଥିବା ଗରମ ବି ବାଇକର ମାଇଲେଜ ଓ ଇଞ୍ଜିନ ଉପରେ ପ୍ରଭାବ ପକାଇଥାଏ | ଆସନ୍ତୁ ଜାଣିବା କଣ କଲେ ଆପଣଙ୍କ ବାଇକ ଠିକ ରହିବ |

ସାଧାରଣତଃ ଦେଖିବାକୁ ମିଳିଥାଏ ଲୋକମାନେ ଧୁ ଧୁ ଖରାରେ ବାଇକ ପାର୍କ କରିଦେଇଥାନ୍ତି | ଏମିତି କରିବା ଦ୍ୱାରା ବାଇକର ଫୁଏଲ ଟ୍ୟାଙ୍କରେ ଥିବା ପେଟ୍ରୋଲ ଗ୍ୟାସ ଭାବେ ରୂପାନ୍ତରିତ ହୋଇ ଉଡିଯାଇଥାଏ | ଯଦିଓ ବହୁତ କମ ମାତ୍ରାରେ ଏହା ହୋଇଥାଏ ତଥାପି ଇନ୍ଧନ କମିଥାଏ | ତେଣୁ ନିଜ ବାଇକକୁ ଛାଇରେ ରଖନ୍ତୁ | ସେହିପରି ଅଧିକ ଗରମରେ ବାଇକର ଚକରେ ପବନ କମିଯାଇଥାଏ | ଟାୟାର ପ୍ରେସର କମିବା ଦ୍ୱାରା ଇଂଜିନ ଉପରେ ପ୍ରଭାବ ପକାଇଥାଏ | ଏଥିପାଇଁ ସପ୍ତାହକୁ ୩ ଥର ନିଜ ଗାଡିର ପ୍ରେସର ଚେକ କରନ୍ତୁ |

Droom

ବଡ କଥା ଏହି ସମୟରେ ଅଧିକ ଧୂଳି ଉଡ଼ିଥାଏ, ଆଉ ଏୟାର ଫିଲ୍ଟର ଦୂଷିତ ହୋଇଯାଇଥାଏ| ଯାହାଫଳରେ ମାଇଲେଜ ଉପରେ ପ୍ରଭାବ ପଡିଥାଏ | ତେଣୁ ୫୦୦ କିଲୋମିଟର ପରେ ଏୟାର ଫିଲ୍ଟରକୁ ସଫା କରିଦେବା ଆବଶ୍ୟକ | ଏତେ ମାତ୍ରାରେ ଗରମ ହେଉଥିବାରୁ ବାଇକର ଚେନରେ ଲାଗିଥିବା ଅଏଲ ଶୁଖିଯାଇଥାଏ | ଯାହାଫଳରେ ଶବ୍ଦ ହେବା ସହ ଇଂଜିନ ଉପରେ ପ୍ରଭାବ ପଡିଥାଏ | ତେଣୁ ୫୦୦-୭୦୦ କିଲୋମିଟର ମଧ୍ୟରେ ଚେନରେ ଲ୍ୟୁବ୍ରିକାଣ୍ଟ ଅଏଲ ଲଗାନ୍ତୁ | ଏ ସବୁ କରିବା ଦ୍ୱାରା ଆପଣଙ୍କ ବାଇକ ଠିକ ଭାବେ ରହିବ |

ସମ୍ବନ୍ଧିତ ଖବର