କଲରା ପାଟିକୁ ପିତା, କିନ୍ତୁ ଦେହ ପାଇଁ ଖୁବ୍‌ ମିଠା!

ନୂଆଦିଲ୍ଲୀ : ସବୁଜ ପନିପରିବା ଖାଇବା ସର୍ବଦା ସ୍ୱସ୍ଥ୍ୟ ପାଇଁ ଲାଭଦାୟକ । ସାଧାରଣତଃ କଲରାକୁ ଖାଇବା ପାଇଁ କିଏ ପସନ୍ଦ କରନ୍ତି ନାହିଁ । ତେବେ କଲରା ପାଟିକୁ ପିତା ଲାଗିଥିଲେ ମଧ୍ୟ ଶରୀର ପାଇଁ ବହୁ ଲାଭଦାୟକ ହୋଇଥାଏ । କଲରାରେ ଭରପୂର ମାତ୍ରାରେ ଭିଟାମିନ ସି ଏବଂ ଆଣ୍ଟିଅକ୍ସିଡ଼େଣ୍ଟ ରହିଥାଏ, ଯାହା ଶରୀରକୁ ଅନେକ ପ୍ରକାରର ରୋଗରୁ ରକ୍ଷା କରିଥାଏ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ ରଖିବା ସହ ଅନେକ ମାରାତ୍ମକ ରୋଗରୁ ରକ୍ଷା କରିଥାଏ। ଆସନ୍ତୁ ଜାଣିବା କଲରାର ଉପକାରିତା ବିଷୟରେ କିଛି କଥା।
ପେଟର ଷ୍ଟୋନ୍‌ ସମସ୍ୟା :
ଦୈନିକ କଲରା ଜୁସ ପିଇବା ଦ୍ୱାରା ଶରୀରରେ ଷ୍ଟୋନର ସମସ୍ୟା ଦେଖାଯାଇ ନ ଥାଏ । ଯଦି ଆପଣଙ୍କ ଷ୍ଟୋନ ସମସ୍ୟା ରହିଛି ତେବେ କଲରା ଜୁସ୍‌ ପିଇବା ଦ୍ୱାରା ଏଥିରୁ ରକ୍ଷା ମିଳିପାରିବ ।

TheHealthSite.com

ମୁଣ୍ଡ ବିନ୍ଧା:
ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା ଭାବେ ଦେଖାଯାଇଥାଏ । ଯଦି ମୁଣ୍ଡବିନ୍ଧା ଅଧିକ ସମୟ ପର୍ଯ୍ୟନ୍ତ ହୋଇଥାଏ ତେବେ କଲରା ବହୁ ଉପକାରୀ ପ୍ରମାଣିତ ହୋଇଥାଏ । ଏହି ସମୟରେ କଲାରର ପତ୍ରକୁ କିଛି ମାତ୍ରାରେ ବାଟି ଏହାକୁ ମୁଣ୍ଡରେ ଲଗାଇବା ଦ୍ୱାରା ମୁଣ୍ଡବିନ୍ଧା କିଛି ସମୟ ମଧ୍ୟରେ କମ ହୋଇଥାଏ ।

YouTube

ଆଣ୍ଠୁଗଣ୍ଠି ଯନ୍ତ୍ରଣା :
କଲରା ଆଣ୍ଠୁଗଣ୍ଠି ଯନ୍ତ୍ରଣା ପାଇଁ ଅନେକ ଲାଭଦାୟକ । କଲରାକୁ ସିଝାଇ ତାହାକୁ ଏକ କପଡ଼ାରେ ବାନ୍ଧି ଆଣ୍ଠୁଗଣ୍ଠି ଯନ୍ତ୍ରଣା ସମୟରେ ଲଗାଇବା ଦ୍ୱାରା କଷ୍ଠରୁ ମୁକ୍ତି ମିଳିଥାଏ ।
ଖଣ୍ଡିଆ ହୋଇଥିଲେ :
ଶରୀରର କୌଣସି ସ୍ଥାନରେ ଖଣ୍ଡିଆ କିମ୍ବା ଘା ହୋଇଥିଲେ କଲରା ବହୁ ଉପଯୋଗୀ ହୋଇଥାଏ । ଏହି ସମୟରେ କଲରାର ପତ୍ରକୁ ବାଟି ଖଣ୍ଡିଆ ହୋଇଥିବା ସ୍ଥାନରେ ଲଗାଇଲେ ତାହା ଶୀଘ୍ର ଶୁଖିବା ସହ କମ ଯନ୍ତ୍ରଣା ହୋଇଥାଏ ।

ସମ୍ବନ୍ଧିତ ଖବର