ଏହି ସବୁ ଘରୋଉ ଉପାୟ ଦ୍ୱାରା ଖାଦ୍ୟ ହଜମ ହେବ, ମୁଖ ଦୁର୍ଗନ୍ଧ ହେବନାହିଁ, କେଶ ହେବ ଉଜ୍ଜ୍ୱଳ ଓ କୁଣ୍ଡେଇ ହେବାରୁ ମିଳିବ ମୁକ୍ତି

0 1,553

ଏବେ ସିନା ସବୁ ଟିକ୍‌ନିକ୍‌ କଥାରେ ଅନ୍ୟ ଉପରେ ନିର୍ଭର, ପୂର୍ବକାଳରେ କିନ୍ତୁ ଅନେକ ସମସ୍ୟାର ସମାଧାନ ଘରୋଇ ଉପାୟରେ ହୋଇପାରୁଥିଲା। ପୂର୍ବକାଳର ଲୋକମାନେ ତାଙ୍କ ପର ପିଢ଼ି ପାଇଁ ଗୁଡ଼ାଏ ଶିକ୍ଷଣୀୟ କଥା ଛାଡ଼ି ଯାଇଛନ୍ତି।

ଆଜିକାଲି ଯୁଗ ଆଧୁନିକ ପ୍ରଭାବରୁ ମୁଖ ଦୁର୍ଗନ୍ଧ ଦୂର କରିବା ପାଇଁ ଆମେ ମାଉଥ୍‌ ଫ୍ରେସନର୍‌ ବ୍ୟବହାର କରିଥାଉ। ମାତ୍ର ପୂର୍ବକାଳର ଲୋକେ ଏଥିପାଇଁ ଜୁଆଣି ବ୍ୟବହାର କରୁଥିଲେ। ଜୁଆଣିରେ ଲୁଣ ଦେଇ ଚୋବେଇ ଖାଇକରି ତା’ପରେ ପାଣି ପିଇବା ଦ୍ୱାରା ମୁଖ ଦୁର୍ଗନ୍ଧ କମ୍‌ ହୋଇଥାଏ ବୋଲି ପୂର୍ବକାଳିଆ ଲୋକ ପରାମର୍ଷ ଦେଇଥାନ୍ତି।

ସିଲ୍‌କ ଏବଂ ସାଇନିଂ କେଶ ପାଇବା ପାଇଁ ଆମେ କେତେ ବି ଅର୍ଥ ବିନିଯୋଗ ନକରନ୍ତି। ମାତ୍ର ଜେଜେମାଆମାନେ ଗପ କରନ୍ତି କି ଉତ୍ତମ କେଶ ପାଇଁ ସେମାନେ ମନ୍ଦାର ପତ୍ର ଲେପ ଓ ମଞ୍ଜୁଆତି ପତ୍ର ଲେପକୁ କେଶରେ ଦେଉଥିଲେ।

ଖାଇ ସାରି ହଜମ ପାଇଁ ଆମେ ହାଜମଲା କିମ୍ବା ଅନ୍ୟ କିଛି ହଜମ ସାମଗ୍ରୀ ବ୍ୟବହାର କରିଥାନ୍ତି। ମାତ୍ର ଆଗକାଳର ଲୋକେ ଖାଇ ସାରିବା ପରେ ଜିରା ଚୋବାଉଥିଲେ ହଜମ କରାଇବା ପାଇଁ।

ଯଦି ଆପଣଙ୍କ ଶରୀରର କୌଣସି ଅଞ୍ଚଳ କୁଣ୍ଡେଇ ହେଉଛି ତେବେ ଆପଣ ଔଷଧ ନକିଣି ଆଳୁକଟାକୁ ସେହି ଅଞ୍ଚଳରେ ଲଗାଇପାରନ୍ତି। ଏହା ଦ୍ୱାରା ଉପଶମ ମିଳିଥାଏ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.