ଭାରତରେ ଲୋକେ ସାଧାରଣତଃ କ୍ଷୀର ମିଶା କଫି ପିଇଥା’ନ୍ତି। କିନ୍ତୁ ଯଦି ଆପଣ ବ୍ଲାକ୍ କଫି ପିଇବେ,ତେବେ ତାହା ଶରୀର ପାଇଁ ଖୁବ୍ ଉପକାରୀ ସବ୍ୟସ୍ତ ହେବ। ଏବେ ଆସନ୍ତୁ ଜାଣିବା ସେହି କଥା।..
ପ୍ରଥମ କଥା ହେଲା ଯେ ବ୍ଲାକ୍ କଫି ପିଇଲେ ଶକ୍ତି ସ୍ତର ବୃଦ୍ଧି ପାଇଥାଏ। ଆପଣଙ୍କର ସ୍ମରଣ ଶକ୍ତି ଓ ଚିନ୍ତା କରିବାର କ୍ଷମତା ମଧ୍ୟ ବଢ଼ିଥାଏ। ବ୍ଲାକ୍ କଫି ପିଇଲେ ଶରୀରର ଓଜନ ମଧ୍ୟ ହ୍ରାସ ପାଇଥାଏ। ଏହା ଫଳରେ ମେଟାବଲିକ୍ ରେଟ୍ ବି ବଢ଼ିଥାଏ। ଏହା ଶରୀରରେ ରହିଥିବା ଫ୍ୟାଟ୍କୁ ନଷ୍ଟ କରିଥାଏ।
ବ୍ଲାକ୍ କଫିରେ ଆଣ୍ଟି ଅକ୍ସିଡେଣ୍ଟ୍ସ, ଭିଟାମିନ୍, ମିନେରାଲ୍ସ ଆଦି ଭରପୁର ମାତ୍ରାରେ ଥାଏ। ଏହା ଦ୍ୱାରା ଶରୀରରେ ଥିବା ପୁରୁଣା ରୋଗ ମଧ୍ୟ ଭଲ ହୋଇଥାଏ। ଖାଲି ସେତିକି ନୁହେଁ,କର୍କଟ ରୋଗ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ମଧ୍ୟ କମ୍ ହୋଇଯାଏ।
Sambad is now on WhatsApp
Join and get latest news updates delivered to you via WhatsApp
ବ୍ଲାକ୍ କଫି ପିଇଲେ ମଧୁମେହ ରୋଗ ହେବାର ଆଶଙ୍କା ବି ହ୍ରାସ ପାଇଥାଏ। ଏହା ଶରୀରରେ ଇନ୍ସୁଲିନ୍ ବଢ଼ାଇବାରେ ସହାୟକ ହୋଇଥାଏ। ଏହା ଶରୀରରେ ଥିବା ସୁଗାର୍କୁ ନିୟନ୍ତ୍ରଣରେ ରଖିଥାଏ।