ଏହି ସବୁ ଲକ୍ଷଣ ରକ୍ତ କର୍କଟର ହୋଇଥାଇପାରେ, ଆଗୁଆ ହୁଅନ୍ତୁ ସାବଧାନ!

ବ୍ୟସ୍ତବହୁଳ ଜୀବନରେ ଖାଦ୍ୟପେୟର ଅନୀୟମିତତା ଶରୀରରେ ବିଭିନ୍ନ ରୋଗକୁ ନିମନ୍ତ୍ରଣ କରିଥାଏ । ଏହି ରୋଗମାନଙ୍କ ଭିତରେ ଲ୍ୟୁକେମିୟା ଅର୍ଥାତ୍ ରକ୍ତ କକର୍ଟ ଅନ୍ୟତମ । ଦେଶର ଅଧିକାଂଶ ଲୋକ ବର୍ତ୍ତମାନ ଏହି ରୋଗରେ ପୀଡିତ । ଏହା ଯେକୌଣସି ବୟସରେ ହୋଇଥାଏ କିନ୍ତୁ ୩୦ ବର୍ଷରୁ ଉର୍ଧ୍ବ ବ୍ୟକ୍ତିବିଶେଷଙ୍କ ଠାରେ ଏହି ରୋଗର ମାତ୍ରା ଅଧିକ ଦେଖାଯାଏ । ରକ୍ତ କର୍କଟ ଆକ୍ରାନ୍ତ ରୋଗୀଙ୍କୁ ପ୍ରଥମେ ଏହାର ଆଭାସ ହୋଇନଥାଏ । ଯେଉଁଥିପାଇଁ ଏହି ରୋଗ ଗମ୍ଭୀର ରୂପ ନେଇଯାଏ । ତେଣୁ ପ୍ରତ୍ୟେକଙ୍କୁ ଏହାର ପ୍ରାଥମିକ ସଂକେତର ଆଭାସ ହେବା ନିହାତି ଆବଶ୍ୟକ । ଯେଉଁଥିପାଇଁ ସମୟ ପୁର୍ବରୁ ହିଁ ଏହାର ଠିକ୍ ରୂପେ ଚିକିତ୍ସା ହୋଇପାରିବ । ତେବେ ଆସନ୍ତୁ ରକ୍ତ କର୍କଟର ପ୍ରାଥମିକ ସଂକେତ ବିଷୟରେ ଜାଣିବା ।

୧ . ଏନିମିୟା କିମ୍ବା ଜ୍ୱର : ରକ୍ତ କର୍କଟର ପ୍ରାଥମିକ ପର୍ଯ୍ୟାୟରେ ଆପଣଙ୍କୁ ଏନିମିୟା ଭଳି ସଂକେତ ଦେଖାଯାଏ । ସବୁବେଳେ ଥକ୍କାପଣ, ଅଳ୍ପ ଜ୍ୱର ଏବଂ ଦୁର୍ବଳ ଲାଗିବା  ଏହାର ଏକ ସଂକେତ ।

୨ . ଗଳାରେ ଦରଜ ହେବା : ରକ୍ତ କର୍କଟର ପ୍ରାଥମିକ ପର୍ଯ୍ୟାୟରେ ଗଳା କିମ୍ବା କାଖ ତଳେ ହାଲୁକା ଦରଜ ଲାଗିଥାଏ । ଏହାଛଡା ଆପଣଙ୍କ ପାଦ ବିନ୍ଧିବା କିମ୍ବା ଛାତିରେ ଜ୍ୱଳନ ହେଲେ ତୁରନ୍ତ ଡେରି ନକରି ଡାକ୍ତରଙ୍କ ପାଖକୁ ଯାଆନ୍ତୁ । ଏହା ରକ୍ତ କର୍କଟର ପ୍ରାଥମିକ ପର୍ଯ୍ୟାୟରେ ପ୍ରାଥମିକ ଲକ୍ଷଣ ।

୩ . ରକ୍ତପାତ : ଯଦି ଆପଣଙ୍କ ମୁହଁ, ନାକ କିମ୍ବା ଶୌଚ ସମୟରେ ରକ୍ତପାତ ହେଉଛି ତେବେ ଏହାକୁ ଖାମଖିଆଲ ଭାବେ ନିଅନ୍ତୁ ନାହିଁ।

୪ . ନିମୋନିଆ ହେବା :  ନିମୋନିଆ ହେବା, ମୁହଁରେ ଘା’ ହୋଇଯିବା, ମୁଣ୍ଡବ୍ୟଥା, ଚର୍ମରେ ରାସେସ୍ ହେବା, ହାଲୁକା ଜ୍ୱର ହେବା ଏବଂ ଗଳାରେ ଇନଫେକସନ୍ ହେଲେ ତୁରନ୍ତ ରକ୍ତପରୀକ୍ଷା କରାନ୍ତୁ ।

୫ . ଅଚାନକ ଓଜନ କମିବାକୁ ଲାଗିବା : ଅଚାନକ ଓଜନ କମିବା ତଥା ଭୋକ ନଲାଗିବା ବି ଏହାର ଏକ ବଡ଼ କାରଣ । ବିନା କୌଣସି ପ୍ରୟାସରେ ଯଦି ଅଚାନକ ଶରୀରରେ ଓଜନ କମିବାକୁ ଲାଗୁଛି ତେବେ ଏହାକୁ ହେୟଜ୍ଞାନ ନକରି ଡାକ୍ତରଙ୍କୁ ଦେଖାନ୍ତୁ । ଏହା ରକ୍ତ କର୍କଟର ପ୍ରାଥମିକ ଲକ୍ଷଣ ।

୬ . ବାରମ୍ବାର ସଂକ୍ରମଣର ଶିକାର ହେବା : ଶରୀରରେ ଲ୍ୟୁକୋମିଆର ସେଲ୍ ବିକଶିତ ହେଲେ ରୋଗୀର ମୁହଁ, ଗଳା, ଯକୃତ, ଚର୍ମ ଆଦି ବାରମ୍ବାର ସଂକ୍ରମଣର ଶିକାର ହୁଏ।

୭ . ଲିମ୍ଫ ନୋଡସ୍ ବଢିବା : ଗଳରେ ଜମାଟ ବାନ୍ଧିବା ଭଳି ଲାଗିବା କିମ୍ବା ଗାଣ୍ଠ ପଡିବା କିମ୍ବା ଏଥିରେ ପରିବର୍ତ୍ତନ ହେଲେ ଡାକ୍ତରଙ୍କ ପାଖକୁ ଯାଆନ୍ତୁ ।

୮ . ଶୋଇବା ସମୟରେ ଝାଳ ବାହାରିବା : ଶୀତଋତୁରେ ବି ଶୋଇବା ସମୟରେ ଝାଳ ବୋହିଲେ ଡେରି ନକରି ମେଡିକାଲ୍ ଯାଞ୍ଚ୍ କରନ୍ତୁ ।

୯ . ଶରୀରରେ ଦାଗ ପଡିବା : ରକ୍ତରେ ପ୍ଲେଟଲେଟସ୍ କମ୍ ହେବା ବି ରକ୍ତ କର୍କଟର ଲକ୍ଷଣ । ଏହାଦ୍ୱାରା ଶରୀରରେ ବାଇଗଣୀ କିମ୍ବା ନାଲି ରଙ୍ଗର ଦାଗ ପଡିଯାଏ ।

୧୦ . ହାଡ କିମ୍ବା ଜଏଣ୍ଟ ଦରଜ କରିବା : ହାଡ କିମ୍ବା ଜଏଣ୍ଟ ଦରଜ ହେଲେ ମଧ୍ୟ ଏଥିପାଇଁ ସତର୍କ ରୁହନ୍ତୁ । କାରଣ ରକ୍ତ କର୍କଟ ଅସ୍ତିମଜ୍ଜାରେ ହେଉଥିବା ରୋଗ ତେଣୁ ଏହାକୁ ଖାମଖିଆଲ ଭାବେ ନନେଇ ଡାକ୍ତର ଦେଖାନ୍ତୁ ।

୧୧ . ପେଟ ସମସ୍ୟା : ଅସାମାନ୍ୟ ଧଳାରକ୍ତର କୋଷିକା ଲିଭରରେ ଜମାଟ ବାନ୍ଧିବା ଯୋଗୁଁ ଅନେକ ପ୍ରକାର ପେଟ ସମସ୍ୟା ମଧ୍ୟ ଦେଖାଯାଏ । ତେଣୁ ଏଥିପାଇଁ ମଧ୍ୟ ଚେକଅପ୍ କରାଇନିଅନ୍ତୁ ।

୧୨ .  ଥକ୍କାପଣ : ରକ୍ତ କର୍କଟ ସମୟରେ ଶରୀରରୁ ହିମୋଗ୍ଲୋବିନ୍ ମାତ୍ରା କମ୍ ହୋଇଯାଏ । ଅମ୍ଲଜାନ ଶରୀରରେ ଭଲ ଭାବରେ ପହଞ୍ଚିପାରେ ନାହିଁ । ଏଥିପାଇଁ ଶରୀରର ଅଙ୍ଗ କାମ କରିବା ବନ୍ଦ କରିଦିଏ ଏବଂ ଥକ୍କାପଣ ଅନୁଭବ ହୋଇଥାଏ  ।

ସମ୍ବନ୍ଧିତ ଖବର