କେଉଁ ବ୍ଲଡ୍‌ ଗ୍ରୁପ୍‌ର ଲୋକ କିପରି ଖାଦ୍ୟ ଖାଇବା ଉଚିତ୍‌ ?

ସାଧାରଣତଃ ଲୋକେ ଡାକ୍ତରଙ୍କ ପାଖକୁ ଯାଇ ପ୍ରଶ୍ନ କରନ୍ତି ତାଙ୍କ ପାଇଁ କେଉଁ ଖାଦ୍ୟ ସ୍ୱାସ୍ଥ୍ୟପ୍ରଦ । ବିଶେଷଜ୍ଞମାନଙ୍କ ମତ ହେଲା ନିଜର ବ୍ଲଡ ଗ୍ରୁପ୍‌ ଅନୁଯାୟୀ ଖାଦ୍ୟ ଚୟନ କଲେ ଭଲ । ଏବେ ଆସନ୍ତୁ ଜାଣିବା କେଉଁ ବ୍ଲଡ ଗ୍ରୁପ୍‌ର ଲୋକଙ୍କୁ କିଭଳି ଖାଦ୍ୟ ଖାଇବା ଉଚିତ୍‌ ।
-ଯେଉଁ ଲୋକଙ୍କର ବ୍ଲଡ୍‌ ଗ୍ରୁପ୍‌ A , ସେମାନଙ୍କର ପନିପରିବା , ଗଜା ଡାଲି, ଫଳ , ଡ୍ରାଇ ଫ୍ରୁଟସ୍‌ ଆଦି ବେଶି ଖାଇବା ଆବଶ୍ୟକ । ଏମାନେ ବର୍ଗର ଓ ଚାଇନିଜ୍‌ ନୁଡୁଲସ୍‌ ମଧ୍ୟ ଖାଇ ପାରିବେ । ଦୁଗ୍ଧଜାତ ପଦାର୍ଥ ଓ ମାଂସ ଖାଇଲେ ଏମାନଙ୍କର ଓଜନ ଶୀଘ୍ର ବଢିଯାଏ ।
-ଯେଉଁମାନଙ୍କର ବ୍ଲଡ୍‌ଗ୍ରୁପ୍‌ ହେଉଛି ବି, ସେମାନେ ବିଭିନ୍ନପ୍ରକାରର ଖାଦ୍ୟ ଖାଇ ପାରିବେ । ଏଥିରେ ମାଛ-ମାଂସ ଓ ବିଭିନ୍ନ ପନିପରିବା ସାମିଲ୍‌ । ‘ ବି’ ବ୍ଲଡ୍‌ ଗ୍ରୁପ୍‌୍‌ର ଲୋକେ ସବୁପ୍ରକାର ଆହାର ଗ୍ରହଣ କରିପାରିବେ । ତେବେ ମକା, ବାଦାମ ଓ ରାଶି ଆଦି କମ୍‌ ଖାଇବା ଉଚିତ୍‌ ।
-ଯେଉଁମାନଙ୍କର ବ୍ଲଡ୍‌ ଗ୍ରୁପ୍‌ ହେଲା AB , ସେମାନେ ଅଧିକରୁ ଅଧିକ ମାତ୍ରାରେ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ସେବନ କରିବା ଆବଶ୍ୟକ । ଏମାନେ ରେଡ୍‌ ମିଟ୍‌ ଓ ସ୍ମୋକ୍‌ଡ ମିଟ୍‌ ଖାଇବାରୁ ଦୂରେଇ ରହିଲେ ଭଲ । ମାଛ, ଫଳ, ପନିପରିବା , ଦୁଧ , ଦହି ଆଦି ଖାଇଲେ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ତେବେ ମଦ ଛୁଇଁବା ଉଚିତ୍‌ ନୁହେଁ ।

photo-amarujala

– ଯେଉଁ ବ୍ୟକ୍ତିମାନଙ୍କର ବ୍ଲଡ୍‌ ଗ୍ରୁପ୍‌ O ,ସେମାନେ ହାଇ ପ୍ରୋଟିନ୍‌ ଖାଦ୍ୟ ଖାଇବା ଖୁବ୍‌ ଭଲ । ଏମାନେ ମାଛ-ମାଂସ ଖାଇ ପାରିବେ । ଏହି ଲୋକମାନଙ୍କର ସାଧାରଣତଃ ପେଟଜନିତ ରୋଗ ଦେଖା ଦେଇଥାଏ । ଏଣୁ ଦୁଗ୍ଧଜାତ ପଦାର୍ଥ ଏମାନେ କମ୍‌ ଖାଇବା ଉଚିତ୍‌ । ଭାତ, ରୁଟି ଏମାନେ କମ୍‌ ଖାଇବା ମଧ୍ୟ ଆବଶ୍ୟକ ।

ସମ୍ବନ୍ଧିତ ଖବର