ବ୍ରହ୍ମ କମଳର ରସ କେତେ ଉପକାରୀ , ଜାଣନ୍ତି !

ହିମାଳୟ ଅଞ୍ଚଳରେ ଏବେ ବ୍ରହ୍ମକମଳ ମଧ୍ୟ ଦେଖାଯାଉଛି। ତା’ଛଡ଼ା ଅନ୍ୟ କେତେକ ସ୍ଥାନରେ ବି ବ୍ରହ୍ମକମଳ ଦେଖିବାକୁ ମିଳେ। ଏହି ଫୁଲ ରାତିରେ ଫୁଟିଥାଏ ଏବଂ ସକାଳେ ମଉଳିଯାଏ।
ବ୍ରହ୍ମକମଳ ଆମର କେତେକ ଶରୀରିକ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ। ଜାଣନ୍ତୁ ସେ ସଂପର୍କରେ….

ଯଦି ଶରୀର କୌଣସି ଅଙ୍ଗରେ କ୍ଷତ ହୋଇଥାଏ,ତେବେ ସେଠାରେ ବ୍ରହ୍ମକମଳର ରସ ଲଗାଇଲେ,ତାହା ଶୀଘ୍ର ଭଲ ହୋଇଥାଏ।ଏହି ଫୁଲ ରସରେ ଆଣ୍ଟି ସେପ୍‌ଟିକ୍‌ ତତ୍ତ୍ୱ ରହିଥିବା ହେତୁ କ୍ଷତି ଭରିବା ଲାଗି ସୁବିଧା ରହିଛି।
ବ୍ରହ୍ମକମଳର ସ୍ୱାଦ ଯେମିତି ବି ହେଉନା କାହିଁକି ,ଏଥିରେ ପ୍ରଚୁର ମାତ୍ରାରେ ନ୍ୟୁଟ୍ରିସନ୍‌ ମିଳିଥାଏ। ଏହି ଫୁଲର ଗୁଣ୍ଡ ତିଆରି କରି ସେବନ କରିଲେ କ୍ଷୁଧା ବଢ଼ିଥାଏ ଓ ହଜମ କ୍ରିୟା ମଧ୍ୟ ସୁସ୍ଥ ହୋଇଥାଏ। ଯେଉଁମାନଙ୍କଠାରେ ମୂତ୍ର ସଂକ୍ରମଣ ପରିଲକ୍ଷିତ ହୋଇଥାଏ,ସେମାନଙ୍କ ପାଇଁ ବ୍ରହ୍ମକମଳ ବେଶ୍‌ ଲାଭଦାୟକ। ଏହାର ରସ ପିଇଲେ ମୂତ୍ର ସଂକ୍ରମଣ ମଧ୍ୟ ଦୂର ହୋଇଥାଏ।


ବ୍ରହ୍ମକମଳର ଫୁଲର ରସରେ କେତେକ ଔଷଧୀୟ ଗୁଣ ମଧ୍ୟ ରହିଛି। ଏହା ଜ୍ୱର ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ।ଏହି ଫୁଲର ଅର୍କକୁ ୫୦ ମିଲିଲିଟର ଜଳରେ ମିଶାଇ ପିଇଲେ ଜ୍ୱର ତତ୍‌କ୍ଷଣାତ୍‌ ଭଲ ହୋଇଯାଏ।

ସମ୍ବନ୍ଧିତ ଖବର