ଅପରାହ୍ନ ୪ଟା ପୂର୍ବରୁ ରୁଟି ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଭଲ , ଜାଣନ୍ତୁ କାହିଁକି
ସାଧାରଣତଃ ଲୋକେ ନିଜର ଓଜନ କମ୍ କରିବା ପାଇଁ ଡାଏଟିଂ କରିଥାନ୍ତି। ଆଉ କିଛି ଲୋକ ମନେ କରନ୍ତି ଯେ,ରୁଟି ଖାଇଲେ ଓଜନ କମ୍ କରି ହେବ। ଅଧିକାଂଶ ଲୋକଙ୍କର ଧାରଣା ଯେ,ରାତିରେ ରୁଟି ଖାଇଲେ,ତାହା ଶରୀର ପାଇଁ ଭଲ, କିନ୍ତୁ ତାହା ଠିକ୍ ନୁହେଁ। ପ୍ରକୃତରେ ରାତି ଅପେକ୍ଷା ଦିନରେ ରୁଟି ଖାଇବା ଭଲ। ଏହାର କାରଣ ହେଲା ରୁଟିରେ ପ୍ରଚୁର ମାତ୍ରାରେ କାର୍ବୋହାଇଡ୍ରେଟ୍ସ ଥାଏ। ଏଣୁ ଏହାକୁ ହଜମ କରିବା ରାତିରେ କଷ୍ଟକର। ଏଣୁ ଦିନରେ ରୁଟି ଖାଇଲେ ଭଲ। ଅପରାହ୍ଣ ୪ଟା ଭିତରେ ରୁଟି ଖାଇ ଦେବା ସ୍ୱାସ୍ଥ୍ୟ ପକ୍ଷେ ଭଲ।
Sambad is now on WhatsApp
Join and get latest news updates delivered to you via WhatsApp
ମନେ ରଖିବା ଉଚିତ ଯେ,ସନ୍ଧ୍ୟାପରେ କାର୍ବୋ ହାଇଡ୍ରେଟ୍ସଯୁକ୍ତ ଖାଦ୍ୟ ସେବନକୁ ହ୍ରାସ କରିବା ଆବଶ୍ୟକ।
ଦିନରେ କେତୋଟି ରୁଟି ଖାଇବେ,ତାହା ସମସ୍ତଙ୍କ କ୍ଷେତ୍ରରେ ଭିନ୍ନ ଭିନ୍ନ।ଏହା ଆପଣଙ୍କର ଶରୀର ଓ ସ୍ୱାସ୍ଥ୍ୟ ଉପରେ ନିର୍ଭର କରେ। ଦିନ ଭିତରେ ଅତି ବେଶିରେ ୨୫୦ ଗ୍ରାମ୍ କାର୍ବୋହାଇଡ୍ରେଟ୍ ଯୁକ୍ତ ଖାଦ୍ୟ ଗ୍ରହଣ କରିବା ଉଚିତ। ଏଣୁ ଅତ ବେଶିରେ ୫ଟି ରୁଟି ଖାଇବା ଠିକ୍ ହେବ।