ସକାଳ ଜଳଖିଆ ନିଶ୍ଚିତ ଖାଆନ୍ତୁ, ନଚେତ ବିଗିଡ଼ିପାରେ ସ୍ୱାସ୍ଥ୍ୟ 

ଆପଣ ସକାଳ ଜଳଖିଆ ଖାଇବାକୁ ଭୁଲିଯାଉଛନ୍ତି କି, ଯଦି ଏପରି କରୁଥାନ୍ତି ତେବେ ସାବଧାନ ହୋଇଯାଆନ୍ତୁ, କାରଣ ଏହାଦ୍ୱାରା ଆପଣଙ୍କୁ ବହୁତ କିଛି ଶାରୀରିକ ସମସ୍ୟାର ସମ୍ମୁଖୀନ କରିବାକୁ ପଡିପାରେ | ଏକ ସର୍ଭେ ଅନୁଯାୟୀ ଯେଉଁମାନେ ସକାଳ ଜଳଖିଆ ଖାଉନାହାନ୍ତି, ସେମାନଙ୍କ ମୃତ୍ୟୁ ଆଶଙ୍କା ୪ରୁ ୫ ଗୁଣା ବଢ଼ିଯାଏ। କେବଳ ସେତିକି ନୁହେଁ, ଏହାଦ୍ବାରା ହୃଦ୍‌ଘାତ ଆଶଙ୍କା ମଧ୍ୟ ବଢ଼ିଯାଏ।

photo-amarujala

ସକାଳ ଜଳଖିଆ ନ ଖାଇବା ଫଳରେ ମୋଟାପଣ ବଢ଼ିଥାଏ, ଯାହାଦ୍ବାରା ହୃତ୍‌ପିଣ୍ଡ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ପ୍ରତ୍ୟେକ ଦିନ ବ୍ରେକ୍‌ଫାଷ୍ଟ କରିବା ଦ୍ବାରା ଶରୀରର ଓଜନ ଠିକ୍‌ ରହିଥାଏ। ବ୍ରେକ୍‌ଫାଷ୍ଟ କରୁ ନ ଥିବା ଲୋକେ ମଧ୍ୟାହ୍ନ ଭୋଜନ ଓ ରାତ୍ରିଭୋଜନରେ ଅଧିକ ଖାଇଥାନ୍ତି।

ଫଳରେ ଓଜନ ବଢ଼ିବା ଆରମ୍ଭ ହୋଇଥାଏ। ସେହିପରି ଯେଉଁମାନେ ସକାଳ ଜଳଖିଆ ଖାଉନାହାନ୍ତି ସେମାନଙ୍କୁ ଟାଇପ୍‌ ୨ ମଧୁମେହ ହେବା ଆଶଙ୍କା ୩୩ ପ୍ରତିଶତ ବଢ଼ିଯାଏ। ତେଣୁ ନିଜ ଖାଦ୍ୟ ଖାଇବାର ଅଭ୍ୟାସକୁ ବଦଳାଇ ସ୍ବାସ୍ଥ୍ୟକର ବ୍ରେକ୍‌ଫାଷ୍ଟ ସେବନ କରନ୍ତୁ।

ସମ୍ବନ୍ଧିତ ଖବର