ନୂଆ ବର୍ଷ ଆଗରୁ ଏସବୁ ଜିନିଷ ଘରୁ ବାହାର କରି ଦିଅନ୍ତୁ , ପାଇବେ ଲକ୍ଷ୍ମୀଙ୍କ କୃପା

ଆସୁଛି ନୂଆ ବର୍ଷ। ସମସ୍ତେ ଏହାକୁ ନେଇ କିଛି ନା କିଛି ଯୋଜନା କରିଥିବେ। ହେଲେ ପ୍ରଥମେ ନିଜ ଘରକୁ ଠିକ୍‌ କରିବା ଦରକାର। ଏଥିଲାଗି ଟିକେ ସତର୍କ ହେବାକୁ ପଡ଼ିବ। ନିଜ ଘରେ ଯଦି କେତେକ ଭଙ୍ଗା ଜିନିଷ ରହିଛି ତେବେ ତାକୁ କ’ଣ କରାଯିବା ଦରକାର ତାହା ଜାଣନ୍ତୁ । ଅନେକ ସମୟରେ ଆମେ ଘରେ ଭଙ୍ଗା ଜିନିଷକୁ ବାହାରେ ନ ଫିଙ୍ଗି ଘରର ଏକ କୋଣରେ ରଖିଥାଉ । ଠିକ୍‌ ସେହିପରି ଅଚଳ ଯନ୍ତ୍ରକୁ ବି ସେଭଳି ରଖିଥାଉ । ମନେ ରଖନ୍ତୁ ଏପରି କରିବା ଦ୍ୱାରା ମା’ ମହାଲକ୍ଷ୍ମୀ ବିରକ୍ତ ହୁଅନ୍ତି ଓ ଘରେ ବାସ୍ତ ଦୋଷ ଦେଖା ଦେଇଥାଏ । ଯଦି ଆପଣଙ୍କ ଘରେ ନିମ୍ନୋକ୍ତ ଜିନିଷ ରହିଛି, ତେବେ ତା’କୁ ଘରୁ ବାହାର କରି ଦିଅନ୍ତୁ । ଏହା ଦ୍ୱାରା ଧନ ବୃଦ୍ଧି ହେବ, ପାରିବାରିକ ଶାନ୍ତି ବଜାୟ ରହିବ ଓ ଅଟକିଥିବା କାମ ଶୀଘ୍ରାତିଶୀଘ୍ର ସଂପନ୍ନ ହେବ । ଏଣୁ ନୂଆ ବର୍ଷ ଆଗରୁ ଏସବୁ ଜିନିଷ ଘରୁ ବାହାର କରି ଦିଅନ୍ତୁ ନିଶ୍ଚିତ ପାଇବେ ଲକ୍ଷ୍ମୀଙ୍କ କୃପା…

ଭଙ୍ଗା ପାତ୍ର: ଯଦି ଘରେ ଭଙ୍ଗା ବାସନ ବା ପାତ୍ର ଥାଏ, ତେବେ ମହାଲକ୍ଷ୍ମୀ ବିରକ୍ତ ହୁଅନ୍ତି ଓ ଘରେ ଦାରିଦ୍ର୍ୟ ପ୍ରବେଶ କରେ । ଏଣୁ ଏହାକୁ ତୁରନ୍ତ ବାହାରେ ଫିଙ୍ଗି ଦେବା ଭଲ ।

ଭଙ୍ଗା ପଲଙ୍କ: ବୈବାହିକ ଜୀବନରେ ସୁଖ ଶାନ୍ତି ପାଇଁ ପଲଙ୍କ ଏକଦମ୍‌ ଠିକ୍‌ ହେବା ଦରକାର । ଯଦି ପଲଙ୍କ ଭାଙ୍ଗି ଯାଇଛି, ତେବେ ଦାଂପତ୍ୟ ଜୀବନରେ ଅଶାନ୍ତି ଦେଖା ଦେବ ।
ବନ୍ଦ ଘଣ୍ଟା: ଘରେ ବନ୍ଦ ଘଣ୍ଟା ଥିଲେ, ପରିବାରର ସଦସ୍ୟଙ୍କ ଉନ୍ନତି ବାଧାପ୍ରାପ୍ତ ହେବ । ହେବା କାମ ସମୟରେ ସଂପୂର୍ଣ୍ଣ ହୋଇନଥାଏ ।
ଭଙ୍ଗା କବାଟ: ଘରେ ଭଙ୍ଗା କବାଟ ଥିଲେ ଲକ୍ଷ୍ମୀ ଘର ଭିତରକୁ ପ୍ରବେଶ କରନ୍ତି ନାହିଁ ବୋଲି ବିଶ୍ୱାସ ରହିଛି ।
ଭଙ୍ଗା ପେନ୍‌: ଘରେ ବା ଅଫିସରେ ଭଙ୍ଗା ପେନ୍‌ ବା ବନ୍ଦ ପଡ଼ିଥିବା କଲମ ରଖନ୍ତୁ ନାହିଁ । ଏହା କ୍ୟାରିଅର ଉପରେ ପ୍ରଭାବ ପକାଇଥାଏ ।

photo-thumbs.dreamstime.com

ଭଙ୍ଗା କାଚ: ଘରେ ଯଦି ଭଙ୍ଗା ଆଇନା ବା କାଚ ଅଛି ତେବେ ତାହା ଘରେ ନକାରତ୍ମକ ଶକ୍ତିକୁ ଡାକି ଆଣେ । ଏହା ଫଳରେ ପରିବାରରେ ମାନସିକ ଅଶାନ୍ତି ଦେଖା ଦେଇଥାଏ ।
ଭଙ୍ଗା ମୂର୍ତ୍ତି: ଘରେ ଯଦି ଭଗବାନଙ୍କର କୌଣସି ମୂର୍ତ୍ତି ଭଙ୍ଗା ରହିଛି, ତେବେ ତା’କୁ ତୁରନ୍ତ ଜଳରେ ବିସର୍ଜନ କରନ୍ତୁ । କାରଣ ଏହା କଷ୍ଟ ଦେଇପାରେ ।
ଫର୍ଣ୍ଣିଚର: ଘରର ପ୍ରତିଟି ଫର୍ଣ୍ଣିଚର ଏକଦମ୍‌ ଠିକ୍‌ ରହିବା ଦରକାର । ଘରେ ଭଙ୍ଗା ଫର୍ଣ୍ଣିଚର ଥିଲେ ତାହା ସମସ୍ୟା ସୃଷ୍ଟି କରିଥାଏ ।
ଅଚଳ ଇଲେକ୍ଟ୍ରାନିକ୍‌ ସାମଗ୍ରୀ: ଯଦି ଘରେ କୌଣସି ଅଚଳ ଇଲେକ୍ଟ୍ରାନିକ୍‌ ସାମଗ୍ରୀ ଅଛି ବା ଭାଙ୍ଗି ଯାଇଛି, ତେବେ ତା’କୁ ଘରୁ ତୁରନ୍ତ ବାହାର କରି ଦେବା ଉଚିତ୍‌ ।

photo-thebeatandbezel.com

ବନ୍ଦ ଘଣ୍ଟା: ଘରେ ବନ୍ଦ ଘଣ୍ଟା ଥିଲେ, ପରିବାରର ସଦସ୍ୟଙ୍କ ଉନ୍ନତି ବାଧାପ୍ରାପ୍ତ ହେବ । ହେବା କାମ ସମୟରେ ସଂପୂର୍ଣ୍ଣ ହୋଇନଥାଏ ।

ସମ୍ବନ୍ଧିତ ଖବର