ବର୍ଗର,ପିଜା ଫ୍ରାଇମସ୍ ପାଟିକୁ ସୁଆଦିଆ ଲାଗେ, କିନ୍ତୁ ଏସବୁ ଖାଦ୍ୟ ଖାଇଲେ, ଜାଣନ୍ତି ଏହି ସମସ୍ୟା ଉପୁଜେ!
ପେଟର ଚର୍ବି କମ୍ ହେଉନଥିବା ହେତୁ ଅନେକ ସମୟରେ ଲୋକେ ଚିନ୍ତିତ ଥାଆନ୍ତି। ସେମାନେ ଯେତେ ପରିଶ୍ରମ କରିଲେ ବା ଯେତେ ଝାଳ ବୁହାଇଲେ ବି ପେଟର ମୋଟାପଣ କମି ନଥାଏ। ଯଦି ସେଥିରୁ ରକ୍ଷା ପାଇବାକୁ ଚାହାଁନ୍ତି, ତେବେ ଏସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖବା ଉଚିତ। ପ୍ରଥମତଃ ହ୍ଵାଇଟ୍ ବ୍ରେଡ୍, ଭାତ ଓ ବେକ୍ଡ ଖାଦ୍ୟଠାରୁ ନିଜକୁ ଦୂରେଇ ରଖନ୍ତୁ।
Sambad is now on WhatsApp
Join and get latest news updates delivered to you via WhatsApp
ଦ୍ୱିତୀୟତଃ ପ୍ୟାକ୍ଡ ଫଳ ଜୁସ୍ ମଧ୍ୟ ବର୍ଜନୀୟ। କାରଣ ଏଥିରେ କେତେକ ସଂରକ୍ଷିତ ରାସାୟନିକ ସାମଗ୍ରୀ ଥାଏ ଓ ଏଥିରେ ସୁଗାର୍ର ମାତ୍ର ବି ଅଧିକ ଥାଏ। ଏହା ଶରୀରରେ ମୋଟାପଣକୁ ବଢାଇଥାଏ। ଯେଉଁ ଖାଦ୍ୟରେ ଅଧିକ ମାତ୍ରାରେ ଚିନି ଓ ଲୁଣ ଆଦି ଥାଏ,ତାକୁ ମଧ୍ୟ ନ ଖାଇବା ଭଲ।
ବର୍ଗର,ପିଜା ଫ୍ରାଇମସ୍ ଆଦି ଖାଦ୍ୟ ପାଟିକୁ ସୁଆଦିଆ ଲାଗେ,କିନ୍ତୁ ଏସବୁ ଖାଦ୍ୟ ଖାଇଲେ ମୋଟାପଣ ବଢ଼ିଥାଏ,ଏକଥା ଭୁଲନ୍ତୁ ନାହିଁ। ଏସବୁ ଖାଦ୍ୟ ନିୟମିତ ଭାବେ ଖାଇଲେ ପେଟର ଚର୍ବି ବଢିଯାଇଥାଏ।