ଜାଣନ୍ତୁ କେଉଁ ଦେଶର ଲୋକେ କେତେ ପରିମାଣର କାଲସିୟମ୍‌ ଯୁକ୍ତ ଖାଦ୍ୟ ଖାଆନ୍ତି 

ଗତକାଲି ଏକ ବିଶ୍ୱସ୍ତରୀୟ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ସାଧାରଣତଃ ଭାରତୀୟମାନେ କମ୍‌ ମାତ୍ରାରେ କାଲସିୟମ୍‌ଯୁକ୍ତ ଖାଦ୍ୟ ଗ୍ରହଣ କରିଥାନ୍ତି।

କାଲସିୟମ୍‌ ହେଉଛି ହାଡର ମୁଖ୍ୟ ଉପାଦାନ। ସୁସ୍ଥ ଶରୀରରେ ଏହାର ମାତ୍ରା ୩୦ ରୁ ୩୫ ପ୍ରତିଶତ, ଯାହା ହାଡକୁ ଶକ୍ତ କରିଥାଏ। କମ୍‌ ମାତ୍ରାରେ କାଲସିୟମ୍‌ ଖାଇଲେ ଅଷ୍ଟୟୋପୋରୋସିସ୍‌ ରୋଗ ହେବାର ଆଶଙ୍କା ଥାଏ।

କାଲସିୟମ୍‌ ଯୁକ୍ତ ଖାଦ୍ୟ ସେବନ କଲେ ହାଡ ମଜଭୁତ ରହିଥାଏ। ଏକଥା ଜାଣି ମଧ୍ୟ ଭାରତୀୟମାନେ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେଉ ନଥିବା ଏହି ରିପୋର୍ଟରେ କୁହାଯାଇଛି। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଭାରତୀୟମାନେ ସ୍ୱାସ୍ଥ୍ୟ ପାଇଁ ଯେତିକି ପରିମାଣରେ କାଲସିୟମର ଆବଶ୍ୟକତା ରହିଛି, ତାହାର ମାତ୍ର ଅଧା ସେବନ କରିଥାନ୍ତି।

 

ଭାରତ:ଏକ ବେସରକାରୀ ସଂସ୍ଥା ଇଣ୍ଟରନେସନାଲ ଅଷ୍ଟିୟୋ ପୋରୋସିସ୍‌ ଫାଉଣ୍ଡେସନ୍‌ (ଆଇ ଓ ଏଫ୍‌)ର ଅନୁଯାୟୀ ସୁସ୍ଥ ଶରୀର ପାଇଁ ପ୍ରତ୍ୟହ ୮୦୦ରୁ ୧୦୦୦ ମିଲିଗ୍ରାମ୍‌ କାଲସିୟମର ଆବଶ୍ୟକତା ରହିଛି। କିନ୍ତୁ ଭାରତୀୟମାନେ ପ୍ରତିଦିନ ୪୨୯ ମିଲିଗ୍ରାମ୍‌ କାଲସିୟମ୍‌ ଖାଇଥାନ୍ତି। ଏହି ରିପୋର୍ଟରେ କେବଳ ଭାରତ ନୁହେଁ ବରଂ ୭୪ଟି ଦେଶ ସାମିଲ ହୋଇଛି।

photo-vcmbc

ନେପାଳ:- ନେପାଳରେ ଲୋକେ ଦୈନିକ ମାତ୍ର ୧୭୫ ମିଲିଗ୍ରାମ୍‌ କାଲସିୟମ୍‌ ସେବନ କରିଥାନ୍ତି।

 

ସବୁଠୁ ଆଗେ ର: ଆଇସଲାଣ୍ଡ- ଏହି ତାଲିକାରେ ସର୍ବାଗ୍ରେ ରହିଛି ଆଇସଲାଣ୍ଡ, ଯେଉଁଠି ଲୋକେ ଭୋଜନରେ ୧୨୩୩ ମିଲିଗ୍ରାମ୍‌ କାଲସିୟମ୍‌ ଗ୍ରହଣ କରିଥାନ୍ତି।

 

ସବୁଠାରୁ  ପଛରେ :   ସବୁଠାରୁ କମ୍‌ ମାତ୍ରାରେ କାଲସିୟମ୍‌ ଏସିଆ, ଆଫ୍ରିକା ଓ ଦକ୍ଷିଣ ଆମେରିକା ମହାଦେଶର ଲୋକେ ଗ୍ରହଣ କରୁଥିବା କୁହାଯାଇଛି। ସେମାନେ ମାତ୍ର ୪୦୦ ରୁ ୭୦୦ ମିଲିଗ୍ରାମ୍‌ ପ୍ରତିଦିନ କାଲସିୟମ୍‌ ଖାଇଥାନ୍ତି।

 

ସମ୍ବନ୍ଧିତ ଖବର