କର୍ପୂର ଏହି ସବୁ ଶାରୀରିକ ସମସ୍ୟା ଦୂର କରିଥାଏ

ହିନ୍ଦୁ ଧର୍ମରେ କର୍ପୂରର ଯଥେଷ୍ଟ ମହତ୍ତ୍ୱ ରହିଛି। ଏହା ପୂଜା ପଦ୍ଧତିରେ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ।ଏହା ଛଡ଼ା ଭଲ ପୋଷାକକୁ ସୁରକ୍ଷିତ ରଖିବା ପାଇଁ ବି କର୍ପୂରର ପ୍ରୟୋଗ କରାଯାଇଥାଏ।ଏତଦ୍‌ବ୍ୟତୀତ କର୍ପୂରର ଆହୁରି ଅନେକ ଔଷଧୀୟ ଗୁଣ ବି ରହିଛି।

କର୍ପୂର ଶରୀର ତଥା ମସ୍ତିଷ୍କକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।ଆଜିକାଲି ଅନେକ ଲୋକ କହନ୍ତି ଯେ ,ସେମାନଙ୍କୁ ରାତିରେ ଭଲ ନିଦ ଆସୁନାହିଁ।ସେମାନଙ୍କ ପାଇଁ ଏକ ଭଲ ଔଷଧ ହେଲା କର୍ପୂର ତୈଳର କିଛି ବୁନ୍ଦା ନାକରେ ଲଗାଇବା।ଏହାଦ୍ୱାରା ଖୁବ୍‌ ଭଲ ନିଦ ଆସେ।
ଶୀତଦିନେ ଅନେକ ଲୋକଙ୍କର ନାକ ବନ୍ଦ ହୋଇଯାଏ ଓ ନିଶ୍ୱାଃସ ନେବାରେ ସମସ୍ୟା ଉପୁଜିଥାଏ। କର୍ପୂର ଏହି ସମସ୍ୟାରୁ ମୁକ୍ତି ଦେଇଥାଏ।ଏଥିପାଇଁ ଆପଣଙ୍କୁ ଏକ ବଡ଼ ପାତ୍ରରେ ଜଳ ଗରମ କରିବାକୁ ପଡ଼ିବ ଓ ସେଥିରେ କର୍ପୂରର ଖଣ୍ଡ ମିଶାଇବାକୁ ପଡ଼ିବ।ଏକ ତଉଲିଆ ଢ଼ାଙ୍କି ଦେଇ ବାମ୍ଫକୁ ନିଅନ୍ତୁ। ଯେପରି ଷ୍ଟିମ୍‌ ବାହାରକୁ ଯାଇନପାରେ।ସେହି ବାମ୍ଫକୁ ନାକ ଭିତରକୁ ନିଅନ୍ତୁ।

photo-newstodaypk.com_

କେଶ ବୃଦ୍ଧି ଲାଗି ମଧ୍ୟ କର୍ପୂର ତୈଳ ଉପଯୁକ୍ତ।ତେଲରେ ଅଳ୍ପ କର୍ପୂର ମିଶାଇ କେଶରେ ଲଗାଇଲେ,ତାହା କେଶ ବୃଦ୍ଧିରେ ସହାୟକ ହୋଇଥାଏ।
ଯେଉଁମାନଙ୍କର ଦେହ କୁଣ୍ଡେଇ ହୋଇଥାଏ,ସେମାନେ ଏଥିରୁ ରକ୍ଷା ପାଇବା ଲାଗି ପାଣିରେ କର୍ପୂର ତେଲ ମିଶାଇ କୁଣ୍ଡେଇ ହେଉଥିବା ଜାଗାରେ ଲଗାଇଲେ,ସେଥିରୁ ମୁକ୍ତି ମିଳିଥାଏ।
ଖାଲି ସେତିକି ନୁହେଁ କର୍ପୂର ମଧ୍ୟ ଡ଼େଙ୍ଗୁ ମଶାରୁ ରକ୍ଷା କରିଥାଏ।କୋଠରୀରେ କର୍ପୂର ଜଳାଇ ସବୁ କବାଟ ଓ ଝରକା ବନ୍ଦ କରିଦେଲେ,ସେଥିରେ ଥିବା ସବୁ ମଶା ମରିଯାଆନ୍ତି ଓ ମ୍ୟାଲେରିଆ ଓ ଡ଼େଙ୍ଗୁ ଆଦି ରୋଗରୁ ମଧ୍ୟ ରକ୍ଷା ମିଳିଥାଏ।

ସମ୍ବନ୍ଧିତ ଖବର