ଏହି ୪ଟି ଅଭ୍ୟାସ ବଦଳାଇ ଦିଅନ୍ତୁ, ଆପଣଙ୍କ ଜୀବନ ଖୁସିରେ ବିତିବ !

କେବେ କେବେ ଆମକୁ ଲାଗିଥାଏ କି,ଆମ ଜୀବନଟି ଯେମିତି ଏଠାରେ ହିଁ ରହିଯାଇଛି। ଯେଉଁ କାରଣକୁ ନେଇ ଆମେ ବହୁତ ଚିନ୍ତିତ ହେବାକୁ ଲାଗିଥାଉ। ଆଉ ଏହି କାରଣକୁ ନେଇ ଆମକୁ କିଛି ବି ହେଲେ ଭଲ ଲାଗିନଥାଏ।ତେଣୁ ଆପଣ ଆପଣଙ୍କ ଜୀବନକୁ ଏପରି ଯିବାକୁ ଦିଅନ୍ତୁ ନାହିଁ,ବରଂ ଆପଣ ଆପଣଙ୍କ ଜୀବନରେ ଏମିତି କିଛି କାମ କରନ୍ତୁ ଯାହା ଦ୍ୱାରା କି ଆପଣଙ୍କ ଜୀବନଟି ଖୁସିରେ କଟିବ।

୧-ତେବେ ଆମେ ଯଦି ଚାହିଁବା ତ ଆମ ଜୀବନର ଛୋଟ-ଛୋଟ କଥାକୁ ଧ୍ୟାନରେ ରଖି ତାହାକୁ ସଂପୂର୍ଣ୍ଣ ଭାବରେ ବଦଳାଇ ଦେଇପାରିବା। ତେଣୁ ଆପଣମାନେ ସେଇ କାର୍ଯ୍ୟକୁ କେବଳ କରନ୍ତୁ,ଯେଉଁ କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କୁ ଖୁସି ମିଳୁଅଛି!କିଛି ଏମିତି କାର୍ଯ୍ୟ ଯାହାକି ଆପଣଙ୍କୁ ଶାନ୍ତି ଦେଉଅଛି। ଏହା କରିବା ଯୋଗୁଁ ଆପଣଙ୍କୁ ଲାଗିବ କି କିଭଳି ଏହା ଆପଣଙ୍କ ମଧ୍ୟରେ ପରିବର୍ତ୍ତନ ଆଣୁଛି।ଆଉ ଏହି ପରିବର୍ତ୍ତନ ଆପଣଙ୍କୁ ଖୁସି ହିଁ ଖୁସି ପ୍ରଦାନ କରିବ!
୨-ଏତଦ୍‌ବ୍ୟତୀତ ଆପଣଙ୍କୁ ଯଦି କାହାରି କଥାଟି କଷ୍ଟ ଦେଇଅଛି,ତେବେ ଆପଣ ଏହାକୁ ହୃଦୟରେ ଲଗାଇକି ବସନ୍ତୁ ନାହିଁ,ବରଂ ତାହାକୁ ଭୁଲିବାକୁ ଚେଷ୍ଟା କରନ୍ତୁ। ନହେଲେ ସେଇ କଥାଟି ଆପଣଙ୍କ ମନରେ ମନରେ ରହି ହିଁ ଆପଣଙ୍କୁ କଷ୍ଟ ଦେଉଥିବ। ଆଉ ଆପଣଙ୍କ ଚିନ୍ତାଟି ବଢ଼ାଇଦେବ।
୩-ଏହାଛଡ଼ା ଆପଣ ଯେ କୌଣସି ଛୋଟକଥା ହେଉନା କାହିଁକି ପଛକେ,ସେଥିରେ ବି ନିଜର ଖୁସିଟିକୁ ଖୋଜି ବୁଲନ୍ତୁ। ଏହାସହିତ ନିଜର ଆଜିରେ ଜିଇଁବା ଶିଖନ୍ତୁ।ଏହା କରିବା ଦ୍ୱାରା ଆପଣ ଆପଣଙ୍କର ଆଜିକା ଦିନର ସତକୁ ଆପଣାଇବା ସହିତ ଅତୀତକୁ ଭୁଲଯିବେ,ଯାହାକି ଆପଣଙ୍କ ଭବିଷ୍ୟତକୁ ସୁଧାରିବାରେ ସାହାଯ୍ୟ କରିବ।
୪-ଏହା ଛଡ଼ା ଆପଣ କୌଣସି ବି ଅନ୍ତିମ ପରିଣାମକୁ ନେଇ ନିରାଶ ନ ହୋଇ ବରଂ ନିଜର ପ୍ରୟାସକୁ ଜାରି ରଖନ୍ତୁ, ଯାହାକିି ଶେଷରେ ଆପଣଙ୍କୁ ସଫଳତା ଆଣିଦେବ।

 

ସମ୍ବନ୍ଧିତ ଖବର