ଆଜିକାଲି ବ୍ରେକ୍-ଅପ ସାଧାରଣ କଥା ହୋଇଗଲାଣି । ଏବେ ଖାଲି ବୟଫ୍ରେଣ୍ଡ୍-ଗର୍ଲଫ୍ରେଣ୍ଡଙ୍କ ଭିତରେ ବ୍ରେକ୍ଅପ୍ ହେଉନି । ବିବାହ ଭଳି ସଂପର୍କରେ ମଧ୍ୟ ଏମିତି ହେଲାଣି । କଥାରେ ଅଛି, ପ୍ରେମରେ ପଡ଼ିଲେ ଲୋକ ଠିକ୍ ଭୁଲ୍-ଠିକର ବିଚାର କରେ ନାହିଁ । ଆଚାର୍ଯ୍ୟ ଚାଣକ୍ୟ ଏମିତି କିଛି କଥା କହିଛନ୍ତି ଯାହା ସଂପର୍କ ଭାଙ୍ଗିବାକୁ ଦେବନାହିଁ । ଚାଣକ୍ୟ ଏମିତି ଚାରିପ୍ରକାରର ପୁରୁଷଙ୍କ ବିଷୟରେ କହିଛନ୍ତି, ଯେଉଁମାନେ କେବେହେଲେ ପ୍ରେମରେ ଅସଫଳ ହୁଅନ୍ତି ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଯେଉଁ ପୁରୁଷ ସ୍ତ୍ରୀଙ୍କୁ ସବୁବେଳେ ସମ୍ମାନ ଦେଇଥାଆନ୍ତି, ସେମାନଙ୍କ ସଂପର୍କ କେବେ ହେଲେ ଅସଫଳ ହୁଏ ନାହିଁ । ଯେଉଁ ପୁରୁଷ ନିଜର ପ୍ରେମିକା ବା ପତ୍ନୀଙ୍କ ବ୍ୟତୀତ ଅନ୍ୟ ସ୍ତ୍ରୀ ପ୍ରତି ଆକର୍ଷିତ ହୁଅନ୍ତି ନାହିଁ ଏବଂ ତାଙ୍କ ସହିତ ସଂପର୍କ ରଖିବାକୁ ଭାବନ୍ତି ନାହିଁ, ସେମାନେ ପ୍ରେମରେ ସଫଳ ହୁଅନ୍ତି । ଯେଉଁ ପୁରୁଷ ନିଜର ଜୀବନସାଥୀକୁ ସୁରକ୍ଷା ଦେଇଥାନ୍ତି, ସେହିଭଳି ପରିବେଶ ମଧ୍ୟ ସୃଷ୍ଟି କରିଥାଆନ୍ତି, ସେମାନେ ସଫଳ ହୁଅନ୍ତି । କୁହାଯାଏ କି ପତ୍ନୀ ନିଜର ପତିଙ୍କ ଭିତରେ ପିତାଙ୍କୁ ଦେଖିଥାଏ । ଚାଣକ୍ୟଙ୍କ ଅନୁସାରେ ଯେଉଁ ପୁରୁଷ ସବୁବେଳେ ନିଜର ସ୍ତ୍ରୀ ପ୍ରତି ଆସକ୍ତି ରଖିଥାଆନ୍ତି, ସେମାନଙ୍କୁ ମୋକ୍ଷ ବା ମାନସିକ ଶାନ୍ତି ମିଳି ନ ଥାଏ । ଚାଣକ୍ୟଙ୍କ ଅନୁସାରେ ପୁରୁଷ ନିଜର ଦୁର୍ବଳତା ବିଷୟରେ କାହା ଆଗରେ ପ୍ରକାଶ କରିବା ଉଚିତ୍ ନୁହେଁ । ସେ ଭଲ ବନ୍ଧୁ ହେଉ କି ପତ୍ନୀ ହେଉଥାଉ ।