ଚାଣକ୍ୟ ନୀତି: ଏହି ୫ କଥାକୁ ବ୍ୟକ୍ତି ଗୋପନ ରଖିବା ହିଁ ବୁଦ୍ଧିମତାର କାମ 

ପୂର୍ବରୁ ଚାଣକ୍ୟ ନୀତି ଉପରେ ଆମେ ଗୁଡ଼ାଏ କଥା ଆଲୋଚନା କରିସାରିଛେ। କ’ଣ ସବୁ କରିବା ଉଚିତ ଓ କ’ଣ ନକରିବା ଉଚିତ ସେ ସଂପର୍କରେ ବି ଆଲୋଚନା ହୋଇସାରିଛି। ଏପରିକି କେଉଁ ସବୁ କଥା କାହାକୁ କହିବା ଅନୁଚିତ ସେ ସଂପର୍କରେ ନିକଟରେ ଆଲୋଚନା କରିସାରିଛେ। ଆଜି ସେହି ଆଚାର୍ଯ୍ୟ ଚାଣକ୍ୟଙ୍କ ସଂପର୍କରେ ଆହୁରି କିଛି ଜାଣିବା। ଚାଲନ୍ତୁ ଚାଣିବା ଚାଣକ୍ୟ କେଉଁ ୫ଟି କଥାକୁ ଗୁପ୍ତ ରଖିବାକୁ କହିଛନ୍ତି। ଏହି ୫ କଥାକୁ ଗୋପନ ନରଖିପାରିଲେ ବ୍ୟକ୍ତି ନାନା ଅସୁବିଧର ସାମ୍ନା କରିଥାନ୍ତି।

: ନିଜର ଧନହାନୀ କିମ୍ବା ଦାରିଦ୍ର୍ୟ ସଂପର୍କରେ କାହାକୁ କହନ୍ତୁ ନାହିଁ। ଅନେକ ଲୋକଥାଆନ୍ତି ଅଭାବ ସଂପର୍କରେ ଶୁଣିବା ମାତ୍ରେ ହିଁ ସାଥ୍‌ ଛାଡ଼ି ଦିଅନ୍ତି। ଆପଣ ଯଦି ନିଜର ଅଭାବଅନଟନ ବିଷୟରେ ସବୁ ଲୋକଙ୍କୁ କହିବସିବେ ତେବେ ଅନେକ ସଂପର୍କ ହରାଇବେ।

: କିଛି ସଂପର୍କୀୟ ଓ ବନ୍ଧୁମାନଙ୍କୁ ନିଜର ଗୁପ୍ତ କଥା କୁହନ୍ତୁ ନାହିଁ। କାହିଁକି ନା, ଆମ ଚତୁର୍ପାଶ୍ୱରେ ଏମିତି ଅନେକ ଲୋକ ଥାଆନ୍ତି ଯିଏକି ଆମ ସମସ୍ୟାର ସମାଧାନ କାଢ଼ିବା ପରିବର୍ତ୍ତେ ତାହାକୁ ବଢ଼ାଇ ଦିଅନ୍ତି।

: ନିଜ ଘରର ଦୁର୍ବଳତା ଅନ୍ୟ କାହା ଆଗରେ କୁହନ୍ତୁ ନାହିଁ। କିଛି ସଂପର୍କୀୟ ସମୟ ସୁବିଧା ଦେଖି ଏହାର ଭରପୂର ଫାଇଦା ଉଠାଇଥାଆନ୍ତି।

: ଯଦି ଆପଣ କେଉଁ ବ୍ୟକ୍ତି ନିକଟରୁ କିମ୍ବା କୌଣସି ପରିସ୍ଥିତିରେ ହାରି ଯାଉଛନ୍ତି ତେବେ ନିଜର ପରାଜୟ କେବେ ବି ଅନ୍ୟକୁ କୁହନ୍ତୁ ନାହିଁ।

: ପରାଜୟ ପରି ନିଜର ଅପମାନ ସଂପର୍କରେ ବି ଅନ୍ୟ ଲୋକଙ୍କୁ କୁହନ୍ତୁ ନାହିଁ ବୋଲି ଆଚାର୍ଯ୍ୟ ଚାଣକ୍ୟ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର