କେମୋମାଇଲ୍‌ ଟି ସେବନ କରିଲେ ମିଳିବ ଏହି ଫାଇଦା!

ଆମେ ବିଭିନ୍ନ ସମୟରେ ନାନାପ୍ରକାରର ଖାଦ୍ୟ ଖାଇବା ସାଙ୍ଗକୁ ପାନୀୟ ବି ଗ୍ରହଣ କରିଥାଉ।ଆମେ ଚା’ ବି ପିଇଥାଉ। ହେଲେ ଆପଣ ଜାଣନ୍ତି କି ଏମିତି କିଛି ପାନୀୟ ଅଛି, ଯାହାକୁ ଶୋଇବା ପୂର୍ବରୁ ପିଇଲେ ଶରୀରର ଓଜନ ଆଦୌ ବୃଦ୍ଧି ପାଇବ ନାହିଁ। କେମୋମାଇଲ୍‌ ଟି ସେବନ କରିଲେ ମଧ୍ୟ ଓଜନ କମିଥାଏ।ଏହି ଚାହା ପିଇଲେ ଗ୍ଲିସିନ୍‌ ର ସ୍ତରରେ ବୃଦ୍ଧି ପାଇଥାଏ। ଖାଲି ସେତିକି ନୁହେଁ ଏହା ଶରୀରର ଯନ୍ତ୍ରଣା ଦୂର କରିବା ସହିତ ମସ୍ତିଷ୍କକୁ ଶାନ୍ତ ରଖେ।

ଠିକ୍‌ ସେହିପରି ଅଦାମିଶ୍ରିତ ଚା’ ପିଇଲେ ବି ସେଭଳି ହୋଇଥାଏ। ଖାଲି ସେତିକି ନୁହେଁ ,ଶୋଇବା ପୂର୍ବରୁ ଏକ ଗ୍ଲାସ ଦୁଧ ପିଇଲେ ଖୁବ୍‌ ଭଲ ନିଦ ଆସେ। ତା’ ଛଡ଼ା ଶରୀରରେ ଯେତେ ଚାପ ଥିଲେ ତାହା କମିବା ସହିତ ଶରୀରରେ ଓଜନ ମଧ୍ୟ କମିଥାଏ।
ଠିକ୍‌ ସେହିପରି ଲୋକାଲୋରି ସୋୟା ମିଲ୍‌କ ସେବନ କରିଲେ ମଧ୍ୟ ଓଜନ ହ୍ରାସ ପାଇଥାଏ। ଏଥିରେ ଆଦୌ କାଲୋରି ନ ଥାଏ।
ରାତିରେ ଶୟନ ପୂର୍ବରୁ ଅଙ୍ଗୁର ଜୁସ୍‌ ପିଇଲେ ମଧ୍ୟ ଭଲ ନିଦ ଆସେ ଓ ଫ୍ୟାଟ୍‌ନେସ କମିଥାଏ।

ସମ୍ବନ୍ଧିତ ଖବର