ପିଲାଙ୍କୁୁ ଏସବୁରୁ ବାରଣ କରିବା ଉଚିତ କି?

ଆମେ ପ୍ରତିଦିନ ପିଲାଙ୍କୁ କିଛି କାମରେ ବାରଣ କରିଥାଉ। ଆମେ ଭାବୁ ଏପରି କରିଲେ ତାର ଅମଙ୍ଗଳ ହେବ। ଏଥିପାଇଁ ସେ ଯେପରି ସେହି କାମରେ ମନ ନ ଲଗାଇବ ସେଥିପ୍ରତି ସତର୍କ ଦୃଷ୍ଟି ଦେଇଥାଉ। କିନ୍ତୁ ଅନେକ କ୍ଷେତ୍ରରେ ତାହା ପ୍ରକୃତରେ ପିଲା ପାଇଁ ଭଲ ବୋଲି ଆମେ ଜାଣି ନଥାଉ।

ଏଇ ଧରନ୍ତୁ ପିଲା ଯେତେବେଳେ ପାଠପଢ଼ା ଛାଡ଼ି ଟିଭିି ଆଗରେ ବସେ ଘରେ ବାପା ମାଆ ଏହାକୁ ଖରାପ ଅଭ୍ୟାସ ବୋଲି କହି ଆକଟ କରନ୍ତି । ବାପା ମାଆ ଭାବନ୍ତି ଏହାଫଳରେ ପିଲାର ପାଠପଢ଼ା ନଷ୍ଟ ହେୁଛି। କିନ୍ତୁ ପ୍ରକୃତରେ ଏହା ତାକୁ ଜ୍ଞାନ ଆହରଣର ସୁଯୋଗ ଆଣି ଦିଏ । ତା’ଛଡା ମାନସିକ ଚାପ ବି ଦୂର କରିବାରେ ସହାୟକ ହୋଇଥାଏ । ଏକଥା ପିତାମାତା ଅନ୍ତତଃପକ୍ଷେ ବୁଝିବା ଉଚିତ।

ପିଲା ଅଯଥା କଥାରେ ରାଗିଲେ ବା ରୁଷିଲେ ଘରେ ସମସ୍ତେ ବିରକ୍ତ ହୁଅନ୍ତି । କିନ୍ତୁ ରାଗିଲେ ମନ ଭିତରେ ଥିବା ସମସ୍ତ କ୍ଷୋଭ ପ୍ରକଟ ହୋଇଯାଏ ଏବଂ ମସ୍ତିଷ୍କ ଶାନ୍ତ ରହେ । ଏହା ଜାଣି ରଖିବା ଉଚିତ। ଏଣୁ ଏଥିପ୍ରତି ବି ଧ୍ୟାନ ଦେବା ଆବଶ୍ୟକ। ପିଲା ବେଳେବେଳେ କାନ୍ଦେ,ଯାହାକୁ ନେଇ ଆମେ ଉତକ୍ଷିପ୍ତ ହୋଇଥାଉ ହେଲେ ଏହା ଦ୍ୱାରା ଯେ ତାର ମନ ଭିତରେ ଥିବା କ୍ଷୋଭ ପ୍ରକାଶ ପାଇଗଲା ତାହା ଭୁଲି ଯାଉ। ଠିକ୍‌ ସେହିପରି ପିଲା ବେଳେ ବେଳେ ଜିଦ୍‌ ଧରିଥାଏ ଯାହାକୁ ନେଇ ପିତାମାତା ବ୍ୟସ୍ତ ହୋଇ ପଡ଼ନ୍ତି,କିନ୍ତୁ ଏହା ଉଚିତ ନୁହେଁ। କାରଣ ମନୋବିଜ୍ଞାନୀଙ୍କ ମତରେ ଏହା ପିଲାପାଇଁ ଭଲ। କାରଣ ତା’ଭିତରେ ଜିଦ୍‌ ପ୍ରବୃତ୍ତି ନ ରହେ,ତେବେ ବଡ଼ ହେଲେ କୌଣସି ଚାଲେଂଜର ସାମ୍ନା କରିବ କିପରି? ଅତଏବ ଜିଦ୍‌ ମନୋଭାବ ରହିଲେ ଜଣେ ଲକ୍ଷ୍ୟ ହାସଲ ଦିଗରେ ଆଗେଇବ।

ସମ୍ବନ୍ଧିତ ଖବର