ପିଲାଦିନ ଦୁଃଖରେ କଟିଥିଲେ ବଡ଼ ହେଲେ ଦେଖାଯାଏ ଏହି ସବୁ ସମସ୍ୟା, ଆପଣଙ୍କ କ୍ଷେତ୍ରରେ ଏସବୁ ସମସ୍ୟା ନାହିଁ ତ?

ପିଲାଦିନର ପ୍ରଭାବ ବଡ଼ ହେବା ପରେ ଅନୁଭୂତ ହୁଏ ବୋଲି ଆପଣ ଜାଣିଥିବେ ନିଶ୍ଚୟ। ପିଲାଟି ଦିନରୁ ଶିଶୁଟିଏ ଯେଉଁଭଳି ପରିବେଶରେ ବଢ଼ିଥାଏ, ଯେଉଁଭଳି ଅନୁଭୂତି ସାଉଁଟିଥାଏ ତାହା ବଡ଼ ହେବା ପରେ ପ୍ରଭାବିତ କରେ। ତେବେ, ନିମ୍ନରେ ସେ ସଂପର୍କର ଉଲ୍ଲେଖ କରାଯାଇଛି। ବ୍ୟକ୍ତି ନିକଟରେ କେଉଁ ସବୁ ଗୁଣ ଥିଲେ ପିଲାଦିନ ଦୁଃଖରେ କଟିଥାଏ ବୋଲି ଆମେ ଅନୁମାନ କରିବା ଆସନ୍ତୁ ସେ ବିଷୟରେ ଜାଣିବା।

ଯେଉଁମାନେ ଛୋଟ ବେଳୁ ଦୁଃଖରେ ବଢ଼ିଥାନ୍ତି। ବିଶାଦରେ ସେମାନଙ୍କ ଦନ କଟିଥାଏ। ବଡ଼ ହେଲେ ତାହା ରାଗରେ ପରିଣତ ହୋଇଯାଏ। ସମୟେ ସମେୟ ଦୁଃଖ ଘାରି ଯାଏ। ସେମାନେ ବଡ଼ ହେବା ପରେ ରାଗୀ ନହେଲେ ଦୁଃଖୀ ହୋଇଯାଆନ୍ତି। ସେମାନେ ନିଜର ଭାବପ୍ରବଣତାକୁ କିପରି ସମ୍ଭାଳିବେ ଜାଣିପାରନ୍ତି ନାହିଁ।

ସେମାନେ ନିଜ ପାଇଁ ଲଢ଼ିବାକୁ ସମର୍ଥ ହୁଅନ୍ତି ନାହିଁ। ଛୋଟ ଛୋଟ କଥାରେ ଡରିଯାଆନ୍ତି। କିଛି କାମ କରିବା ପୂର୍ବରୁ ପ୍ରଥମେ ନକାରାତ୍ମକ ଭାବ ସୃଷ୍ଟି ହୁଏ। ଦକ୍ଷତା ଥିଲେ ବି ସାହସ ଅଭାବ ହେତୁ ସେମାନେ ଆଗକୁ ଯାଇପାରନ୍ତି ନାହିଁ।

କେତେକ କ୍ଷେତ୍ରରେ ପିଲାଦିନେ ଦୁଃଖରେ ରହିଥିବା ଶିଶୁ ବଡ଼ ହେବା ପରେ ଅତ୍ୟଧିକ ଲାଜକୁଳା ସ୍ୱଭାବର ହୋଇଥାନ୍ତି। ସେମାନେ ଅନ୍ୟ ସମ୍ମୁଖରେ କଥା କହିବାକୁ ବା ନିଜର ଭାବ ପ୍ରକାଶ କରିବାକୁ ଲାଜ କରନ୍ତି। ସେମାନଙ୍କ ଲାଜ ଭିତରେ ବି ଭୟ ଲୁଚି ରହିଥାଏ।

ନିଜକୁ ଛୋଟ ମଣିବା ଏମାନଙ୍କର ଏକ ପ୍ରବୃତ୍ତିରେ ପରିଣତ ହୋଇଯାଏ। କେବେ ବି ନିଜକୁ ଉଚିତ ମଣନ୍ତି ନାହିଁ। କୌଣସି ବି କ୍ଷତି ପାଇଁ ନିଜକୁ ଦାୟୀ କରାନ୍ତି। ଅନ୍ୟ ପାଇଁ ଲଢ଼ିବା ତ ଦୂରର କଥା ନିଜ ପାଇଁ ବି ଲଢ଼ିପାରନ୍ତି ନାହିଁ। କେତେକ କ୍ଷେତ୍ରରେ ଏହା ମାନସିକ ରୋଗର କାରଣ ବି ହୋଇଥାଏ।

ମନେରଖନ୍ତୁ ଆପଣଙ୍କ ପିଲା ଆସନ୍ତାକାଲିର ଭବିଷ୍ୟତ। ଗୋଟାଏ ଶିଶୁଟିଏ ବି ଗୋଟାଏ ଦେଶର ହର୍ତ୍ତାକର୍ତ୍ତା ସାଜିପାରେ। ନିଜର ପିଲାଙ୍କୁ ଦୁଃଖଠାରୁ ଦୂରେଇ ରଖନ୍ତୁ। ସୁଖୀ ପାରିବାରିକ ପରିବେଶ ସୃଷ୍ଟି କରନ୍ତୁ। ସକାରାତ୍ମକ କଥା କୁହନ୍ତୁ। କୁନି ମନରେ ଆଘାତ ଦେଇ ଭବିଷ୍ୟତକୁ ବିପଦମୁଖୀ କରନ୍ତୁ ନାହିଁ।

ସମ୍ବନ୍ଧିତ ଖବର