ମନ୍ଦାର କେବଳ ଠାକୁରଙ୍କ ପାଇଁ ନୁହେଁ, ମଣିଷଙ୍କ ପାଇଁ ବି ଦରକାରୀ; ଭଲ କରେ ଅନେକ ରୋଗ

ମନ୍ଦାର ଫୁଲର କଥା ଉଠିଲେ ଦେବାବେଦୀ ଆଖି ସାମ୍ନାକୁ ଆସନ୍ତି। ଏହି ଫୁଲରେ ଈଶ୍ୱରଙ୍କ ପୂଜା କରାଯାଏ। ଫଲଟଇ ଖୁବ୍‌ କମ୍‌ ସମୟ ମଧ୍ୟରେ ମଉଳି ଯାଉଥିବା ହେତୁ ଏହା ଘର ସଜା ଉପଯୋଗୀ ନୁହେଁ। ତେବେ, ଆଉ ଏକ କଥା କହି ରଖୁଛୁ ଯେ କେବଳ ପୂଜା ପାଇଁ ନୁହେଁ ବରଂ ଆହୁରି ଅନେକ କାମରେ ଏହି ଫୁଲ ଲାଗେ। ବିଶେଷ କରି ଗୁଡ଼ାଏ ଶାରୀରିକ ସମସ୍ୟା ଦୂର କରିବାକୁ ଏହି ଗୋଟାଏ ଫଲ ଗଛର ପତ୍ର ଯଥେଷ୍ଟ।

ଏହି ଫୁଲରେ ଆଣ୍ଟି ଅକ୍ସିଡେଣ୍ଟ୍‌ ରହିଛି। ଏଥିପାଇଁ ଏହା ଅନେକ ରୋଗକୁ ଦମନ କରିପାରେ। ପୂର୍ବକାଳର ଲୋକେ ଏହାକୁ ଜ୍ୱର ହେଲେ ଔଷଧ ଭାବେ ବ୍ୟବହାର କରୁଥିଲେ। ଗୋଟାଏ ମନ୍ଦାର ପତ୍ର ଖାଇ ଗରମ ପାଣି ପିଇଦେଲେ ଉଭୟ ଶିଶୁ ଓ ବୟସ୍କଙ୍କ ଶରୀରରୁ ଉତ୍ତାପ ଉତୁରିଯାଏ।

କୌଣସି ପ୍ରକାରର ସଂକ୍ରମଣରୁ ଏହା ସୁରକ୍ଷା ଦିଏ। ଏଥିରେ ଭିଟାମିନ୍‌ ‘ସି’, ମିନେରାଲ୍‌ ଏବଂ ଆଣ୍ଟି ଅକ୍ସିଡେଣ୍ଟ ଥିବାରୁ ଏହା କଫ, ଶ୍ୱାସ ଓ କାସ ଆଦି ସଂକ୍ରାମକ ରୋଗରୁ ରକ୍ଷା କରେ। ଏହି ପତ୍ରରୁ ଗରମ ପାଣିରେ ପକାଇ ସେ ପାଣି ପିଇବା ଦ୍ୱାରା ଉପଶମ ମିଳିଥାଏ।

ଏହା ବ୍ୟତୀତ ମୁଣ୍ଡବିନ୍ଦା, ନିମ୍ନ ରକ୍ତଚାପ, ମଧୁମେହ, କେଶ ଝଡ଼ିବା ସମସ୍ୟା ଆଦି ଦୂର କରିବା ପାଇଁ ମନ୍ଦାର ପତ୍ର ଅବ୍ୟର୍ଥ ଭାବେ କାର୍ଯ୍ୟ କରେ। କେଶକୁ ଚିକ୍କଣ ରଖିବା ପାଇଁ ଆପଣ ମନ୍ଦାର ଫୁଲକୁ ବାଟି କେଶରେ ଉପଯୋଗ କରିପାରନ୍ତି।

ସମ୍ବନ୍ଧିତ ଖବର