ଗାଧୋଇବାର ତୁରନ୍ତ ପରେ ନଡିଆ ତେଲରେ କର୍ପୂର ମିଶାଇ ଲଗାଇଲେ ମିଳିବ ଏସବୁ ଫାଇଦା

ନଡିଆ ତେଲର ଉପଯୋଗ ଏମିତିରେ ତ ଅନେକ ତ୍ୱଚା ସମ୍ବନ୍ଧିତ ସମସ୍ୟାର ସମାଧାନ ଲାଗି କରାଯାଇଥାଏ। ତେବେ ଅଧିକାଂଶ ଲୋକ କେଶରେ ଲଗାଇବା ଓ ଖାଦ୍ୟ ପ୍ରସ୍ତୁତି ପାଇଁ ଏହାକୁ ବ୍ୟବହାର କରିଥା’ନ୍ତି। ତେବେ ଏବେ ଆପଣଙ୍କ ମନରେ ଏଇଆ ପ୍ରଶ୍ନ ଉଙ୍କୁ ମାରୁଥିବ କି ଗାଧୋଇବା ପରେ ନଡିଆ ତେଲ ପୁଣି ଆମ ପାଇଁ କି କାର୍ଯ୍ୟ କରିଥାଏ? ତେଣୁ ଏ ବିଷୟରେ ଜାଣିବାକୁ ହେଲେ ଆପଣଙ୍କୁ ନିମ୍ନରେ ଦିଆଯାଇଥିବା ନଡିଆ ତେଲର ଫାଇଦା ବିଷୟରେ ଜାଣିବାକୁ ହେବ!
୧- ଗାଧୋଇବା ପରେ ଯଦି ଆପଣଙ୍କୁ ମହଙ୍ଗା ମଶ୍ଚରାଇଜର୍‌,ବଡି କ୍ରିମ୍‌ ବା ବଡି ଲୋସନ୍‌ ପ୍ରୟୋଗ କରିବାର ଅଭ୍ୟାସ ରହିଥାଏ,ତେବେ ନଡିଆ ତେଲ ମଧ୍ୟ ଆପଣଙ୍କ ଲାଗି ସମାନଧରଣର କାର୍ଯ୍ୟ କରିପାରିବ, କାରଣ ନଡିଆ ତେଲ ଚିକ୍କଣ ତ୍ୱଚା ପ୍ରଦାନ କରେ।
୨-ଏଥିସହିତ ଯେଉଁ ଲୋକଙ୍କର କୌଣସି ପ୍ରକାରର ସଂକ୍ରମଣ ବା କୁଣ୍ଡିଆ ହୋଇଥାଏ,ସେମାନେ ନଡିଆ ତେଲରେ କର୍ପୂର ମିଶ୍ରଣ କରି ଗାଧୋଇବା ଘରେ ଅବଶ୍ୟ ରଖନ୍ତୁ। ଏଥିସହିତ ଗାଧୋଇବା ପରେ ଆପଣ ଆପଣଙ୍କ ଶରୀରରସଂକ୍ରମଣ ହେଉଥିବା ସ୍ଥାନରେ ବି ଏହାକୁ ଲଗାଇପାରିବେ। ଏହି ଉପଚାର କରିବା ଯୋଗୁଁ ବି ଆପଣଙ୍କ ରୋଗ ପାଖ ମାଡି ନଥାଏ।


୩-ଏହାସହିତ ଯଦି ଆପଣଙ୍କୁ ଅନ୍ତର୍ବସ୍ତ୍ର କାରଣରୁ କିଛି ବି ପ୍ରକାରର ପୋଡାଜଳା,କୁଣ୍ଡିଆ ବା ଫୁଲା ସମସ୍ୟା ଦେଖାଯାଉଛି ତ,ତେବେ ଆପଣ ନଡିଆ ତେଲରେ କର୍ପୂର ଲଗାଇ ନିୟମିତ ରୂପରେ ଲଗାନ୍ତୁ।

ସମ୍ବନ୍ଧିତ ଖବର