ନଡ଼ିଆପାଣି ଖାଲି ସୁସ୍ୱାଦୁ ନୁହେଁ, ଏଥିରେ ଭରି ରହିଛି ଅନେକ ଉତ୍ତମ ସ୍ୱାସ୍ଥପ୍ରଦ ଉପାଦାନ। ଏଥିରେ ସ୍ୱଳ୍ପମାତ୍ରାରେ ଶର୍କରା ଥିବାରୁ ଓଜନ କମାଇବା, କିଡ୍ନିର ଉପକାର କରିବା ଏବଂ ଶରୀରର ଜୈବିକ ପ୍ରକ୍ରିୟା ସୁଚାରୁ ରୂପେ ସମ୍ପାଦନ କରିଥାଏ।
ନଡ଼ିଆପାଣିରେ ବିପୁଳ ପରିମାଣରେ ପଟାସିୟମ୍ ରହିଥିବାରୁ ଏହା ଶରୀରରୁ ବହକା ପାଣି ବାହାର କରି ପକାଏ। ଫଳରେ ଶରୀରରୁ ଭୂତାଣୁଜନିତ ବିଷାକ୍ତ ପଦାର୍ଥ ବାହାରି ଯିବା ସହ ଓଜନ ମଧ୍ୟ ହ୍ରାସ ପାଇଥାଏ।
ନଡ଼ିଆପାଣି ପେଟ ଥଣ୍ଡା ରଖେ। ଏହା ସହଜରେ ହଜମ ହୋଇ କୋଷ୍ଠକାଠିନ୍ୟ ପ୍ରତିରୋଧ କରିଥାଏ। ଏଥିରେ ଉତ୍ତମ ପରିମାଣର ଇଲେକ୍ଟ୍ରୋଲାଇଟ୍ସ୍, ଭିଟାମିନ୍ ଓ ମିନେରାଲ୍ ଥିବାରୁ ଅସ୍ତ୍ରୋପଚାର ବା ବାଧିକାରୁ ଉଠିଥିବା ଲୋକଙ୍କ ପାଇଁ ଅତି ଉପକାରୀ।
ନଡ଼ିଆପାଣିରେ ଆଲ୍କାଲାଇନ୍ ଥବାରୁ ଅମ୍ଳଜନିତ ରୋଗ ଭୋଗୁଥିବା ବ୍ୟକ୍ତିଙ୍କୁ ଏହା ତୁରନ୍ତ ଆରମ ଦିଏ ଏବଂ ପିଏଚ୍ ସନ୍ତୁଳନକୁ ସ୍ୱାଭାବିକ କରି ପକାଏ। ଶରୀରରୁ କ୍ଷୟ ପାଇଥିବା ଜଳୀୟଅଂଶକୁ ମଧ୍ୟ ନଡ଼ିଆପାଣି ଭରଣା କରିଥାଏ।
ବୃକ୍କକରେ ହୋଇ ଥିବା ଟିକି ଟିକି ପଥୁରିକୁ ନଡ଼ିଆ ପାଣି ନଷ୍ଟ କରି ପରିସ୍ରାରେ କାଢ଼ି ପକାଏ।
ସାମାନ୍ୟ ମଧୁମେହ ଭୋଗୁଥିବା ବ୍ୟକ୍ତିଙ୍କ ପାଇଁ ଏହା ଉପକାରୀ। ଦୈନିକ ୨୦୦ ମିଲି ଲିଟର୍ ନଡ଼ିଆପାଣି ପିଇଲେ ରକ୍ତ ଶର୍କରା ସ୍ତର ବଢ଼ିବ ନାହିଁ। ଏଥିରେ କେବଳ ଗ୍ଲୁକୋଜ୍ ଥିବାରୁ ଏହା ପ୍ୟାକେଟ୍ରେ ମିଳୁଥିବା ଫଳରସ ଏବଂ ଆଇସ୍କ୍ରିମ୍ ଠାରୁ ଭଲ।