ଜାଣନ୍ତି କି ! ଏସବୁ ଜିନିଷ ନିରାମିଷ ନୁହେଁ ଆମିଷ

ଆଜିକାଲି ନିରାମିଷ ଆହାର ପ୍ରତି ଲୋକଙ୍କର ଆଗ୍ରହ ବଢୁଛି। ଏଥିପାଇଁ ଘରେ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ନିରାମିଷ ଭୋଜନ ପ୍ରସ୍ତୁତ ହେଉଛି। ହେଲେ ଆପଣ ଜାଣନ୍ତି କି ଆମେ ଯେଉଁ ସବୁ ନିରାମିଷ ଖାଦ୍ୟ ଖାଉଛୁ, ତାହା ପ୍ରକୃତରେ ଆମିଷ ନୁହେଁ ନିରାମିଷ।
ଆସନ୍ତୁ ଜାଣିବା କେଉଁ ଖାଦ୍ୟ ପ୍ରକୃତରେ ନିରାମିଷ ନୁହେଁ ଆମିଷ।
-ସୁପ୍‌: ଆମେ ଭାରତୀୟମାନେ ସୁପ୍‌ ଖାଇବାକୁ ଭଲ ପାଉ। ଯଦି ଆମେ ରେସ୍ତୁରାଁରେ ସୁପ୍‌କୁ ନିରାମିଷ ଖାଦ୍ୟ ଭାବି ଖାଇଥାଉ, ତେବେ ଭୁଲ୍‌ କରୁଛୁ। କାରଣ ରେସ୍ତୁରାଁ ମାନଙ୍କରେ ଅଧିକାଂଶ ସମୟରେ ଭେଜ୍‌ ସୁପ୍‌ରେ ବି ମାଛ ସସ୍‌ର ପ୍ରୟୋଗ କରାଯାଇଥାଏ।
ନାନ୍‌: ଆମେ ରେସ୍ତୁରାଁରେ ନାନ୍‌ ଖାଇଥାଉ। କିନ୍ତୁ ପ୍ରକୃତ ନାନ୍‌ ନିରାମିଷ ଖାଦ୍ୟ ନୁହେଁ ବୋଲି ଜାଣି ରଖନ୍ତୁ।
ଛେନା: ଆମେ ନିରାମିଷ ଖାଦ୍ୟ ଭାବେ ଛେନାକୁ ନେଇଥାଉ। ଆମେ ଛେନା ପରଟା ଓ ଛେନା ଦୋସା ଖାଇଥାଉ। ଘରେ ବି ଚୁଡାରେ ଛେନା ଗୁଡ ମିଶାଇ ଖାଇଥାଉ। ହେଲେ ଏହା ପ୍ରକୃତରେ ନିରାମିଷ ନୁହେଁ।
ତେଲ: ଆମେ କେତେକ ବିଜ୍ଞାପନରୁ ଜାଣି ଥାଉ ଯେ ଏହି ତେଲ ହୃଦୟ ପାଇଁ ଅନୁକୂଳ। ଏଣୁ ତା’ର ପ୍ରୟୋଗ କରିଥାଉ ରୋଷେଇରେ। ହେଲେ ପ୍ରକୃତରେ ଯେଉଁ ତେଲରେ ତିନିଟି ଓମେଗା ଏସିଡି ଥାଏ, ତାହା ମାଛର ତେଲରୁ ମିଳିଥାଏ। ଆଉ କେତେକ ମେଣ୍ଢା ଠାରୁ ପ୍ରାପ୍ତ ହୋଇଥାଏ। ଅତଏବ ଏହା ବି ନିରାମିଷ।


ଚିନି:ଆମେ ପ୍ରତିଦିନ ଖାଦ୍ୟରେ ଚିନି ଗ୍ରହଣ କରିଥାଉ। ହେଲେ ଆପଣ କ’ଣ ଜାଣନ୍ତି କି ଚିନି ପ୍ରକ୍ରିୟାକରଣ ସମୟରେ ପ୍ରାକୃତିକ କାର୍ବନର ପ୍ରୟୋଗ କରାଯାଇଥାଏ। ଏହା ପଶୁମାନଙ୍କର ହାଡ଼ରୁ ମିଳିଥାଏ।
-ଆଳୁ ଚିପ୍‌ସ: ଅଧିକାଂଶ ଆଳୁ ଚିପ୍‌ସକୁ ସ୍ୱାଦିଷ୍ଟ କରିବା ପାଇଁ ସେଥିରେ ଚିକେନ୍‌ର ଫ୍ୟାଟ୍‌ ମିଶା ଯାଇଥାଏ। ଏଣୁ ଏହା ବି ନିରାମିଷ ନୁହେଁ।

ସମ୍ବନ୍ଧିତ ଖବର