ଆଜି ହିଁ ନିଜ ବାଡ଼ିରେ ବୁଣନ୍ତୁ ଧନିଆ ମଞ୍ଜି, ଦୂର ହେବ ଅନେକ ରୋଗ; ଧନିଆ ତ ଉପକାରୀ ପତ୍ର ତା’ଠୁ ବଳି

ଆପଣ ଜାଣିଥିବେ ଧନିଆ ପତ୍ର ହେଉଛି ଏକ ସାଧାରଣ ରୋଷେଇ ଉପଯୋଗୀ ପତ୍ର। ଏହାକୁ ତରକାରିରୁ ନେଇ ପିଠା, ଚଟଣି ଆଦି ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଏ। ଆପଣ ବି ବ୍ୟବହାର କରନ୍ତୁ। ଏଥିପାଇଁ ବ୍ୟବହାର କରନ୍ତୁ ନାହିଁ ଯେ ଏହା କେବଳ ଖାଦ୍ୟକୁ ସୁସ୍ୱାଦୁ ବନାଏ, ବରଂ ଏଥିପାଇଁ ବ୍ୟବହାର କରନ୍ତୁ ଯେ ଆପଣ ଅନେକ ରୋଗରୁ ମୁକ୍ତି ପାଇପାରିବେ। ଉଭୟ ଧନିଆ ଓ ଧନିଆ ପତ୍ର ସ୍ୱାସ୍ଥ୍ୟ ପାଇଁ ଉପକାରୀ। ତେବେ ଚାଲନ୍ତୁ ଜାଣିବା ଏହାକୁ ଖାଇବା ଦ୍ୱାରା କେଉଁ କେଉଁ ରୋଗ ଦୂର କରାଯାଇ ପାରିବ।

ଏହା ରକ୍ତରେ ସର୍କରା ପରିମାଣକୁ କମ୍‌ କରେ। ଆପଣ ଯଦି ମଧୁମେହ ରୋଗକୁ ଆୟତ୍ତରେ ରଖିବାକୁ ଚାହାନ୍ତି ତେବେ ଧନିଆ ଓ ଧନିଆ ପତ୍ର ଖାଇବାର ମାତ୍ର ବଢ଼ାଇ ଦିଅନ୍ତୁ। ଏହା ଆମେ ଖାଇଥିବା କାର୍ବୋହାଡ୍ରେଟ୍‌ର ଚୟପଚୟ ଉତ୍ତମ କରିଥାଏ।

କେବଳ ମଧୁମେହ ନୁହେଁ, ଉତ୍ତମ ହଜମ ପାଇଁ ମଧ୍ୟ ଧନିଆର ପ୍ରୟୋଗ ଅତୁଳନୀୟ। ଗବେଷକମାନେ ଦାବିର ସହ କହିଛନ୍ତି ଯେ ଲଗାତର ଭାବେ ୭ ସପ୍ତାହ ଧନିଆ ଖାଇବା ଦ୍ୱାରା ପେଟ ସମସ୍ୟା ସହିତ ହଜମ ସମସ୍ୟାକୁ ଛୁଟ୍‌କିରେ ଉଡ଼ାଇ ହେବ।

ଆହୁରି ବି ଏହାର ଭଲ ଗୁଣ ରହିଛି। ଏହା ଶରୀରରେ ସୁସ୍ଥକର କୋଲେଷ୍ଟ୍ରୋଲ୍‌ ବୃଦ୍ଧି କରାଇଥାଏ। ଆପଣ ଯଦି ନିଜ ଖାଦ୍ୟରେ ଦୈନିକ ଧନିଆ ସାମିଲ୍‌ କରୁନାହାନ୍ତି ତେବେ ଆପଣଙ୍କ ଶରୀରରେ ଖରାପ କୋଷ୍ଟ୍ରୋଲ୍‌ ବୃଦ୍ଧି ପାଇପାରେ।

ଯଦି ମୁତ୍ର ସମସ୍ୟା ରହିଛି ତେବେ ବି ଆପଣ ଧନିଆ ଖାଇପାରିବେ। ରାତିରେ ଗୋଟାଏରୁ ଦେଢ଼ ଚାମଚ୍‌ ଧନିଆ ଖାଇ ପାଣି ପିଅନ୍ତୁ କିମ୍ବା ସକାଳେ ଖାଆନ୍ତୁ। ଏପରି କରିବା ଦ୍ୱାରା ପରିସ୍ରା ଜନିତ ସମସ୍ୟ ଦୂର ହୋଇଥାଏ। ମହିଳାମାନଙ୍କ ମାସିକଧର୍ମ ସମୟର ସମସ୍ୟା ପାଇଁ ମଧ୍ୟ ଧନିଆ ଭଲ।

ସମ୍ବନ୍ଧିତ ଖବର