ଭାବବିହ୍ଵଳ ହୋଇ କାନ୍ଦିବା ଦ୍ୱାରା କମ ହୋଇଥାଏ ଓଜନ, ଜାଣନ୍ତୁ କାନ୍ଦିବାର ଅନେକ ଫାଇଦା

ଓଜନ କମାଇବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଉପାୟ ଆପଣାଇଥାନ୍ତି । କିନ୍ତୁ ଏବେ ଆପଣ ବିନା କୌଣସି କଷ୍ଟରେ କେବଳ କାନ୍ଦି ନିଜର ଓଜନ କମାଇ ପାରିବେ । କିଛି ଦିନ ତଳେ ହୋଇଥିବା ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି କି, କାନ୍ଦିବା ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ । ଆସନ୍ତୁ ଜାଣିବା ସେ ବିଷୟରେ…….

୧. କାନ୍ଦିବା ଦ୍ୱାରା ଶରୀରରେ ଫ୍ୟାଟ୍‌ ଜମା ହୋଇ ରହି ପାରି ନଥାଏ । କାରଣ ଷ୍ଟ୍ରେସ ସୃଷ୍ଟି କରୁଥିବା ହରମୋନ ଏବଂ ଟକ୍ସିନ୍ସ କାନ୍ଦିବା ଦ୍ୱାରା ବାହାରକୁ ଆସି ଯାଇଥାଏ । ଯାହା ଓଜନ କମ କରିବାରେ ସାହାଯ୍ୟ କରିଥାଏ ।

nari.punjabkesari.in

୨. କାନ୍ଦିବା ଦ୍ୱାରା ଅବସାଦ ବା ମାନସିକ ଚିନ୍ତା ଦୂର ହୋଇଥାଏ । ଯଦି କୌଣସି କଥାକୁ ନେଇ ଆପଣଙ୍କୁ କାନ୍ଦ ଲାଗୁଛି, ତେବେ ତାକୁ ନ ରୋକି ଯେତେ ଇଚ୍ଛା କାନ୍ଦନ୍ତୁ । ଏଭଳି ହେଲେ ଆପଣ କେବେ ଅବସାଦଗ୍ରସ୍ଥ ହେବେ ନାହିଁ ।

୩. ଲୁହରେ ଲୋସୋଜମ ନାମକ ଏକ ତତ୍ତ୍ୱ ରହିଥାଏ । ଯାହା ବ୍ୟାକ୍ଟେରିଆକୁ ଶେଷ କରିବାରେ ସାହାଯ୍ୟ କରିଥାଏ । ଯାହାଦ୍ୱାରା ଦୃଷ୍ଟିଶକ୍ତି ବଢ଼ିଥାଏ । କାନ୍ଦିବା ଦ୍ୱାରା ମନ ହାଲୁକା ହେବା ସହ ହୃଦୟ ସୁସ୍ଥ ରହିଥାଏ ।

nari.punjabkesari.in

୪. କୌଣସି କଥାକୁ ନେଇ ବାରମ୍ବାର ଚିନ୍ତା କରିବା ଦ୍ୱାରା ରକ୍ତଚାପ ବଢ଼ିବାକୁ ଲାଗିଥାଏ । କିନ୍ତୁ ଯଦି ଆପଣ ଚିନ୍ତାଗ୍ରସ୍ଥ ଥିବା ସମୟରେ କାନ୍ଦୁଛନ୍ତି, ତେବେ ରକ୍ତଚାପ ନ ବଢ଼ି ନିୟନ୍ତ୍ରଣରେ ରହିଥାଏ ।

ସମ୍ବନ୍ଧିତ ଖବର