ଦହି ଭାତ ଖାଇବା ଦ୍ୱାରା ମିଳିଥାଏ ଏହି ସବୁ ଫାଇଦା ଏଥିପାଇଁ, ଦକ୍ଷିଣ ଭାରତୀୟ ମାନଙ୍କର ଏହି ସୁସ୍ଥକର ଖାଦ୍ୟ ପ୍ରଥମ ପସନ୍ଦ

ପ୍ରାୟତଃ ପ୍ରତ୍ୟେକ ଦକ୍ଷିଣ ଭାରତୀୟ ଦହି ଭାତ ଖାଇକରି ହିଁ ନିଜର ଖାଇବା ଶେଷ କରିଥାନ୍ତି। ଦେଶର ସବୁ ଅଞ୍ଚଳର ଲୋକେ କିନ୍ତୁ ଏପରି କରିନଥାନ୍ତି। ମାତ୍ର କାହିଁକି ପ୍ରତ୍ୟେକ ଦକ୍ଷିଣ ଭାରତୀୟ ଏପରି ଏକ ଖାଦ୍ୟକୁ ଦୈନିକ ଖାଇଥାନ୍ତି ତାହା ପଛରେ ଏକ କାରଣ ରହିଛି। ପ୍ରତ୍ୟେକ ଖାଦ୍ୟ ଖାଇବା ପରେ ଦହି ଭାତ ଖାଇବା ଶରୀର ପାଇଁ ଖୁବ୍‌ ଭଲ ହୋଇଥାଏ। ଏକ ଗରମ ମିଲ୍‌ ପରେ ପେଟକୁ ଥଣ୍ଡା କରିବାରେ ଏହି ସହାୟ ହୋଇଥାଏ। ଯେହେତୁ ଦକ୍ଷିଣ ଭାରତ ସାମାନ୍ୟ ଗରମାଞ୍ଚଳ, ଏହି ଦହି ଭାତ ଖାଇବା ଦ୍ୱାରା ଶରୀରର ତାପମାତ୍ରା ଆୟତ୍ତରେ ରହିଥାଏ।

ଦହି ଭାତ ଖାଇବା ଶରୀର ପାଇଁ ଖୁବ୍‌ ହିତକର ହୋଇଥାଏ। ପେଟ ଗୋଳମାଳ ଥିଲେ ଦହି ଭାତ ଖୁବ୍‌ ଭଲ ହୋଇଥାଏ। ଉତ୍ତମ ହଜମ ହେବା ପାଇଁ ଦଦି ଭାତ ଔଷଧ ପରି କାର୍ଯ୍ୟ କରେ। ଖାଲି ସେତିକି ନୁହେଁ, ଡାଇରିଆ ରୋଗୀମାନେ ବି ଏହାକୁ ଖାଇପାରନ୍ତି ବୋଲି ଡାକ୍ତମାନେ ପରାମର୍ଶ ଦିଅନ୍ତି। ଏହା ଶରୀରର ଚର୍ବି ଅଂଶକୁ ବି କାଟିଥାଏ।

ଦହି ଭାତରେ ପ୍ରଚୁର ପରିମାଣର ପ୍ରୋଟିନ୍‌ ରହିଛି। ଏଥିରେ ଆବଶ୍ୟକୀୟ ପରିମାଣର କ୍ୟାଲଇସିୟମ୍‌ ମଧ୍ୟ ରହିଛି।

କୌଣସି କାରଣରୁ ପେଟ ଯନ୍ତ୍ରଣା ହେଉଥିଲେ ଏହା ଚୁଟ୍‌କିରେ ଭଲ କରେ।

ଶରୀରର ଇମ୍ୟୁନିଟି ଶକ୍ତି ବୃଦ୍ଧି କରାଏ। ଫଳରେ ଉଚିତ ପରିମାଣରେ ଭୋକ ବି କରିଥାଏ ଦହି ଭାତ ଖାଇବା ଦ୍ୱାରା।

କୌଣସି କାରଣରୁ ମନ ବିଶାଦଗ୍ରସ୍ତ ଥିଲେ ଦହି ଭାତ ଖାଆନ୍ତୁ। ଆପଣଙ୍କ ମନ ଆପଣାଛାଏଁ ଠିକ୍‌ ହୋଇିଯିବ।

ସମ୍ବନ୍ଧିତ ଖବର