ପିଆଜକୁ ୪ ଖଣ୍ଡ କରି କାଟି ଦିଅନ୍ତୁ, ତାହାକୁ ନିଜ ଘରେ ରଖନ୍ତୁ; ତାପରେ ଦେଖନ୍ତୁ ଚମତ୍କାର!

ପିଆଜ କେବଳ ରୋଷେଇ ପାଇଁ ବ୍ୟବହୃତ ହେଉଥିବା ଏକ ମସଲା ନୁହେଁ। ଏଥିରେ ବହୁ ଗୁଣ ରହିଛି ବୋଲି ଆପଣ ଜାଣିଥିବେ ନିଶ୍ଚୟ। ଥଣ୍ଡା, କଫ, ଜ୍ୱର ଆଦି ପାଇଁ ପିଆଜ ଖାଇବା ଖୁବ୍‌ ଭଲ ହୋଇଥାଏ। ହଜମ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ସହ ଏହା ଏଥିରେ ଥିବା ସଲ୍‌ଫ୍ୟୁରିକ୍‌ ଯୌଗିକ ରକ୍ତକୁ ସ୍ୱଚ୍ଛ କରିଥାଏ। ଖାଲି ଖାଇକରି ପିଆଜର ଲାଭ ଉଠାଯାଏ ନାହିଁ। ଏହାର ଲାଭ ଆହୁରି ଗୁଡ଼ାଏ ମାଧ୍ୟମରେ ଉଠାଯାଇ ପାରିବ। ଚାଲନ୍ତୁ ଜାଣିବା ପିଆଜ ଆମର ଆଉ କେଉଁ କାର୍ଯ୍ୟରେ ଲାଗିପାରିବ।

ଆପଣ କଟା ପିଆଜ ଘରେ ରଖିଲେ ଘରୁ ଜୀବାଣୁ ନଷ୍ଟ ହୋଇଥାନ୍ତି। ବିଶେଷ ପୋକଜୋକ ଘରକୁ ପ୍ରବେଶ କରନ୍ତି ନାହିଁ। କଟା ପିଆଜ ରଖାଯାଇଥିବା ଆଖପାଖ ଅଞ୍ଚଳରେ କୀଟାଣୁ ବିଲୋପ ପାଇଥାନ୍ତି। ଫଳରେ ନାନା ରୋଗରୁ ମୁକ୍ତି ମିଳିଥାଏ। ଆପଣ ନିଜ ଘରେ କିଛଇ ଦିନ କଟା ପିଆଜ ରଖିବା ପରେ ଫଳାଫଳ ନିଜେ ହିଁ ଜାଣିପାରିବେ।

ଆପଣଙ୍କୁ ଯଦି ଟିକେ ଥଣ୍ଡା ହେବା ମାତ୍ରେ କଫ ହେଉଛି ତେବେ ଏକ ଉପାୟରେ ଆପଣ ସେହି ସମସ୍ୟାକୁ ଦୂର କରିପାରିବେ। ଏକ ପିଆଜକୁ କାଟି ନିଜ ପାଦ ତଳେ ରଖି ମୋଜା ପିନ୍ଧିକରି ରାତିରେ ଶୁଅନ୍ତୁ। ଏପରି କିଛି ଦିନ କରିବା ଦ୍ୱାରା ଆପଣଙ୍କ କଫ ସମସ୍ୟା ଦୂର ହୋଇଯିବ।

ପୁରୁଣା କାଳର ଲୋକେ କେଶ ଉଠାଇବା ପାଇଁ ପିଆଜ ରସ ମୁଣ୍ଡରେ ଲଗାଇଥାନ୍ତି। ଆପଣଙ୍କର ଯଦି ମୁଣ୍ଡରେ କମ୍‌ କେଶ ଅଛି କିମ୍ବା ଆପଣ ଆପଣଙ୍କ କେଶକୁ ଘନ କରିବାକୁ ଚାହାନ୍ତି ତେବେ ରୀତିମତ ଭାବେ ମୁଣ୍ଡରେ ପିଆଜ ରସ ପ୍ରୟୋଗ କରି ଅଧିକ କେଶ ପାଇବାରେ ସମର୍ଥ ହେବେ।

ସମ୍ବନ୍ଧିତ ଖବର