ଜାଣନ୍ତୁ ସପ୍ତାହର କେଉଁ ଦିନରେ ନଖ ଓ କେଶ କାଟିବେ ନାହିଁ

ଆପଣ ଜାଣିଥିବେ ନିଶ୍ଚୟ ହିନ୍ଦୁ ଧର୍ମ ଅନୁସାରେ ନଖ ଓ କେଶ କାଟିବା ପାଇଁ କିଛିଟା ଦିନରେ ବାରଣ କରାଯାଇଥାଏ। ବାରଣ କରାଯାଇଥିବା ଦିନରେ ନଖ କି କେଶ କାଟିଲେ ଅଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏବେ ଧୀରେ ଧୀରେ ସେ କଥାର ଗୁରୁତ୍ୱ କମିଗଲେ ବି ପୂର୍ବରୁ ଜେଜେ-ଜେଜେମାଆମାନେ ଏହି କଥାକୁ ଖୁବ୍‌ ମାନୁଥିଲେ। କେବଳ ବାର ନୁହେଁ, ସଂଧ୍ୟା ପରେ ମଧ୍ୟ ନଖ, କେଶ କାଟିବା ନେଇ ମଧ୍ୟ ବାରଣ ରହିଛି। ତେବେ, ଆସନ୍ତୁ ଜାଣିବା କେଉଁ କେଉଁ ବାରରେ ନଖ ଓ କେଶ କାଟିବା ପାଇଁ ବାରଣ  କରାଯାଇଛି।

ବାସ୍ତବ କଥାଟି ହେଉଛି ପ୍ରତିଟି ବାର କୌଣସି  ନା କୌଣସି ଭଗବାନଙ୍କ ଉଦ୍ଦେଶ୍ୟରେ ରହିଛି। ସେମିତି ମାନିଲେ କେଉଁ ବି ବାରରେ ନଖ କି କେଶ କାଟିବା ସମ୍ଭବ ନୁହେଁ। ଏହା ଆପଣଙ୍କ ଉପରେ ନିର୍ଭର କରେ ଆପଣ କେଉଁ ଠାକୁରଙ୍କୁ ବେଶି ଶ୍ରଦ୍ଧା କରନ୍ତି। ନିଜ ମନକୁ ସନ୍ତୁଷ୍ଟି ଦେବା ପାଇଁ ସେହି ଗୋଟାଏ ଦିନ ମାନିଦେଲେ ଯଥେଷ୍ଟ। ସୋମବାରଟି ଭଗବାନ ଶିବଙ୍କ ବାର ହୋଇଥିବା ବେଳେ ମଙ୍ଗଳବାର ହେଉଛି ହନୁମାନଙ୍କ ବାର। ସେହିପରି ବୁଧବାର ହେଉଛି ବୁଦ୍ଧେଶ୍ୱର ବା ଭଗବାନ ଶ୍ରୀକୃଷ୍ଣଙ୍କ ବାର ଏବଂ ଗୁରୁବାର ମାଆ ଲକ୍ଷ୍ମୀଙ୍କର। ଶୁକ୍ରବାର ମାଆ ସନ୍ତୋଷୀ, ଶନିବାର ଶନିଦେବ ଏବଂ ରବିବାର ହେଉଛି ଆଦ୍ୟ ଦେବତା ସୂର୍ଯ୍ୟଙ୍କ ବାର। ତେବେ, ଆପଣ ନିଜେ ନିଷ୍ପତ୍ତି ନିଅନ୍ତୁ କେଉଁ ବାରରେ ନଖ ଓ କେଶ କାଟିବେ ନାହିଁ।

 

 

ସମ୍ବନ୍ଧିତ ଖବର