ପ୍ରାଚୀନ ଆୟୁର୍ବେଦରେ ପାନର କେତେକ ଔଷଧୀୟ ଗୁଣ ସଂପର୍କରେ ବର୍ଣ୍ଣିତ ହୋଇଛି । ଏହାକୁ ଆଧୁନିକ ସମୟର ଚିକିତ୍ସକମାନେ ମଧ୍ୟ ସ୍ୱୀକାର କରିଲେଣି । ଖାଲି ପାନପତ୍ର ଚୋବାଇଲେ କେତେକ ରୋଗରୁ ଆଶ୍ୱସ୍ତି ମିଳିଥାଏ । ପେଟରେ ଅଲସର୍ ଥିଲେ ବି ଭଲ ହୋଇଯାଇଥାଏ ।
ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଅନେକ ଲୋକ ବଦହଜମିର ଶିକାର ହୋଇଥାଆନ୍ତି । ସେମାନେ ଦିନ ସାରା ପାନ ଚୋବାଇଲେ, ଏଥିରୁ ରକ୍ଷା ପାଇ ପାରିବେ , କାରଣ ପାନରୁ ବାହାରୁଥିବା ଲାଳ ପାଚନ କ୍ରିୟାରେ ସହାୟକ ହୋଇଥାଏ । ଏଣୁ ପ୍ରତିଦିନ ଗୋଟିଏ ବା ଦୁଇଟି ପାନ ଖାଇବା ଜରୁରୀ ।
ପାନପତ୍ରରେ ବ୍ଲଡ ସୁଗାର ଓ ଆଣ୍ଟିଡାଏବେଟିକ୍ ଗୁଣ ଅଛି । ଆଉ ଏକ ଚମକପ୍ରଦ ତଥ୍ୟ ହେଉଛିଯେ ପାନ ଚୋବାଇଲେ ମୁଖ୍ୟ ଗହ୍ଵର କର୍କଟ ହେବାର ଆଶଙ୍କା ନ ଥାଏ । ତେବେ ତମ୍ବାଖୁ ବା ମସଲାଯୁକ୍ତ ପାନ ଖାଇଲେ ସେଭଳି ଉପକାର ମିଳି ନଥାଏ ।
IMAGE SOURCE- e BAYମନେ ରଖନ୍ତୁ, ପାନ ପତ୍ରରେ ଥିୟାମାଇନ୍, ନିୟାମାସିନ୍, ରିନୋଫ୍ଲୋବିନ୍, କେରୋଟିନ୍, ଫାଇବର୍, ଭିଟାମିନ୍ ସି, ଭିଟାମିନ୍ ଏ, ପୋଟାସିଅମ୍, କାଲସିଅମ୍, ଆଇରନ୍ ଓ ଆୟୋଡିନ୍ ଥାଏ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/pan2-amarujala.jpg)