କ୍ଷୀରରେ ଡାଲଚିନି ମିଶାଇ ପିଇଲେ ମିଳିବ ଏ ସବୁ ଫାଇଦା !

ଡାଲଚିନି ଏକ ମସଲା ହୋଇଥିଲେ ହେଁ ଏହାର ଅନେକ ଉପକାରୀ ଗୁଣ ମଧ୍ୟ ଅଛି । ବିଶେଷ କରି କ୍ଷୀରରେ ଡାଲଚିନି ମିଶାଇ ପିଇଲେ କେତେକ ଲାଭ ମିଳିଥାଏ। ଆସନ୍ତୁ ତା’ ଉପରେ ନଜର ପକାଇବା …

-ଯଦି ଆପଣ କ୍ଲାନ୍ତ ଅନୁଭବ କରୁଛନ୍ତି, ତେବେ ଦୁଧରେ ଡାଳଚିନି ଗୁଣ୍ଡ ମିଶାଇ ପିଇଲେ ଆରାମ ମିଳିବ । ଏହା ସୁନିଦ୍ରା ପ୍ରଦାନ ମଧ୍ୟ କରିଥାଏ ।
-ଡାଳଚିନି ମିଶା ଦୁଧ ପିଇଲେ ତ୍ୱଚାଜନିତ ସମସ୍ୟା ମଧ୍ୟ ଦୂରୀଭୂତ ହୋଇଥାଏ ।
– ଏହା ଶରୀରରେ ମୋଟାପା କମ୍‌ କରିବାରେ ସହାୟକ ହୋଇଥାଏ ।
-ଡାଳଚିନି ମିଶା ଗରମ କ୍ଷୀର ପିଇଲେ ଗଳାର ଯନ୍ତ୍ରଣା ମଧ୍ୟ କମି ଥାଏ ।

photo-youtube

– ଡାଳଚିନି ମିଶା କ୍ଷୀରରେ ଅଳ୍ପ ମହୁ ମିଶାଇ ପିଇଲେ ହାଡ଼ ଶକ୍ତ ହୋଇଥାଏ । ଏହାକୁ ନିୟମିତ ପାନ କଲେ, ହାଡ଼ ଜନିତ ସମସ୍ୟା ଦୂରୀଭୂତ ହୋଇଥାଏ ।
– ନିୟମିତ ଭାବେ ଡାଳଚିନି ମିଶା କ୍ଷୀର ପିଇଲେ ଶରୀରର ପ୍ରତିରକ୍ଷା ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ ।
-ଦୁଧରେ ଡାଳଚିନି ଗୁଣ୍ଡ ମିଶାଇ ପିଇଲେ ପାଚନ କ୍ରିୟା ମଧ୍ୟ ଭଲ ହୋଇଥାଏ । ଏହା ଗ୍ୟାସଷ୍ଟିକ୍‌ ସମସ୍ୟାରୁ ମଧ୍ୟ ମୁକ୍ତ ଦେଇଥାଏ ।

ସମ୍ବନ୍ଧିତ ଖବର