କୋଲେଷ୍ଟ୍ରଲ୍‌ ସ୍ତରକୁ ହ୍ରାସ କରିବା ସହ ଅନେକ ଶାରୀରିକ ସମସ୍ୟାରୁ ମୁକ୍ତି ପାଇବାକୁ ଚାହାଁନ୍ତି ତ, ଖାଆନ୍ତୁ ଏହି ଖାଦ୍ୟ

ଗହମର ଛୋଟ ଛୋଟ ଖଣ୍ଡରୁ ପ୍ରସ୍ତୁତି ହୋଇଥାଏ ଦଲିୟା । ଏଥିରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ରହିଛି । ଏହା ଆମ ଶରୀରରେ ଥିବା କୋଲେଷ୍ଟ୍ରଲ୍‌ ସ୍ତରକୁ ହ୍ରାସ କରିବାରେ ସହାୟକ ହୋଇଥାଏ । ତେବେ ଏହାକୁ ନିୟମିତ ଭାବେ ଖାଇଲେ ଆପଣଙ୍କର ବଦହଜମି ସମସ୍ୟା ଦୂରୀଭୂତ ହେବ । ଏହାଛଡ଼ା ପେଟଜନିତ ବିଭିନ୍ନ ରୋଗରୁ ଆଶଙ୍କା ମଧ୍ୟ କମିଯାଏ ।

ନିକଟରେ ଆମେରିକାରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛିଯେ ଦଲିଆରେ ଆଣ୍ଟି ଆକ୍ସିଡେଣ୍ଟ ଥାଏ, ଯାହା ଶରୀରରେ ଥିବା ବିଷାକ୍ତ ଦ୍ରବ୍ୟକୁ ନିଷ୍କାସିତ କରିଥାଏ । ଏହା ଫଳରେ ଶରୀରରେ ସ୍ଫୁର୍ତ୍ତି ଭରିଯାଏ । ଖାଲି ସେତିକି ନୁହେଁ, ଶରୀରରେ ଅନାବଶ୍ୟକ ତତ୍ତ୍ୱ ମଧ୍ୟ କମ୍‌ ହୋଇଯାଏ । ହାଇ ଆଣ୍ଟି ଆକ୍ସିଡେଣ୍ଟ ହେବା ହେତୁ ମେଟାବଲିକ୍‌ ସିଷ୍ଟମ୍‌ ମଧ୍ୟ ଠିକ୍‌ ରହିଥାଏ ।

photo-youtube

ଏଥିରେ ଅଧିକ ମାତ୍ରାରେ ଫାଇବର୍‌ ଥିବା ହେତୁ ବଦହଜମି, କୋଷ୍ଠକାଠିନ୍ୟ ଓ ଏସିଡିଟିର ସମସ୍ୟା ମଧ୍ୟ ସୃଷ୍ଟି ହୁଏ ନାହିଁ ବୋଲି ଉକ୍ତ ଗବେଷଣାରେ କୁହାଯାଇଛି। ସବୁଠୁଁ ବଡ଼ କଥା ହେଲାଯେ ଦଲିଆ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଓ ଏହାର କୌଣସି କୁପ୍ରଭାବ ନାହିଁ ।

ସମ୍ବନ୍ଧିତ ଖବର