ପ୍ରତିଦିନ ତିନୋଟି ଖଜୁରି ଖାଇଲେ ଶରୀରର କି ଉପକାର ହୋଇଥାଏ ?

ଖଜୁରି ଏକ ପୋଷଣଯୁକ୍ତ ଫଳ ତାହା ଆପଣମାନେ ଜାଣିଥିବେ ନିଶ୍ଚୟ । ସାଧାରଣତଃ ଲୋକମାନେ ଏହାକୁ ଚୋବାଇ ବା ଖଟା କରି ଖାଇଥାନ୍ତି । ଏହା ଶରୀରକୁ ପୋଷଣ ଦେବା ସହ ଶରୀରରେ ଉପୁଜୁଥିବା ବିଭିନ୍ନ ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ । ଏଥିରେ ପ୍ରଚୁର ପରିମାଣରେ କପର, ଫାଇବର,ମାଙ୍ଗାନିଜ୍‌, ପୋଟାସିୟମ,ମ୍ୟାଗ୍‌ନେସିୟମ ଏବଂ ଭିଟାମିନ B6 ଥାଏ ଯାହା ଶରୀରକୁ ପୋଷଣ ଦେଇଥାଏ । ତେବେ ଚାଲନ୍ତୁ ଜାଣିବା ପ୍ରତିଦିନ ତିନୋଟି ଖଜୁରି ଖାଇଲେ ଶରୀରର କି ଉପକାର ହୋଇଥାଏା

୧. ଯଦି ଆପଣଙ୍କର କୋଷ୍ଠକାଠିନ୍ୟ ରହିଛି ବା ଆପଣ ଖାଉଥିବା ଖାଦ୍ୟ ସହଜରେ ହଜମ ହେଉ ନାହିଁ ତେବେ ପ୍ରତି ଦିନ ଖଜୁରୀ ଖାଇବା ଆରମ୍ଭ କରନ୍ତୁ । ଏଥିରେ ଫାଇବର ଥିବାରୁ ଏହା ପେଟରେ ହେଉଥିବା କ୍ୟାନ୍‌ସରରୁ ଦୂରରେ ରଖିଥାଏ ଏବଂ ଖାଦ୍ୟକୁ ସହଜରେ ହଜମ କରେ ।
୨.ଏଥିରେ ମ୍ୟାଗ୍‌ନେସିୟମ ଥିବାରୁ ଏହା ପେଟ ଫୁଲିବା ଏବଂ ଯନ୍ତ୍ରଣାକୁ ଦୂର କରିଥାଏ । ଏହା ସହ ଧମନୀରେ ହେଉଥିବା ସୁଜନରୁ ମଧ୍ୟ ରକ୍ଷା କରେ , ଯାହା ଦ୍ୱାରା ହୃଦ୍‌ଜନିତ ରୋଗ ହୋବାର ଆଶଙ୍କା କମ ହୋଇଥାଏ ।
୩. ପିଲା ଜନ୍ମ ହେବାର ୪ ସପ୍ତାହ ପୂର୍ବରୁ ଯଦି ଗର୍ଭବତୀ ମହିଳା ଖଜୁରୀ ଖାଇବା ଆରମ୍ଭ କରୁଛନ୍ତି ତେବେ ପ୍ରସବ ଯନ୍ତ୍ରଣା କମ୍‌ ହେବା ସହ ପ୍ରସବ ବି ଭଲରେ ହୋଇଥାଏ ।
୪.ଏଥିରେ ମ୍ୟାଗ୍‌ନେସିୟମ ଥିବାରୁ ଏହା ଉଚ୍ଚ ରକ୍ତଚାପକୁ କମ କରିଥାଏ ଏବଂ ଏଥିରେ ଥିବା ପୋଟାସିୟମ ହୃଦୟକୁ ଠିକ୍‌ ଭାବରେ କାର୍ଯ୍ୟକାରୀ କରାଇବାରେ ସାହାଯ୍ୟ କରିଥାଏ ।

photo-organicfacts.net

୫.ଗବେଷଣା ଅନୂଯାୟୀ, ଯଦି ଗୋଟେ ମଣିଷର ଶରୀରରେ ଭିଟାମିନ B6 ପ୍ରଚୁର ପରିମାଣରେ ଥାଏ, ତେବେ ସେମାନଙ୍କର ମସ୍ତିଷ୍କ ଠିକ୍‌ ଭାବରେ କାମ କରିଥାଏ । ସ୍ୱଚ୍ଛ ମସ୍ତିଷ୍କ ଚାହୁଁଛନ୍ତି ତ ଆଜିଠାରୁ ଖଜୁରି ଖାଇବା ଆରମ୍ଭ କରନ୍ତୁ ।

ସମ୍ବନ୍ଧିତ ଖବର