କେଉଁ ବାରରେ କେଉଁ ମନ୍ଦିର ଯିବେ ଜାଣିଛନ୍ତି? ଏହି ବାରମାନଙ୍କର ଏ ସବୁ ମନ୍ଦିର ଗଲେ ମିଳିଥାଏ ସୁଫଳ

ଏମିତି ତ କହିବାକୁ ଗଲେ ଭଗବାନଙ୍କୁ ଡାକିବା ପାଇଁ କୌଣସି ବାର ନାହିଁ। ତଥାପି ବି ଲୋକଙ୍କ ବିଶ୍ୱାସ ସକାଶେ କିଛି ନୀତି ରହିଛି, ବିଧି ରହିଛି। ବିଧି ମାନି ଚଳିଲେ ଭଗବାନ ନିକଟତର ହୁଅନ୍ତି ବୋଲି ବିଶ୍ୱାସ ରହିଛି। ତେବେ ଏହା ଏକ ସାଧାରଣ କଥା ଯେ ଭିନ୍ନ ଲୋକ ଭିନ୍ନ ଭିନ୍ନ ବାରରେ ଆମୀଷ ବର୍ଜନ କରିଥାନ୍ତି।  ସେହି ପରି ଭଗବାନଙ୍କର ଭିନ୍ନ ରୂପକୁ ପୂଜା କରିବା ପାଇଁ ଭିନ୍ନ ଦିନମାନଙ୍କରେ ମନ୍ଦିର ଯିବା ଉଚିିତ, ଯଦିଓ ଭଗବାନ ଏକ ଓ ତାଙ୍କୁ ପୂଜା କରିବା ପାଇଁ କୌଣସିସ ବାରର ଆବଶ୍ୟକତା ନାହିଁ। ତେବେ ଚାଲନ୍ତୁ ଜାଣିବା ଆମେ ନିଜର ବିଶ୍ୱାସ ଦୃଢ଼ କରାଇବା ପାଇଁ  କେଉଁ ବାରରେ କେଉଁ ମନ୍ଦିର ଯିବା।

ରବିବାର: ରବିବାର ହେଉଛି ସୂର୍ଯ୍ୟଙ୍କ ବାର। ଏମିତିରେ କହିବାକୁ ଗଲେ ସୂର୍ଯ୍ୟଦେବତା ହେଉଛନ୍ତି ଖୋଲା ଆକାଶର ଦେବତା। ତାଙ୍କୁ ପୂଜା କରିବା ପାଇଁ ମନ୍ଦିର ଯିବାର ଆବଶ୍ୟକତା ନାହିଁ। ଗାଧୋଇ ସାରିବା ପରେ ଆକାଶଆଡ଼େ ମୁହଁ କରି ସୂର୍ଯ୍ୟୋଙ୍କୁ ନମସ୍କାର କରନ୍ତୁ। ଏଥିରେ ମନ ଶାନ୍ତ ରହିବ ଓ ସୂର୍ଯ୍ୟୋ ରଶ୍ମୀ ପାଇ ଶରୀର ବି ସୁସ୍ଥ ରହିବ।

ସୋମବାର: ଏକଥା କହିବା ଅନାବଶ୍ୟକ ଯେ ସୋମବାର ହେଉଛି ଶିବଙ୍କର। ଏହି ଦିନ ଶିବ ମନ୍ଦିର ଯାଇ ଶିବ ଦର୍ଶନ କଲେ ରିଷ୍ଟ ଖଣ୍ଡନ ହୋଇଥାଏ।

ମଙ୍ଗଳବାର: ମଙ୍ଗଳବାର ଉଭୟ ହନୁମାନ ଓ ମାଆ ମଙ୍ଗଳାଙ୍କ ବାର। ଏହି ବାରରେ ଆପଣ ହନୁମାନ ଦର୍ଶନ ବି କରିପାରନ୍ତି ଓ ମାଆ ମଙ୍ଗଳାଙ୍କୁ ବି ପୂଜି ପାରନ୍ତି।

ବୁଧବାର: ବୁଧବାରେ ବୁଧେଇ ଠାକୁରାଣୀଙ୍କ ବାର ବୋଲି ମନାଯାଏ। ଯେଉଁମାନେ ବୁଧେଇ ଓଷା କରନ୍ତି ସେମାନେ ବୁଧବାରକୁ ମାନିଥାନ୍ତି।

ଗୁରୁବାର: ଆପଣମାନଙ୍କୁ ଏକଥା କହିବା ଜରୁରୀ ନୁହେଁ ଯେ ଗୁୁରୁବାର ହେଉଛି ମାଆ ଲକ୍ଷ୍ମୀଙ୍କର। ଏହି ଦିନ ଲକ୍ଷ୍ମୀ ମନ୍ଦିର ଯାଆନ୍ତୁ।

ଶୁକ୍ରବାର: ଯଦି ଆପଣ ମାଆ ସନ୍ତୋଷୀଙ୍କ ଭକ୍ତ ତେବେ ଶୁକ୍ରବାର ନିଶ୍ଚୟ ସନ୍ତୋଷୀ ମାଆଙ୍କ ମନ୍ଦିର ଯାଆନ୍ତୁ।

ଶନିବାର: ଶନିବାର ହେଉଛି ଶନିଦେବଙ୍କ ବାର। ଏହି ବାରରେ ଶନି ମନ୍ଦିରକୁ ଯାଇ ଜଡ଼ା ତେଲ ଅର୍ପଣ କରି ଶନିଙ୍କୁ ଅରାଧନା କଲେ ଭଲ।

ସମ୍ବନ୍ଧିତ ଖବର