ମୃତ୍ୟୁ ପୂର୍ବରୁ ଏହି ଜିନିଷ ଲୋକଙ୍କୁ ଦେଖାଯାଏ !

ମୃତ୍ୟୁକୁ ନେଇ ସମସ୍ତେ ବିଚଳିତ ଥାଆନ୍ତି। ହିନ୍ଦୁ ଧାର୍ମିକମାନେ ଭାବନ୍ତି ମୃତ୍ୟୁ ପୂର୍ବରୁ ତାଙ୍କ ଆଗରେ ଭଗବାନଙ୍କ ମୂର୍ତ୍ତି ଆସୁ। କିନ୍ତୁ ପ୍ରକୃତରେ ମୃତ୍ୟୁ ପୂର୍ବରୁ ଲୋକଙ୍କର ଆଖି ଆଗକୁ କେଉଁ ସବୁ ଜିନିଷ ଆସେ,ତାହା ଜାଣିବାକୁ ସମସ୍ତେ ଚାହାଁନ୍ତି।
ଏ ସଂପର୍କରେ ବର୍ଲିନ୍‌ର ଚୋରିଟ୍‌ ବିଶ୍ୱ ବିଦ୍ୟାଳୟ ଓ ସିନସିନାଟି ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଗବେଷଣା କରିଥିଲେ। ସେମାନେ କେତକ ରୋଗୀଙ୍କର ସଂପର୍କୀୟଙ୍କ ଠାରୁ ଅନୁମତି ଏକ ଗବେଷଣା କରିଥିଲେ।


ବୈଜ୍ଞାନିକମାନେ ଏହି ଗବେଷଣାରୁ ଜାଣିପାରିଲେ ଯେ,ମୃତ୍ୟୁ ପୂର୍ବରୁ ଉଭୟ ମନୁଷ୍ୟ ଓ ପଶୁମାନଙ୍କର ମସ୍ତିଷ୍କ ଏକା ଭଳି କାମ କରିଥାଏ।ସେମାନେ ଆହୁରି ମଧ୍ୟ ଲକ୍ଷ୍ୟ କଲେ ଯେ, ହୃଦ୍‌ରୋଗ ବନ୍ଦ ହେବା ପରେ ମଧ୍ୟ ମନୁଷ୍ୟର ମସ୍ତିଷ୍କର କୋଷ ଓ ନ୍ୟୁରନ୍‌ କମ କରିଥାଏ। ଏହାକୁ ଅନ୍‌ ଡ଼ିସ୍ପସର୍ଡ଼ ଡ଼ିପ୍ରେସନ ବୋଲି କୁହାଯାଏ। ତେବେ ଇଲେକ୍ଟ୍ରୋ କେମିକାଲ୍‌ ସନ୍ତୁଳନ ହେତୁ ଉକ୍ତ କୋଷ ଗୁଡ଼ିକ କିଛି ସମୟ ପରେ ନଷ୍ଟ ହୋଇଥାଏ। ଏହାପରେ ମଣିଷର ମୃତ୍ୟୁ ହୋଇଥାଏ।
ତେବେ ଏହି ବୈଜ୍ଞାନିକମାନେ କହିଛନ୍ତି ଏସଂପର୍କରେ ଅଧିକ ଗବେଷଣାର ଆବଶ୍ୟକତା ରହିଛ।

ସମ୍ବନ୍ଧିତ ଖବର