ଆମ୍ବ ଖାଇଲେ ଏସବୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି !

ଏବେ ବଜାରରେ ପ୍ରଚୁର ଆମ୍ବ ମିଳୁଛି। ଆମେ ସମସ୍ତେ ଉଣା ଅଧିକେ ଆମ୍ବ ବି ଖାଉଛୁ। କାରଣ ଆମ୍ବ ଏକ ପୁଷ୍ଟିକର ଫଳ।ଏଥିରେ ଭିଟାମିନ୍‌ ଏ,କପର୍‌,ଆଇରନ୍‌ ଓ ପୋଟାସିୟମ୍‌ ଭଳି ପୋଷକ ତତ୍ତ୍ୱ ରହିଛି।କିନ୍ତୁ ଆପଣ କ’ଣ ଜାଣନ୍ତି କି ଆମ୍ବ ଖାଇଲେ ଏସବୁ କ୍ଷତିର ସମ୍ମୁଖୀନ ହୋଇପାରନ୍ତି !
ତ୍ୱଚା ସମସ୍ୟା:-ଆମ୍ବ ଖାଇବା ସମୟରେ ମୁହଁରୁ ଏକ ତରଳ ପଦାର୍ଥ ବାହାରିଥାଏ। ଯଦି ଆପଣ ତାକୁ ଠିକ୍‌ ଭାବେ ସଫା ନ କରିବେ,ତେବେ ଆପଣଙ୍କ ତ୍ୱଚା କୁଣ୍ଡାଇ ହୋଇପାରେ।ଖାଲି ସେତିକି ନୁହେଁ ଏହା ଫଳରେ ଗଳା କୁଣ୍ଡେଇ ହୋଇପାରେ।
ହଜମ ଜନିତ ସମସ୍ୟା:- ଯଦି ଆପଣଙ୍କର ହଜମ ଜନିତ ସମସ୍ୟା ଅଛି, ତେବେ ଆମ୍ବ ଖାଇବା ଅନୁଚିତ। ତା’ଛଡ଼ା ଅଧିକ ମାତ୍ରାରେ ଆମ୍ବ ଖାଇଲେ ତରଳ ଝାଡ଼ା ଓ ପେଟ କାଟିବା ଭଳି ସମସ୍ୟା ବି ଦେଖା ଦେଇଥାଏ।
ମୁଖର ଉଜ୍ଜ୍ୱଳତା ନଷ୍ଟ କରେ:- ଆମ୍ବ ଏକ ସ୍ୱାଦିଷ୍ଟ ଫଳ ହୋଇଥିଲେ ବି ଏହା ଏକ ଗରମ ଫଳ ଭାବେ ମଧ୍ୟ ଜଣାଶୁଣା। ଅଧିକ ମାତ୍ରାରେ ଆମ୍ବ ଖାଇଲେ ଆପଣଙ୍କ ମୁଖର ଉଜ୍ୱଳତା ନଷ୍ଟହେବାର ଆଶଙ୍କା ରହିଛି।


ଯେଉଁମାନଙ୍କର ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉଛି,ସେମାନେ ଆମ୍ବ ନ ଖାଇବା ଭଲ। ସଇନସ୍‌ ରୋଗୀ ଓ ମଧୁମେହ ରୋଗୀମାନେ ମଧ୍ୟ ଆମ୍ବଠାରୁ ଦୂରେଇ ରହିବା ଭଲ। ନିଜର ଓଜନ କମ୍‌ କରିବାକୁ ଚାହୁଁଥିବା ଲୋକ ବି ଆମ୍ବ ଖାଇବା ଅନୁଚିତ।

ସମ୍ବନ୍ଧିତ ଖବର