ଡାଇବେଟିସ୍ : ଧାରଣା ଓ ବାସ୍ତବତା

ମଧୁମେହ ବା  ଡାଇବେଟିସ୍  ରୋଗୀ ସଂଖ୍ୟା ବଢ଼ିବାରେଲାଗିଛି। ଏହା ଜୀବନଶୈଳୀ ଜନିତ ବ୍ୟାଧି ହୋଇଥିବାରୁ ସମସ୍ତେ ସଚେତନ ହେବା ଆବଶ୍ୟକ। ମଧୁମେହ ସଂପର୍କରେ ନାନା ଭ୍ରମାତ୍ମକ ଧାରଣା ରହିଛି। ଚଉତିରିଶ ପ୍ରତିଶତ ଲୋକଙ୍କ ଧାରଣା, ଏହା ପୁରୁଷ ତୁଳନାରେ ମହିଳାଙ୍କୁ ଅଧିକ ଆକ୍ରାନ୍ତ କରେ। ଏହା ସଂପୂର୍ଣ୍ଣ ଭ୍ରମାତ୍ମକ। ଟାଇପ୍‌-୧ ମଧୁମେହ ଭୋଗୁଥିବା ପନ୍ଦର ବର୍ଷରୁ କମ୍‌ ବୟସ୍କ ମହିଳା ଓ ପୁରୁଷ ରୋଗୀଙ୍କ ସଂଖ୍ୟା ସମାନ। ଏହା ଭୋଗୁଥିବା ବୟସ୍କଙ୍କ ମଧ୍ୟରେ ପୁରୁଷଙ୍କ ସଂଖ୍ୟା ଅଧିକ। କୋଡ଼ିଏ ପ୍ରତିଶତ ଭାରତୀୟ ଏହାକୁ ସଂକ୍ରାମକ ରୋଗ ଭାବନ୍ତି। ଏହା ମଧ୍ୟ ଭୁଲ୍‌। ଟାଇପ୍‌-୨ ମଧୁମେହ ବଂଶଗତ। କୌଣସି ପ୍ରକାରର ମଧୁମେହ ଡିଅାଁ ରୋଗ କି ସଂକ୍ରାମକ ନୁହେଁ। ବାଉନ ପ୍ରତିଶତଙ୍କ ଧାରଣା, ଚିକିତ୍ସା ଦ୍ୱାରା ଏହାକୁ ସଂପୂର୍ଣ୍ଣ ଦୂରକରାଯାଇ ନ ପାରେ। ପ୍ରକୃତରେ ମଧୁମେହ ହୋଇଥିବା ପ୍ରାଥମିକ ସ୍ତରରେ ଜଣାପଡ଼ିଲେ ଚିକିତ୍ସା ଦ୍ଵାରା ସଂପୂର୍ଣ୍ଣ ନିରାକରଣ ସଂଭବ। ପ୍ରାଥମିକ ସ୍ତରରେ ଚିକିତ୍ସା କଲେ ରକ୍ତରେ ଶର୍କରା ସ୍ତର ସ୍ୱାଭାବିକ ହୋଇଯାଏ। ଟାଇପ୍‌-୧ ମଧୁମେହ, ଟାଇପ୍‌-୨ ସ୍ତରକୁ ଯାଏନାହିଁ। ମେଦବୃଦ୍ଧି ସହ ମଧୁମେହ ସଂପର୍କିତ। ପିଜା, ବର୍ଗର୍‌, ସମସ୍ତ ପ୍ରକାରର ଜଙ୍କ୍‌ ଫୁଡ୍‌ ଓ ଫାଷ୍ଟ୍‍ ଫୁଡ୍‌, ମୃଦୁ ପାନୀୟ ବା କୋଲ୍‌ଡ ଡ୍ରିଙ୍କସ୍‌ ମେଦ ବଢ଼ାଏ। କୋଲ୍‌ଡ ଡ୍ରିଙ୍କ୍‌ସ ପିଇଲେ, ଶରୀରକୁ ପ୍ରଚୁର କ୍ୟାଲୋରି ଓ ଶ୍ୱେତସାର ଯାଏ। ତେଣୁ, ଏ ପ୍ରକାରର ଖାଦ୍ୟ-ପାନୀୟଠାରୁ ଦୂରେଇ ରହିବା ଉଚିତ।

ସମ୍ବନ୍ଧିତ ଖବର