ମଧୁମେହ ରୋଗୀଙ୍କ ପାଇଁ ଏହି ସବୁ ଜିନିଷ ହୋଇପାରେ ବିଷ ସମାନ

ଖାଦ୍ୟ ଖାଇବା ସମୟରେ ଠିକ୍‌ ଠିକଣା ରହୁ ନ ଥିବାରୁ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଯାଇଥାଏ । ଖାସ୍‌ କରି ମଧୁମେହ ରୋଗ ଏହି କାରଣରୁ ହୋଇଥାଏ । ଆଜିକାଲି ପ୍ରତି ୧୦ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ମଧ୍ୟରେ ମଧୁମେହ ଦେଖା ଦେଉଛି । ଏହି ସମସ୍ୟାର ସମାଧାନ ପାଇଁ ଲୋକମାନେ ଅନେକ ପ୍ରକାରର ଓଷଧ ଖାଇଥାନ୍ତି । କିନ୍ତୁ ଏହା ସହ ପ୍ରତିଦିନ ଖାଉଥିବା ଖାଦ୍ୟ ଉପରେ ମଧ୍ୟ ନିୟନ୍ତ୍ରଣ ରଖିବା ନିହାତି ଆବଶ୍ୟକ । କିଛି ଲୋକ ପ୍ରତିଦିନର ଖାଦ୍ୟରେ ଶରୀର ପ୍ରତି ସ୍ୱାସ୍ଥ୍ୟକର ଭାବି ଅନେକ ଜିନିଷ ଖାଇଥାନ୍ତି, ଯାହା ଶରୀରକୁ ସୁସ୍ଥ କରିବା ଅପେକ୍ଷା ଅସୁସ୍ଥ କରିଥାଏ । ଆଜି ଆମେ କିଛି ଏମିତି ଜିନିଷ ବିଷୟରେ ଜଣାଇବୁ ଯେଉଁ ଜିନିଷଗୁଡ଼ିକ ମଧୁମେହ ରୋଗୀଙ୍କ ପାଇଁ କ୍ଷତିକାରକ ହୋଇଥାଏ ।

୧.ମଧୁମେହ ରୋଗୀମାନଙ୍କୁ ମାଟି ତଳେ ଚାଷ କରାଯାଉଥିବା ପରିବା ଆଦୌ ଖାଇବା ଉଚିତ୍‌ ନୁହେଁ । ଯଦି ଆପଣ କେବେ ଏହାକୁ ଖାଉଛନ୍ତି ତେବେ ଖୁବ୍‌ କମ ମାତ୍ରାରେ ଖାଆନ୍ତୁ ।

Quora

୨.ବାହାରେ ମିଳୁଥିବା ଖାଦ୍ୟରୁ ମଧୁମେହ ରୋଗୀମାନଙ୍କୁ ଦୂରେଇ ରହିବା ଦରକାର । ଖାସ୍‌ କରି ବାହାରେ ମିଳୁଥିବା ଜଙ୍କଫୁଡ଼୍‍ ଠାରୁ ଦୂରେଇ ରହିବା ନିତାନ୍ତ ଆବଶ୍ୟକ । ଆଇସିକ୍ରିମ୍‌,ପେଷ୍ଟ୍ରି,କେକ୍‌ ଇତ୍ୟାଦି ଜିନିଷ ମଧୁମେହ ରୋଗୀଙ୍କ ପାଇଁ ବିଷ ସମାନ ।
୩. ସାଧାରଣତଃ ଡ଼୍ରାଏଫୁଡ଼୍‍ ଶରୀର ପାଇଁ ଭଲ ବୋଲି କୁହାଯାଇଥାଏ । କିନ୍ତୁ ମଧୁମେହ ରୋଗୀଙ୍କ ପାଇଁ ଏହା ବିଷ ସମାନ । ଯଦି କେତେବେଳେ ଡ଼୍ରାଏଫୁଡ଼୍‍ ଖାଇବାକୁ ମନ ହୁଏ ତେବେ ମଧୁମେହ ରୋଗୀଙ୍କୁ ପାଣିରେ ମିଶାଇ ଖାଇବା ନିହାତି ଦରକାର ।

NDTV Food

୪.ମଧୁମେହ ରୋଗୀଙ୍କୁ କଦଳୀ,ଆମ୍ବ,ଲିଚୁ ଇତ୍ୟାଦି ଫଳଠାରୁ ନିଜକୁ ଦୂରେଇ ରଖିବା ଦରକାର । ଏଥିରେ ସର୍କରାର ପରିମାଣ ଅଧିକ ଥିବାରୁ ଏହାକୁ ଖାଇବା ମଧୁମେହ ରୋଗୀଙ୍କ ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ ।

ସମ୍ବନ୍ଧିତ ଖବର