ଏହି ବ୍ଲଡ୍‌ ଗ୍ରୁପ୍‌ର ଲୋକମାନେ ଏପରି କରନ୍ତୁ ଡାଏଟ୍‌ ପ୍ଲାନ୍‌, ସୁସ୍ଥ ଓ ନୀରୋଗ ହେବେ

ଲୋକମାନେ ସୁସ୍ଥ ରହିବା ପାଇଁ ହେଉ କିମ୍ବା ଓଜନ ହ୍ରାସ ପାଇଁ ଡାଏଟିଂ କରି ଥାଆନ୍ତି। ଯଦି ଆପଣଙ୍କ ବ୍ଲଡ୍‌ ଗ୍ରୁପ୍‌ ଅନୁଯାୟୀ ଡାଏଟ୍‌ ପ୍ଲାନ୍‌ କରନ୍ତି ତେବେ ଶରୀର ସୁସ୍ଥ ରହିବା ସହିତ ଖୁବ ଶୀଘ୍ର ଓଜନ ହ୍ରାସ ପାଇଥାଏ।

Eyogguroo

୧. ଯେଉଁମାନଙ୍କ ବ୍ଲଡ୍‌ଗ୍ରୁପ୍‌ ‘ଓ’ ହୋଇଥାଏ, ସେମାନଙ୍କର ପେଟରେ ଏସିଡ୍‌ ସମସ୍ୟା ଦେଖା ଦେଇଥାଏ। ଏହି କାରଣରୁ ସେମାନଙ୍କ ପାଚନ କ୍ରିୟା, ଗ୍ୟାଷ୍ଟିକ୍‌, ଅଲସର ଓ ଥାଇରଏଡ ଭଳି ସମସ୍ୟା ଦେଖା ଯିବାର ସମ୍ଭାବନା ରହିଥାଏ। ସେଥିପାଇଁ ‘ଓ’ ବ୍ଲଡ ଗ୍ରୁପ୍‌ର ଲୋକମାନେ ମସଲାଯୁକ୍ତ ଖାଦ୍ୟ କମ୍‌ ଖାଇବା ଉପରେ ଧ୍ୟାନ ଦେବାକୁ ପଡ଼ିବ। ଡାଏଟରେ ପନିପରିବା, ଫଳ, ଚିକେନ୍‌, ଅଣ୍ଡା, ମାଛ ଆଦି ସାମିଲ କରିବା ସହିତ ମଦ ଓ ଚକୋଲେଟଠାରୁ ନିଜକୁ ଦୂରେଇ ରଖନ୍ତୁ।

Eyogguroo

୨. ‘ଏ’ ବ୍ଲଡ୍‌ ଗ୍ରୁପ୍‌ର ଲୋକମାନଙ୍କୁ ମଧୁମେହ ଓ ମେଦବହୁଳ ସମସ୍ୟା ଅଧିକ ଦେଖା ଦେଇଥାଏ। ଏହି ବ୍ଲଡ୍‌ ଗ୍ରୁପ୍‌ର ଲୋକମାନଙ୍କ କ୍ଷେତ୍ରରେ ପାଚନ କ୍ରିୟା ଓ ମେଟାବଲିଜମି ସଠିକ୍‌ ରହିଥାଏ। ‘ଏ’ବ୍ଲଡ୍‌ ଗ୍ରୁପ୍‌ର ବ୍ୟକ୍ତବିଶେଷ ମାଛ, ଡାଲି, ଫଳ, ପନିପରିବା ଆଦି ଖାଇବା ଉଚିତ। ଅଧିକ ମାଂସ ଖାଇବା ଏମାନଙ୍କ ପକ୍ଷେ ହିତକର ହୋଇ ନ ଥାଏ।

Eyogguroo

୩. ‘ବି’ ବ୍ଲଡ୍‌ ଗ୍ରୁପ୍‌ ଲୋକମାନଙ୍କ ଶରୀରରେ କୋଲେଷ୍ଟ୍ରୋଲ୍‌ସ୍ତର ସାଧାରଣ ଠାରୁ ଅଧିକ ହୋଇଥାଏ। ଏଥିପାଇଁ ଏମାନଙ୍କ ଶରୀର ମେଦବହୁଳତା ଆକ୍ରାନ୍ତ ହେବାର ସମ୍ଭାବନା ରହିଥାଏ। ଏମାନଙ୍କୁ ଖାଦ୍ୟରେ ଅଧିକ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ସାମିଲ କରିବା ଉଚିତ। ଯେମିତି କି ଅଣ୍ଡାର ଧଳା ଅଂଶ, ଚିକେନ୍‌, ପନିର, ଡାଲି ଇତ୍ୟାଦି। ସେହିପରି ଯେଉଁ ଖାଦ୍ୟରେ କାର୍ବୋହାଇଡ୍ରେଟ ଓ ଫ୍ୟାଟ ଥାଏ ସେପରି ଖାଦ୍ୟ ଖାଇବାକୁ ଏମାନଙ୍କୁ ମନା କରାଯାଇଥାଏ। ‘ବି’ ବ୍ଲଡ୍‌ ଗ୍ରୁପ୍‌ର ଲୋକମାନଙ୍କ ପକ୍ଷେ ମାଛ, ଚିଙ୍ଗୁଡ଼ି, ଛେଳି ମାଂସ ଖାଇବା କ୍ଷତିକାରକ ହୋଇଥାଏ।

Eyogguroo

୪. ‘ଏବି’ ବ୍ଲଡ୍‌ ଗ୍ରୁପ୍‌ ଲୋକମାନଙ୍କ କ୍ଷେତ୍ରରେ ପାଚନ କ୍ରିୟା ସହିତ ଜଡ଼ିତ ସମସ୍ୟା ଅଧିକ ଦେଖା ଦେଇଥାଏ। ତେଣୁ ଏହି ବ୍ଲଡ୍‌ ଗ୍ରୁପ୍‌ର ଲୋକମାନଙ୍କୁ ଅଧିକ ସତେଜ ପରିବାଯୁକ୍ତ ଖାଦ୍ୟ ଖାଇବା ଉଚିତ। ପେଟ ଖାଲି ନ ରଖି ଅଳ୍ପ କିଛି କିଛି ଖାଇବା ଦରକାର। ଯେଉଁ ଖାଦ୍ୟ ଖାଇଲେ ପାଚନ କ୍ରିୟାରେ ସମୟ ଲାଗିଥାଏ ସେଭଳି ଖାଦ୍ୟଠାରୁ ନିଜକୁ ଦୂରେଇ ରଖନ୍ତୁ।

ସମ୍ବନ୍ଧିତ ଖବର