ନନ୍‌ଷ୍ଟିକ ପାତ୍ରରେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି କି ? ସାବଧାନ ରହନ୍ତୁ

ସମୟ ସହିତ ବଦଳିଛି ଖାଦ୍ୟ ପ୍ରସ୍ତୁତ କରିବା ପାତ୍ର । ପୂର୍ବେ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ମାଟିର ପାତ୍ର ବ୍ୟବହାର କରାଯାଉଥିବା ବେଳେ ବର୍ତ୍ତମାନ ସମସ୍ତଙ୍କ ଘରେ ପ୍ରାୟ ନନ୍‌ଷ୍ଟିକ ପାତ୍ର ଦେଖାଯାଉଛି । ତେବେ ଏଥିରେ କମ ତେଲରେ ଖାଦ୍ୟ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଏହା ଶରୀର ପ୍ରତି ହୋଇଥାଏ ହାନିକାରିକ । ଆସନ୍ତୁ ଜାଣିବା ନନ୍‌ଷ୍ଟିକ ପାତ୍ରରେ ଖାଦ୍ୟ ପ୍ରସ୍ତୁତିର ନକାରାତ୍ମକ କାରଣ ବିଷୟରେ….

ଆଜିକାଲି ପ୍ରାୟ ସମସ୍ତଙ୍କ ଘରେ ନନ୍‌ଷ୍ଟିକ ପାତ୍ରର ବ୍ୟବହାର କରାଯାଉଛି । ଏହା ଦେଖିବାକୁ ସୁନ୍ଦର ଦେଖାଯାଉଥିଲେ ମଧ୍ୟ ଏଥିରେ ଅନେକ ବଡ଼ବଡ଼ ରୋଗର ସୂତ୍ର ରହିଛି । ଆମେରିକାରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି, ବହୁ ବର୍ଷ ଧରି ପ୍ରତି ଦିନ ନନ୍‌ଷ୍ଟିକ ପାତ୍ରରେ ଖାଦ୍ୟ ପ୍ରସ୍ତୁତ କରି ଖାଇବା ଦ୍ୱାରା ଶରୀରରେ ଟେକେ୍‌୍ଲାନର ମାତ୍ରା ବୃଦ୍ଧି ହୋଇଥାଏ । ଏହା ଦ୍ୱାରା ବିଭିନ୍ନ ରୋଗର ସାମ୍ନା କରିବା ପାଇଁ ପଡ଼ିଥାଏ । ପ୍ରକୃତରେ ନନ୍‌ଷ୍ଟିକ ପାତ୍ରରେ ସିନେଥିକ୍‌ ନାମକ ରାସାୟନିକ ଦ୍ରବ୍ୟର ବ୍ୟବହାର କରାଯାଇଥାଏ, ଯାହାକୁ ପ୍ଳାଲିଟେଟ୍ରା ଫ୍ଲୁରୋଏଥଲିନ ମଧ୍ୟ କୁହାଯାଇଥାଏ । ଅଧିକ ଗରମ ହେଲେ ଏଥିରୁ ନିର୍ଗତ ହେଉଥିବା ରାସାୟନିକ ଦ୍ରବ୍ୟ ଯୌନଅକ୍ଷମତା ଏବଂ ହୃଦରୋଗର କାରଣ ପାଲଟିଥାଏ । ନନ୍‌ଷ୍ଟିକ ପାତ୍ରର ବାରମ୍ବାର ବ୍ୟବହାର ଯୋଗୁଁ ଏଥିରୁ ଏକ କଳା ରଙ୍ଗର ଆସ୍ତରଣ ବାହାରିଥାଏ। ଏହା ଖାଦ୍ୟ ମିଶି ଶରୀରକୁ କ୍ଷତି ପହଞ୍ଚାଇଥାଏ।

The Spruce

“ନନ୍‌ଷ୍ଟିକରୁ ବାହାରୁଥିବା ଏହି କେମିକାଲ ଦ୍ୱାରା ଥାଏରଏଡ଼ ଏବଂ କର୍କଟ ଭଳି ରୋଗର ଆଶଙ୍କା ରହିଥାଏ । ଏଥିପାଇଁ ମହିଳାଙ୍କ ଶରୀରରେ ଟେକ୍ଲୋନର ପରିମାଣ ବୃଦ୍ଧି ପାଇଥାଏ, ଯାହା ଫଳରେ ଗର୍ଭାବସ୍ଥା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେବେ ନନ୍‌ଷ୍ଟିକ ପାତ୍ରକୁ କେବେ ମଧ୍ୟ ଖାଲି ଗରମ କରିବା ଉଚିତ ନୁହଁ । ଏଥିରୁ ବାହାରି ଥିବା ବାଷ୍ପ ଶରୀର ପାଇଁ ହାନିକାରକ ହୋଇଥାଏ ବୋଲି କହିଛନ୍ତି ୟୁନିର୍ଭସିଟି ଅଫ କାଲିଫର୍ନିଆର ରିପ୍ରଡ଼କ୍ଟିଭ ହେଲ୍‌ଥ ଆଣ୍ଡ୍‌ ଏନଭାର୍ଣ୍ଣମେଣ୍ଟ୍‌ ପ୍ରୋଗ୍ରାମର ମୁଖ୍ୟ ଡ଼ା.ଡ୍ରେସି ବୁଡ଼ରଫ ।

ସମ୍ବନ୍ଧିତ ଖବର