କଣ୍ଟାକ୍ଟ ଲେନ୍‌ସ ଲଗାଇବା ଦ୍ୱାରା ଏହି ସବୁ ଅସୁବିଧା ଦେଖାଯାଇଥାଏ

ଆଜିକାଲି ଲୋକମାନଙ୍କର ଦୃଷ୍ଟିଶକ୍ତି ଦୁର୍ବଳ ହେବାରେ ଲାଗିଛି । ଯାହାଦ୍ୱାରା ଲୋକମାନେ ମୋଟା ମୋଟା ଫ୍ରେମ୍‌ର ଚଷମା ପିନ୍ଧିବାକୁ ବାଧ୍ୟ ହେଉଛନ୍ତି । କିନ୍ତୁ ବଜାରକୁ କଣ୍ଟାକ୍ଟ ଲେନ୍‌ସ ଆସିବା ପରେ ଏବେ ଲୋକମାନେ ଚଷମା ବଦଳରେ ଏହାକୁ ଲଗାଇବା ଆରମ୍ଭ କରିଛନ୍ତି । ଏହା ଦ୍ୱାରା ସେମାନଙ୍କୁ ଭଲ ଲୁକ୍‌ ମିଳୁଛି ସତ କିନ୍ତୁ ଏହାର ଅନେକ ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ରହୁଛି । ସେଥିପାଇଁ ଏହାକୁ ବ୍ୟବହାର କରିବା ପୂର୍ବରୁ ଅନେକ ଦିଗ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ । ଆସନ୍ତୁ ଜାଣିବା କଣ୍ଟାକ୍ଟ ଲେନ୍‌ସ ଲଗାଇଲେ କ’ଣ କ’ଣ ଅସୁବିଧା ହୋଇଥାଏ ?

୧. କିଛି ଲୋକ ଦୀର୍ଘ ସମୟ ପର୍ଯ୍ୟନ୍ତ ଲେନ୍‌ସ ବ୍ୟବହାର କରନ୍ତି। ଏହାଦ୍ୱାରା ଆଖି ଶୁଷ୍କ ହେବାକୁ ଲାଗିଥାଏ। ଅଧିକ ସମୟ ପିନ୍ଧି ରହିବା ଦ୍ୱାରା ଆଖି ପୋଡ଼ିବାକୁ ଲାଗିଥାଏ ।
୨. ଯଦି ଆପଣ ପ୍ଲାଷ୍ଟିକ ବା ସିଲିକନ୍‌ ଲେନ୍‌ସ ବ୍ୟବହାର କରୁଛନ୍ତି, ତେବେ ଏହାକୁ ଅଧିକ ସମୟ ଲଗାଇ ରଖିବା ଦ୍ୱାରା ଆଖି ବିନ୍ଧିବାକୁ ଲାଗିଥାଏ । ଏହି ସମସ୍ୟା ଦେଖାଗଲେ କଣ୍ଟାକ୍ଟ ଲେନ୍‌ସ ବ୍ୟବହାର କରନ୍ତୁ ନାହିଁ ।

Image result for using contact lenses
Hindustan Times

୩.ଅଧିକ ସମୟ ଧରି ସଫ୍ଟ ଲେନ୍‌ସ ବ୍ୟବହାର କରିବା ଦ୍ୱାରା ଆଖିରେ ଇଣ୍ଟ୍ରାକୁଲାର ନାମକ ତରଳ ପଦାର୍ଥ ତିଆରି ହୋଇଥାଏ ଯାହା ଅଖିର ରେଟିନାରେ ଜମା ହୋଇଯାଇଥାଏ। ଯାହାଦ୍ବାରା ଦେଖିବାରେ ଅସୁବିଧା ହୋଇଥାଏ ।
୪.ଯଦି ଆପଣ ସବୁ ଦିନ ଲେନ୍‌ସ ବ୍ୟବହାର କରୁଛନ୍ତି, ତେବେ ତାକୁ ସଲ୍ୟୁସନ୍‌ରେ ବୁଡ଼ାଇ ଭଲ ଭାବେ ସଫା କରି ପିନ୍ଧନ୍ତୁ। ନହେଲେ ଆଖି ଲାଲ ପଡ଼ିବା ସହ ସଂକ୍ରମଣ ହୋଇ ଯାଇଥାଏ ।

ସମ୍ବନ୍ଧିତ ଖବର