ଟେଲି ନାୟିକା ଦିବ୍ୟାଙ୍କା ତ୍ରିପାଠୀଙ୍କ ଭଳି ସୁନ୍ଦର ଦେଖାଯିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ସବୁ ଉପାୟ!

ଟିଭି ପରଦାରେ ନିଜର ଲୁକ୍‌ ଓ ଅଭିନୟ ଜରିଆରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ୍‌ କରୁଥିବା ଟେଲି ନାୟିକା ଦିବ୍ୟାଙ୍କା ତ୍ରିପାଠୀ ତଥା ଷ୍ଟାର୍‌ ପ୍ଲସ୍‌ରେ ପ୍ରସାରିତ ହେଉଥିବା ସିରିଏଲ୍‌ ‘ୟେ ହେ ମୋହବତେ’ର ଇଶି ମା ସୁନ୍ଦରତା ଓ ଚମକପ୍ରଦ ଚେହେରାର ମାଲିକାଣୀ ଅଟନ୍ତି। କାହିଁକିନା ୩୨ ବର୍ଷ ବୟସ୍କା ଏହି ଅଭିନେତ୍ରୀଙ୍କୁ ଦେଖିଲାପରେ ଯେ କେହି ବି ତାଙ୍କର ଚମକପ୍ରଦ ଚେହେରା ଆଗରେ ବଲିଉଡ଼୍‍ ଅଭିନେତ୍ରୀମାନଙ୍କୁ ସେ ତାଙ୍କ ସୁନ୍ଦରତାରେ ପଛରେ ପକାଇ ଦେଇଛନ୍ତି ବୋଲି ଭାବିବାକୁ ଲାଗିବେ!ତେବେ ଏନେଇ ଦିବ୍ୟାଙ୍କା ତାଙ୍କର ଜୀବନଚର୍ଯ୍ୟାରେ ଏପରି କିଛି ଉପାୟର ଅବଲମ୍ବନ କରିଥାଆନ୍ତି ବୋଲି କହିଛନ୍ତି,ଯାହାକି ତାଙ୍କୁ ଏକ ସୁନ୍ଦର ଓ ଚମକପ୍ରଦ ଲୁକ୍‌ ଦେବାରେ ସାହାଯ୍ୟ କରିଛି ବୋଲି କହିଛନ୍ତି
ଟିଭି ପରଦାର ଏହି ଲୋକପ୍ରିୟ ଅଭିନେତ୍ରୀ।

ପ୍ରଥମତଃ ଆପଣ ଯଦି କୌଣସି ବାହାଘର କି ପାର୍ଟି ଫଂଙ୍କ୍‌ସନ୍‌ରେ ଯୋଗ ଦେବାକୁ ଯାଉଛନ୍ତି,ତେବେ ଆପଣ ଦିବ୍ୟାଙ୍କାଙ୍କ ଭଳି ମିନିମଲ ମେକ୍‌ଅପ୍‌ ଲୁକ୍‌ର ପ୍ରୟୋଗ କରି ଗର୍ଜିଅସ୍‌ ଲାଗି ପାରନ୍ତି।କାହିଁକିନା ଏହି ଲୁକ୍‌ ପାଇବାକୁ ହେଲେ ଆପଣଙ୍କୁ କେତୋଟି ଷ୍ଟେପ୍‌ ଏବଂ ଘର ମଧ୍ୟରେ ମଜ୍‌ଭୁତ୍‌ ହୋଇ ରହିଥିବା କେତେକ ପ୍ରଡ଼କ୍ଟସ୍‌ର ପ୍ରୟୋଗ କରିବାକୁ ହେବ।

ଚାଲନ୍ତୁ ଜାଣିବା ଅଭିନେତ୍ରୀ ଦିବ୍ୟାଙ୍କାଙ୍କର ସୁନ୍ଦରତାର ଫର୍ମୁଲା……
୧-ଚେହେରାରେ ଲଗାନ୍ତୁ ଏହାକୁ:ପ୍ରଥମେ ଆପଣ ଆପଣଙ୍କ ଚେହେରାକୁ ଧୋଇକରି ସେଥିରେ ମଶ୍ଚରାଇଜର୍‌ ଲଗାନ୍ତୁ। ଏହାପରେ ଆପଣ ଫାଉଣ୍ଡେସନ୍‌ ବା ବିବି କ୍ରିମ୍‌ର ପ୍ରୟୋଗ କରନ୍ତୁ।ହେଲେ ଯଦି ଆପଣ ଚମକପ୍ରଦ ଦେଖାଯିବାକୁ ଚାହୁଁଛନ୍ତି ,ତେବେ ଏନେଇ ଆପଣଙ୍କୁ ଇଲ୍ୟୁମିନେଟିଙ୍ଗ୍‌ ଫାଉଣ୍ଡେସନ୍‌ର ବ୍ୟବହାର କରିବାକୁ ପଡ଼ିବ।ହେଲେ ତେଲିଆ ତ୍ୱଚା ହୋଇଥିଲେ ଆପଣଙ୍କୁ ମ୍ୟାଟ୍‌ ଫାଉଣ୍ଡେସନ୍‌ର ପ୍ରୟୋଗ କରିବାକୁ ହେବ।ଏହାପରେ ଆପଣ ସ୍ପଂଜ୍‌ରେ ଭଲଭାବରେ ଚେହେରା ଏବଂ ବେକ ପାଖକୁ ଲଗାଇ ଦିଅନ୍ତୁ।ହେଲେ ଯଦି ଆପଣଙ୍କ ଚେହେରାରେ ଡ଼ାର୍କସ୍ପଟ୍‌ ବା ପିଂପଲ୍‌ସର ସମସ୍ୟା ରହିଥାଏ ,ତେବେ ଏହାକୁ ଲୁଚାଇବାକୁ ହେଲେ ଆପଣଙ୍କୁ କଂସିଲର୍‌ର ପ୍ରୟୋଗ କରିବାକୁ ପଡ଼ିବ।
୨-ଏହାପରେ କରନ୍ତୁ ଆଖିର ମେକ୍‌ଅପ୍‌:ଏହାସହିତ ଯଦି ଆପଣ ଆଖିର ସୁନ୍ଦରତା ବଢ଼ାଇବାକୁ ଚାହୁଁଥାଆନ୍ତି ,ତେବେ ସର୍ବପ୍ରଥମେ ଆପଣଙ୍କୁ ଆଇଲିଡ଼୍‍ସକୁ ଭଲଭାବରେ ପୋଛିଲାପରେ ହିଁ ଶିମରି ଆଇ ଶ୍ୟାଡ଼ୋକୁ ଆଇଲିଡ଼୍‍ସ ଉପରେ ଲଗାଇବାକୁ ପଡ଼ିବ।
ତେବେ ଏହାପରେ ଓ୍ଵିଂଗ୍‌ ଲାଇନର୍‌ ଲଗାଇବା ପରେ ଯେପରି ଆପଣ ମସ୍କରା ଲଗାଇବାକୁ ନ ଭୁଲନ୍ତି ,ସେଥିପ୍ରତି ମଧ୍ୟ ଆପଣଙ୍କୁ ଧ୍ୟାନ ଦେବାକୁ ହେବ।

photo-ytimg_.com_

୩-ଏହାପରେ ଗାଲରେ ଲଗାନ୍ତୁ ହାଲ୍‌କା ବ୍ଲଶ୍‌:-ଏତଦ୍‌ବ୍ୟତୀତ ଆଖିର ମେକ୍‌ଅପ୍‌ କଲାପରେ ଆପଣ ଗାଲ ଉପରେ ହାଲ୍‌କା ଭାବରେ ବ୍ଲଶ୍‌କୁ ଲଗାଇ ସର୍ବଶେଷରେ ବ୍ରାଇଟ୍‌ ପିଂକ୍‌ ବା ରେଡ଼୍‍ ଲିପିଷ୍ଟିକ୍‌ ଲଗାଇ ଆପଣଙ୍କ ଲୁକ୍‌କୁ କଂପ୍ଲିଟ୍‌ କରାନ୍ତୁ। ହେଲେ ଚେହେରାକୁ ମେକ୍‌ଅପ୍‌ କଲାପରେ ଆପଣ ଯେମିତି ଆଦୌ ନଭାବନ୍ତି କି ଆପଣଙ୍କ ମେକ୍‌ଅପ୍‌ଟି ସଂପୂର୍ଣ୍ଣ ହୋଇଛି ବୋଲି!କାହିଁକିନା ଏହାପରେ ଆପଣଙ୍କ ଚେହେରାର ସୁନ୍ଦରତା ପାଇଁ ଆପଣଙ୍କୁ ଆଇବ୍ରୋ ଉପରେ ଡ଼ାର୍କ ବ୍ରାଉନ୍‌ ପେନ୍‌ସିଲ୍‌ ସାହାଯ୍ୟରେ ଭଲ ସେପ୍‌ ଦେବାକୁ ପଡ଼ିବ,ଯାହାକି ଆପଣଙ୍କୁ ଏକ ନୂଆ ଳୁକ୍‌ ଦେଇଥାଏ।

ସମ୍ବନ୍ଧିତ ଖବର