ଏଥର ଦୀପାବଳୀକୁ ଏହି ସୁରକ୍ଷିତ ତରିକାରେ ପାଳନ କରନ୍ତୁ!

ବର୍ଷକରେ ଥରେ ମାତ୍ର କାର୍ତ୍ତିକ ମାସ ଆମାବାସ୍ୟା ତିଥିରେ ସାରା ଭାରତରେ କାଳୀପୂଜା ବା ବାଣଫୁଟା କାର୍ଯ୍ୟକ୍ରମ ମହା ସମାରୋହରେ ହୋଇଥାଏ। ଘରେ ଘରେ ଏହି ପର୍ବକୁ ପରିବାରର ସଦସ୍ୟ ଏକତ୍ରିତ ହୋଇ ପାଳନ କରନ୍ତି। ଏହି ଦିନ ସମସ୍ତଙ୍କ ଘର ସାମନାରେ ଦୀପ ଲଗାଯାଇଥାଏ। ବର୍ତ୍ତମାନ ଦୀପର ସହ ବିଭିନ୍ନ ପ୍ରକାର ରଙ୍ଗବେରଙ୍ଗ ଲାଇଟ ଆଦି ଲଗାଯାଉଛି। ଅମାବାସ୍ୟା ରାତି ସାଙ୍ଗକୁ ଦୀପର ଶିଖାରେ ସାରା ସହର ପ୍ରଜ୍ୱଳିତ ହୋଇଥାଏ। ଘରର ଗୁରୁଜନଙ୍କ ସହ ଛୋଟ ପିଲାମାନେ ଏହି ଦିନ ବିଭିନ୍ନ ପ୍ରକାରର ବାଣ ଫୁଟାଇଥାଆନ୍ତି। ତେଣୁ ଏହି ସମୟରେ ସତର୍କ ରହିବାର ନିହାତି ଆବଶ୍ୟକତା ରହିଛି। ନଚେତ ଦୁର୍ଘଟଣା ହୋଇପାରେ। ତବେ ଜାଣିରଖନ୍ତୁ କିପରି ରହିବେ ସାବଧା।

:ପ୍ରଥମେ ବାଣ ଫୁଟାଇବା ସମୟରେ ସୂତା କପଡା ପିନ୍ଧିବାର ଆବଶ୍ୟକତା ରହିଛି।
:ଯେତେ ସମ୍ଭବ ଖସରା ପୋଷାକଠାରୁ ଦୂରେଇ ରୁହନ୍ତୁ।
:ବାଣ ଫୁଟାଇବା ସମୟରେ ପାଖରେ ବାଲି ଓ ନିଆଁ ଲିଭା ସାମଗ୍ରୀ ରହିବା ଦରକାର।
:ଯଦି କୈାଣସି ଅଙ୍ଗରେ ନିଆଁ ଲାଗିଯାଇଛି ତେବେ ତତକ୍ଷଣାତ ଡାକ୍ତରଙ୍କ ସହ ପରମର୍ଶ କରନ୍ତୁ ଯ :କୌଣସି ଜାଗାରେ ନିଆଁ ଲାଗିଗଲେ ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରନ୍ତୁ।
:ଉଚ୍ଚ ଶଦ୍ଦ ତଥା ରକେଟ ଭଳି ବାଣ ଗୁଡିକୁ ଖୋଲା ସ୍ଥାନରେ ଫୁଟାଇବା ଦରକାର। ଯାହା ଦ୍ୱାରା କି ଅଘଟଣ ଘଟିବା ଆଶଙ୍କା କମ ରହିଥାଏ।
:ବେଶୀ ରାତି ପର୍ଯ୍ୟନ୍ତ ବାଣ ନ ଫୁଟାଇ ପ୍ରଶାସନ ଦେଇଥିବା ସମୟ ପରୀସିମା ମଧ୍ୟରେ ବାଣ ଫୁଟାନ୍ତୁ।
:ଛୋଟ ଛୋଟ ପିଲାମାନେ ବାଣ ଫୁଟାଇବା ସମୟରେ ଯଥାସମ୍ଭବ ସେମାନଙ୍କ ଉପରେ ନଜର ରଖନ୍ତୁ।
:ବାଣ ଫୁଟାଇବା ପରେ ଭଲ ଭାବରେ ହାତ ଧୋଉ ଖାଦ୍ୟ ଗ୍ରହଣ କରନ୍ତୁ।
:ବାଣର ସମସ୍ତ ବର୍ଜ୍ୟବସ୍ତୁ କି ଏକତ୍ରିତ କରି ଅଲଗା ରଖନ୍ତୁ ଓ ପରେ ସାବଧାନତାର ସହ ତାକୁ ଘରଠାରୁ ଅନ୍ୟ ସ୍ଥାନରେ ପକାନ୍ତୁ।

ସମ୍ବନ୍ଧିତ ଖବର