ଶୋଇବା ପୂର୍ବରୁ ଏସବୁ ନିଶ୍ଚୟ କରନ୍ତୁ!

ଶୀର୍ଷକଟି ଅଶ୍ଚର୍ଯ୍ୟଜନକ ନିଶ୍ଚିତ। ଶୋଇବା ପୂର୍ବରୁ ପୁଣି କିଛି କରିବାର କ’ଣ ଆବଶ୍ୟକ! ଆଜ୍ଞା ହଁ, ଆପଣ ଆପଣଙ୍କ ପ୍ରତିଦିନ ରୁଟିନ୍‌ରେ ଏସବୁକୁ ରଖନ୍ତୁ। ଦେଖିବେ ପୂର୍ବାପେକ୍ଷା ଆପଣଙ୍କୁ ଟିକେ ହାଲୁକା ଅନୁଭବ ହେବ। ସବୁ କିଛି ସହଜ ଲାଗିବ।

ଶୋଇବା ପୂର୍ବରୁ ଆପଣଙ୍କୁ ଭଲ ଲାଗୁଥିବା ପରି କିଛି ଗୀତ ଶୁଣନ୍ତୁ। ମନ ଖୁସି ହୋଇଯିବ। ଶୋଇବା ପୂର୍ବରୁ କୌଣସି ପ୍ରକାର ଚିନ୍ତା କରିବା ଅନୁଚିତ।

ପାଣି ନିଶ୍ଚୟ ପିଅନ୍ତୁ। କାହିଁକି ନା, ଦୀର୍ଘ ସମୟ ନିଦରେ ଶୋଇ ରହୁଥିବା ହେତୁ ପାଣି ପିଇହୁଏ ନାହିଁ। ଫଳରେ ଶରୀର ଶୁସ୍କ ହୋଇଯାଏ।

ଖାଇ ସାରି ସଙ୍ଗେ ସଙ୍ଗେ ଶୁଅନ୍ତୁ ନାହିଁ। କୌଣସି ଶାରୀରିକ ପରିଶ୍ରମ କରିବାର ଆବଶ୍ୟକତା ନାହିଁ। ମାତ୍ର ଟିକେ ଚଲାବୁଲା କରି ଶୁଅନ୍ତୁ।

ଶୋଇବା ପୂର୍ବରୁ ପୁସ୍ତକ ଅଧ୍ୟୟନ କରିବା ଆପଣଙ୍କ ଦେହ ଓ ମନ ଉଭୟ ପାଇଁ ଅତ୍ୟନ୍ତ ଭଲ।

 

ସମ୍ବନ୍ଧିତ ଖବର