ଅଫିସ୍‌ରେ କର୍ମଚାରୀଙ୍କ ସହ ଏମିତି ବ୍ୟବହାର କଲେ କାମ ଭଲ ହୋଇଥାଏ

ଆଜିକାଲି କାର୍ଯ୍ୟବହୁଳ ଜୀବନରେ କାମ ହିଁ ଏକମାତ୍ର ଲକ୍ଷ୍ୟ ପାଲଟି ଯାଇଛି। କିଏ ନିଜ ମନରୁ କରନ୍ତୁ ତ କାହାକୁ ଉପର ପଦସ୍ଥ ବ୍ୟକ୍ତି କରାନ୍ତୁ। ଆପଣ ଜାଣିଥିବେ ଯେ ଅଫିସ୍‌ରେ ଥିବା ଦାୟତ୍ୱବାନ କର୍ମଚାରୀଙ୍କୁ ଅଫିସ୍‌ର ସମ୍ପତ୍ତି ଭାବେ ବିବେଚନା କରାଯାଏ। ତେବେ, ଚାଲନ୍ତୁ ଜାଣିବା ଉପର ପଦସ୍ଥ କର୍ମଚାରୀ ସେମାନଙ୍କ କନିଷ୍ଠ କର୍ମଚାରୀଙ୍କ ସହ କିପରି ବ୍ୟବହାର କଲେ ଭଲ କାମ ହୋଇପାରେ।

ଉପର ପଦସ୍ଥ ବ୍ୟକ୍ତି ନିଜ କର୍ମଚାରୀଙ୍କଠାରୁ ଉତ୍ତମ କାମ ପାଇବାକୁ ଚାହୁଁଥିଲେ ସେମାନଙ୍କ ଭଲ କାର୍ଯ୍ୟ ପାଇଁ ମଝିରେ ମଝିରେ ଶ୍ରେୟ ଦିଅନ୍ତୁ।

କାମ ଭଲ କରିଥିବା ଦିନ ସୌଜନ୍ୟମୂଳକ ଧନ୍ୟବାଦ୍‌ ନିଶ୍ଚୟ ଜଣାନ୍ତୁ। ଫଳରେ ପରବର୍ତ୍ତୀ ମୂହୁର୍ତ୍ତରେ କାର୍ଯ୍ୟ କରିବା ପାଇଁ ଉତ୍ସାହ ମିଳିଥାଏ।

ମନେ ରଖନ୍ତୁ କୌଣସି ବି କର୍ମଚାରୀଙ୍କୁ ସମାନ ସ୍ଥାନରେ କାର୍ଯ୍ୟ କରୁଥିବା ଆଉ କେଉଁ କର୍ମଚାରୀଙ୍କ ସହ ତୁଳନା କରନ୍ତୁ ନାହିଁ।

କେବଳ ବୃତ୍ତିିଗତ ସ୍ଥରରେ ନୁହେଁ, ବ୍ୟକ୍ତିଗତ ସ୍ଥରରେ ଯଦି ବି କର୍ମଚାରୀ କୌଣସି ଅସୁବିଧାରେ ଅଛନ୍ତି ବେଳେ ବେଳେ ସହାୟତାର ହାତ ବଢ଼ାନ୍ତୁ।

ଭଲ କାମ କରିଥିଲେ ଅଭିନନ୍ଦନ ଜଣରାଇବା ସହ ଆପଣ ତାଙ୍କ ଭବିଷ୍ୟତକୁ ନେଇ ଚିନ୍ତାଶୀଳ ବୋଲି ପ୍ରକାଶ କରନ୍ତୁ।

ମଝିରେ ମଝିରେ କର୍ମଚାରୀଙ୍କୁ ଚକୋଲେଟ୍‌ ଦେଇ ହଉ ପଛେ ମନ ଖୁସି କରାନ୍ତୁ। ଏପରି କରିବା ଦ୍ୱାରା ଏକ ଭାବପ୍ରବଣତାର ସଂପର୍କ ସୃଷ୍ଟି ହୋଇଥାଏ। ଯେଉଁଠି ଭାବପ୍ରବଣତା ଥାଏ ସେଠାରେ ଠକାମି ପଶିପାରେନି।

ସମ୍ବନ୍ଧିତ ଖବର