ପ୍ରେମିକାଙ୍କ ବାପା-ମାଆଙ୍କୁ ଦେଖା କରିବାକୁ ଯାଉଛନ୍ତି କି ? ତେବେ ଆପଣାନ୍ତୁ ଏହି କୌଶଳ, ନିଶ୍ଚୟ ପକ୍କା ହେବ ଆପଣଙ୍କ ବିବାହ

କଥାରେ ଅଛି ଝିଅକୁ ମନେଇବା ଯେତିକି କଷ୍ଟ ନୁହେଁ; ଝିଅର ବାପା ମାଆଙ୍କୁ ମନେଇବା ସେତିକି କଷ୍ଟ। ଖାଲି ପ୍ର୍ରେମ କରିଦେଲେ ପ୍ରେମିକା ମିଳିଯାଆନ୍ତି ନାହିଁ। ପ୍ରେମିକାକୁ ପାଇବା ପାଇଁ ତାଙ୍କ ବାପା ମାଆଙ୍କ ମନ ଜିଣିବା ମଧ୍ୟ ନିହାତି ଦରକାର। ତେବେ, କ’ଣ କଲେ ପ୍ରେମିକାଙ୍କ ବାପାମାଆ ଆପଣଙ୍କ ଉପରେ ପ୍ରୀତ ହେବେ ତାହା ନିମ୍ନରେ ଆଲୋଚନା କରାଯାଇଛି।

-ପ୍ରେମିକାଙ୍କଠାରୁ ପୂର୍ବରୁ ବୁଝି ନିଅନ୍ତୁ ତାଙ୍କ ବାପାମାଆଙ୍କୁ କିପରି ପୋଷାକ ପସନ୍ଦ। ସେହି ମୁତାବକ ପୋଷାକ ପରିଧାନ କରି ତାଙ୍କ ନିକଟକୁ ଯାଆନ୍ତୁ।

-ସେମାନଙ୍କ ସହ ଭେଟ ବେଳେ ଟିଭି କିମ୍ବା ମୋବାଇଲ୍‌କୁ ଦେଖନ୍ତୁ ନାହିଁ; ସଂପୂର୍ଣ୍ଣ ଧ୍ୟାନ ସେମାନଙ୍କୁ ଦିଅନ୍ତୁ।

-ଅଧିକ କଥା କହନ୍ତୁ ନାହିଁ କି ଭୟଭୀତ ହୁଅନ୍ତୁ ନାହିଁ; ଯେତିକି ପଚାରୁଛନ୍ତି ନିର୍ଭୟ ହୋଇ ସେତିକିର ଉତ୍ତର ଦିଅନ୍ତୁ।

-ଆପଣ ହୁଅନ୍ତୁ ପଛେ ପ୍ରେମିକ କିନ୍ତୁ ପ୍ରେମିକ ପରି ଆଚରଣ କରନ୍ତୁ ନାହିଁ; ସେମାନଙ୍କ ଭିତରେ ବିଶ୍ୱାସ ସୃଷ୍ଟି କରାନ୍ତୁ ଯେ ଆପଣ ତାଙ୍କ ଝିଅ ପାଇଁ ଜଣେ ଭଲ ସ୍ୱାମୀ ପ୍ରମାଣିତ ହେବେ।

-ତାଙ୍କ ସହ ସମସ୍ତ କଥା ହୋଇସାରିବା ପରେ ନିଜ ଘରକୁ ନିଶ୍ଚୟ ନିମନ୍ତ୍ରଣ କରନ୍ତୁ।

ସମ୍ବନ୍ଧିତ ଖବର