ସକାଳର ଜଳଖିଆରେ ଭୁଲ୍‌ରେ ବି ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ, ନଚେତ୍‌ ଭୋଗିବେ ଅନେକ ସମସ୍ୟା!

ସକାଳ ଜଳଖିଆ ପାଇଁ ଠିକ୍‌ ଖାଦ୍ୟ ଚୟନ କରିବା ଆବଶ୍ୟକ। ଏହି ୫ଟି ଜିନିଷ ବିଷୟରେ ଜାଣନ୍ତୁ, ଯାହା ସକାଳ ଜଳଖିଆରେ ଆଦୌ ଖାଇବା ଠିକ୍‌ ନୁହେଁ।

ସକାଳ ଜଳଖିଆ ଦିନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆହାର ହୋଇଥାଏ। ଯଦି ଆମେ ଭଲ ଜଳଖିଆ କରିଥାଉ, ତା’ହେଲେ ଦିନ ମଧ୍ୟ ଭଲ ଯାଇଥାଏ। ଏଥିଲାଗି ଜଳଖିଆ ପାଇଁ ଆମକୁ ଉଚିତ ଖାଦ୍ୟ ଚୟନ କରିବା ନିତାନ୍ତ ଆବଶ୍ୟକ। ଜାଣନ୍ତୁ ଏମିତି ୫ଟି ଜିନିଷ ବିଷୟରେ ଯାହାକୁ ଆପଣ ଜଳଖିଆରେ ଖାଇଲେ ତାହା ଦ୍ୱାରା ଓଜନ ବଢ଼ିବା ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ। ଜାଣନ୍ତୁ କେଉଁ ୫ଟି ଖାଦ୍ୟ…

ପନିପରିବା ଜୁସ୍‌: ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ପନିପରିବାର ଜୁସ୍‌ରେ ଭିଟାମିନ୍‌, ମିନେରାଲ୍ସ୍‌ ଓ ଆଣ୍ଟିଅକ୍ସିଡାଣ୍ଟ୍‌ ଥାଏ କିନ୍ତୁ ଜଳଖିଆରେ ଏହାକୁ ନେବା ଉଚିତ ନୁହେଁ। କାରଣ ଏଥିରେ ଫାଇବର୍‌ ଓ ପ୍ରୋଟିନ୍‌ ନ ଥାଏ। ଏଥିରେ ସୁଗାର୍‌ ଥିବା ଯୋଗୁଁ ଏହାକୁ ସ୍ୱାସ୍ଥ୍ୟକର ବୋଲି ବିଚାର କରାଯାଏ ନାହିଁ।

ବିସ୍କୁଟ୍‌ ଓ କୁକିଜ୍‌: ଜଳଖିଆରେ ଯଦି ବିସ୍କୁଟ୍‌ ଓ କୁକିଜ୍‌ ଖାଉଛନ୍ତି ତୁରନ୍ତ ଏହା ଛାଡ଼ି ଦିଅନ୍ତୁ। ଏହା ଫ୍ୟାଟ୍‌ ବଢ଼ାଇବା ସହ ହଜମକ୍ରିୟାକୁ ବି ମଧ୍ୟ ଖରାପ କରିଥାଏ।

କଫି: ସକାଳୁ ଜଳଖିଆ ସହ କଫି ପିଇଲେ ଭୋକ ମରିଯାଏ। କୋଲ୍‌ଡ (ଥଣ୍ଡା) କଫି ମଧ୍ୟ ହଟ୍‌ (ଗରମ) କଫିରୁ ଅଧିକ ଖରାପ କରିଥାଏ, କାରଣ ଏଥିରେ ସୁଗାର ଓ କ୍ରିମ୍‌ ମିଶଯାଇଥାଏ। ଏଥିଯୋଗୁଁ ଖୁବ୍‌ ଅଧିକ କ୍ୟାଲୋରି ମିଶି ଯାଇଥାଏ।

ପ୍ୟାକ୍‌ଡ୍‌ ଫଳ ଜୁସ୍‌: ଆମେ ପ୍ୟାକ୍ଡ ଫଳ ଜୁସ୍‌କୁ ସ୍ୱାସ୍ଥ୍ୟକର ଜିନିଷ ଭାବି ଜଳଖିଆରେ ଖାଇଥାଉ। କିନ୍ତୁ ପ୍ୟାକ୍ଡ୍‌ ଜୁସ୍‌ ଶରୀର ପାଇଁ ଭଲ ନୁହେଁ। ଏଥିରେ ସୁଗାର୍‌ର ମାତ୍ରା ଅଧିକଥାଏ। ଏହା ଫ୍ୟାଟ୍‌ ବଢ଼ାଇବା ସହ ଡାଇବେଟିସ୍‌ ମଧ୍ୟ ବଢ଼ାଇଥାଏ।

ସ୍ୟାଣ୍ଡଉଇଚ୍‌: ଯଦି ଆପଣ ଅଣ୍ଡା ଓ ଚିଜ୍‌ ସ୍ୟାଣ୍ଡ୍‌ଉଇଚ୍‌ ନିଜେ ତଆରି କରୁଛନ୍ତି, ତା’ହେଲେ ଏହା ସବୁଠୁ ଭଲ। କିନ୍ତୁ ଫ୍ରୋଜେନ୍‌ (ଜମାଟ ହୋଇ ଆଗରୁ ଥିବା) ସ୍ୟାଣ୍ଡ୍‌ଉଇଚ୍‌ରେ ସୋଡିୟମ୍‌, ପ୍ରିଜର୍ଭେଟିଭ୍‌ ଓ ଅସ୍ୱାସ୍ଥ୍ୟକର ଫ୍ୟାଟ୍‌ ରହିଥାଏ।

ସମ୍ବନ୍ଧିତ ଖବର